ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୋମବାର ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ ଆସିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ଏହି ସୂଚନା ମିଳିଛି। ତେବେ ଏହି କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କେଉଁ ଅଞ୍ଚଳର ତାହା ଜଣାପଡ଼ି ନାହିଁ। ଏହା ସହିତ ସେ କିପରି ଏହାଦ୍ୱାରା ସଂକ୍ରମିତ ହେଲେ ତାହା ମଧ୍ୟ ଜଣାପଡ଼ି ନାହିଁ। ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଲା ।
ତେବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି । ଏଣୁ ରାଜ୍ୟରେ ଏବେ ୩୭ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଛନ୍ତି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୪ ହଜାର ୭୩୪ଟି ସାମ୍ପଲ ଟେଷ୍ଟ ହୋଇଥିବାବେଳେ ୪୬୭୮ଟି ସାମ୍ପଲ ନେଗେଟିଭ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ମାସ ଶେଷ ସୁଦ୍ଧା ଆଧାର ସଂଯୋଗ, ସଂଶୋଧନ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ୍‌ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ ପ୍ରକ୍ରିୟା ଚଳିତ ମାସ ୩୧...

‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି’

କେନ୍ଦୁଝର/ହାଟଡିହୀ, ୨୦।୨  (ସ୍ବ.ପ୍ର./ଡିି.ଏନ.ଏ.) ‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି। ଯେଉଁଠି ଚାହିଁବି ସେଠି ପଶିବି। ପରିବାରର ସମସ୍ତଙ୍କୁ ବାନ୍ଧି ଜେଲ ପଠେଇ ଦେବି।...

ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୩ା୮: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ବସ୍‌ରେ ଲାଇବ୍ରେରି

ଭୁବନେଶ୍ୱର, ୧୪।୬(ବ୍ୟୁରୋ): ବସ୍‌ରେ ହୋଇଛି ଲାଇବ୍ରେରି। କଲେଜ ପିଲାଙ୍କ ଯାତାୟତ ପାଇଁ ବ୍ୟବହାର କରାଯାଉଥିବା ପୁରୁଣା ବସ୍‌କୁ ଲାଇବ୍ରେରିର ରୂପ ଦିଆଯାଇଛି। ଏହାର ଭିତର ଏବଂ...

ଅତିରିକ୍ତ ପୋଲିସ କମିଶନର ହେଲେ ଅନୁପ ସାହୁ

ଭୁବନେଶ୍ୱର,୧-୧(ବ୍ୟୁରୋ): ପଦୋନ୍ନତି ପାଇଥିବା ୫ ଆଇପିଏସ୍‌ ଅଫିସରଙ୍କୁ ନୂଆ ପଦ ମିଳିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ...

ହସ୍ପିଟାଲ ଭର୍ତ୍ତି ହେଲେ ମାଓନେତା ସବ୍ୟସାଚୀ

ବ୍ରହ୍ମପୁର ଅଫିସ,୫।୭: ବ୍ରହ୍ମପୁର ମଣ୍ଡଳକାରାଗାରରେ ଥିବା ଟପ ମାଓନେତା ସୁନୀଲ ଓରଫ ସବ୍ୟସଚୀ ପଣ୍ଡାଙ୍କୁ କଡା ସୁରକ୍ଷା ବଳୟରେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଅସ୍ତ୍ରପଚାର ଲାଗି...

୯ ବର୍ଷ ହେବ ମିଳିନି ଦରମା:ଅନଶନରେ ବସିଲେ ଆକାଉଣ୍ଟାଣ୍ଟ

ଅନୁଗୋଳ ଅଫିସ, ୨୬।୧୧ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ମୁତାବକ ବେତନ ନ ପାଇବା ପ୍ରତିବାଦରେ ଅନୁଗୋଳ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପରିସରରେ...

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୦ କୁ ବୃଦ୍ଧି...

Advertisement
Archives

Model This Week