ଆଈବୁଢ଼ିର ହାତେ ୩ ଛେଉଁଡ୍‌ ଛୁଆକର ଭବିଷତ୍‌

ପର୍ଲା, ୨୦।୧ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ଅଧୀନ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୪୫)କଁର ଶୁକୁରବାର ମୁର୍‌ତୁ ହେଇଥିଲାବେଲେ ତାକର ୩ ଝି’ପୁଓ ବେସାହାରା ହେଇଯାଇଛନ୍‌। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୩ ଭାଇବହେନ୍‌କର ଭବିଷତ୍‌ ଗୁଟେ ପରକାର ଅଁଧାରକେ ଠେଲି ହେଇଯାଇଛେ।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର ସୁବାଷ ଦୋରୁଆନ। ଆଏଜ୍‌କେ ୪ ବଛର ତଲେ ସେ କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ପରିବାରଟା ନିହାତି ଗରିବ୍‌, ସୁବାସ କୁଲିମଜୁରି କରି କୁଟୁମ ପୁଷୁଥିଲେ। ରୋଗ୍‌ରେ ଆକ୍‌ରଁାତ ହେଲା ଉତାରୁ ଅନେକ ଚିକିଛା କରେଥିଲେ ବି ସବୁବେଲେ ମାନସିକ୍‌ ଚାପ୍‌ରେ ରହୁଥିଲେ। ଶେଷେ କାମ୍‌ବୁତା କରବାର ଛାଡ଼ିଦେଲେ। ଏନ୍‌ତା ପରିସ୍ଥିତିରେ ସୁବାସକଁର ମାଏକିନା ବି ବଛ୍‌ରେ ତଲେ ନିଜର ୩ ଛୁଆ ନନ୍ଦିନୀ(୭), ମାନସ(୪) ଆର ବାହୁବଳୀ(୨)କଁୁ ଛାଡ଼ି ପଲେଇଗଲେ। ସେଦିନ୍‌ଠାନୁ ୩ ନାତିନାତେନକର ବୋଝ୍‌ ଆଈବୁଢ଼ି ସୁଲୋଚନା(୬୫) ଉଠଉଛନ୍‌। ହେଲେ ବୁରୁଧ୍‌ ସୁଲୋଚନା ବି ବଡ଼ା କଷ୍‌ଟେ ଦୁଖ୍‌ସୁଖ କରି ନାତିନାତେନକଁର ଲାଗି ଆହାର ଯୁଟଉଛନ୍‌। ଏନ୍‌ତା ପରିସ୍ଥିତିରେ ଗଲା ଶୁକୁରବାର ସୁବାସ ବି ଆରପାରକେ ଚାଲିଯାଇଛନ୍‌। ଏହେଦେ ନାତିନାତେନକଁର ଭବିଷତ୍‌ ପୂରାପୂରି ବାଈବୁଢ଼ି ସୁଲୋଚନାକଁର ଉପରେ ଲଦି ହେଇଛେ। ହେଲେ ବଏସ୍‌ ଅଧ୍‌କା ହେବାର ଲାଗି ବୁରୁଧ୍‌ ସୁଲୋଚନା ବି ଆଘର ଲେଖେଁ କାମ୍‌ବୁତା କରି ନାଇଁପାରବାର। ମୁଇଁ ଆଏଁଖ୍‌ ମୁଜିଦେଲେ ଇ ଛୁଆକର କାଣା ହେବା, କେନ୍‌କେ ଯିବେ, ତାକର ଭବିଷତ୍‌ କାଣା ହେବା ବଲି ନାନା କଥା ଚିନ୍‌ତା କରି ସୁଲୋଚନା ହରମେଶା ଅଁାଖିରୁ ଲହ ଗଡ଼ଉଛନ୍‌। ଇଆଡ଼େ ନାତେନଟା ପଢ଼ବାର ଆରମ୍‌ କରିଥିଲାବେଲେ ମଝିଅଁା ନାତି ଘରେ ଖେଲାବୁଲା କରୁଛେ। ସେନ୍‌ତା ସାନ ନାତି ବାହୁବଳୀ(୨) ଏହେଦେ ବି ଅବୁଝା। ସେ ସବୁବେଲେ ମା’କେ ଝୁରି ହେବାର ସଂଗେ କ୍ଷୀର ଖାଏବାର ଲାଗି ଅରଷ୍‌ଟି କରୁଛେ। ଇ ଦୁଖି ପରିବାର ଉପରେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ନିଷ୍‌ପାପ ମା’ବାପ୍‌ ଛେଉଁଡ୍‌ ୩ ଭାଇଭହେନ୍‌କୁ ଥଇଥାନ କରବାରକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri