‘ଆଉ ଏଭଳି ଭୁଲ୍‌ ହେବନି’

ଭୁବନେଶ୍ୱର,୨୧।୮ବ୍ୟୁରୋ): ଓଲିଉଡ ଅଭିନେତା ବାବୁସାନ୍‌ ମହାନ୍ତି ଶନିବାର ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ନିକଟରେ ଘଟିଥିବା ଘଟଣାକୁ ନେଇ ଅନୁତାପ ପ୍ରକାଶ କରୁଛନ୍ତି। ଭିଡିଓ ମାଧ୍ୟମରେ ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ୍‌ ଆଉ କେବେ ହେବ ନାହିଁ ବୋଲି କହୁଥିବା ଦେଖିବାକୁ ମିଳୁଛି। ଏଥିସହ ସେ କହିଛନ୍ତି, ସ୍ତ୍ରୀ ତୃପ୍ତି ଓ ଶ୍ୱଶୁର ଲଳିତଙ୍କ ନାଁରେ କେସ୍‌ ହୋଇଛିି। ଏଥିପାଇଁ ତାଙ୍କ ପରିବାର ବହୁ କଷ୍ଟ ପାଉଛନ୍ତି। ସେମାନଙ୍କର କୌଣସି କ୍ଷତି ହେବାକୁ ଦେବିନି ବୋଲି ସେ ଉକ୍ତ ଭିଡିଓରେ ପ୍ରତିଶ୍ରୁତି ରଖିଛନ୍ତି। ଫଳରେ ସେଲିବ୍ରିଟି ପରିବାରରେ ଉପୁଜିଥିବା ବିବାଦ ଭିନ୍ନ ମୋଡ଼ ନେଇଛି।
ଜୁଲାଇ ୨୩ରେ ବାବୁସାନ୍‌, ସ୍ତ୍ରୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ପଦାକୁ ଆସିଥିଲା। ପ୍ରକୃତିଙ୍କ ସହ ବାବୁସାନ୍‌ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବାବେଳେ ଭୁବନେଶ୍ୱର ସତ୍ୟନଗରଠାରେ ତୃପ୍ତି ସେମାନଙ୍କୁ ଅଟକାଇଥିଲେ। ବାବୁସାନଙ୍କ ଶାର୍ଟ କଲର ଧରି ଗାଡିରୁ ବାହାରକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ତେବେ ତୃପ୍ତିଙ୍କ ଏଭଳି ଅଶୋଭନୀୟ ଆଚରଣ ପାଇଁ ପ୍ରକୃତିଙ୍କ ମା’ କୃଷ୍ଣପ୍ରିୟା ଖାରବେଳନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପରେ ତୃପ୍ତି ମଧ୍ୟ ପ୍ରକୃତି ଓ ବାବୁସାନଙ୍କ ବିରୋଧରେ ଏତଲା ଦେଇଥିଲେ। ଏନେଇ ପୋଲିସ ୩ ପୃଥକ୍‌ ମାମଲା ରୁଜୁ କରିଥିଲା। ଏପରି କି ବାବୁସାନଙ୍କ ନାଁରେ ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ଏହା ହାଇକୋର୍ଟରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri