ଆଇସ୍‌ ଏଜ୍‌ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ

ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍‌ ଏଜ୍‌ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା ଏକ ହୋର୍ଣ୍ଡ ଲାର୍କ ପକ୍ଷୀର ଅବଶେଷ ବୋଲି କୁହାଯାଉଛି। ଏନେଇ କମ୍ୟୁନିକେଶନ ବାୟୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରଜାତିର ପକ୍ଷୀ ଏବେ ରୁଷିଆର ପୂର୍ବ ଅଞ୍ଚଳ ଏବଂ ମଙ୍ଗୋଲିଆରେ ଦେଖିବାକୁ ମିଳୁଥିବା ପ୍ରାଣୀବିଜ୍ଞାନୀ ସୂଚନା ଦେଇଛନ୍ତି। ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପକ୍ଷୀର ଅବଶେଷ ସୁରକ୍ଷିତ ରହିଛି। ସାଇବେରିଆରେ ପ୍ରବଳ ଥଣ୍ଡା ହେଉଥିବାରୁ ଏଭଳି ହୋଇଥିବା ଗବେଷକ କହିଛନ୍ତି। ବର୍ତ୍ତମାନ ଦୃଷ୍ଟି ଗୋଚର ହେଉଥିବା ଲାର୍କ ପକ୍ଷୀର ଏହା ପୂର୍ବଜ ବୋଲି ପ୍ରାଣୀବିଜ୍ଞାନୀ ଲଭ୍‌ ହେଲେନ୍‌ କହିଛନ୍ତି। ତାଙ୍କୁ ଏହି ଅବଶେଷ ପ୍ରାଣୀବିଜ୍ଞାନୀ ନିକାଲାଜ୍‌ ଡୁସେକସ୍‌ ଦେଇଥିବା ହେଲେନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସ୍ଥିତି ଉପରେ ଆମେରିକାର ନଜର, କହିଲା ଦୁଇ ଦେଶ ସୀମାରୁ ପଛକୁ ହଟିବାକୁ ନେଇ ଆମେ ଖୁସି

ୱାଶିଂଟନ,୨୭ ।୧: ଭାରତ-ଚାଇନା ସୀମା ସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ମୁଖ୍ୟ ଉପ ପ୍ରବକ୍ତା ବେଦାନ୍ତ ପଟେଲ କହିଛନ୍ତି ଆମେ ସୀମା ସଂଘର୍ଷର ସ୍ଥିତି...

ମା’ କାଳୀଙ୍କ ଆପତ୍ତିଜନକ ଫଟୋ ଟୁଇଟ କରିବା ପରେ କ୍ଷମା ମାଗିଲା ୟୁକ୍ରେନ

କ୍ୱିଭ,୨।୫: ରୁଷିଆ ସହ ୟୁକ୍ରେନର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନ ଏମିତି ଏକ କାମ କରିଛି...

ପଞ୍ଜାବରେ ସରକାର ଗଢ଼ିପାରେ ପିଟିଆଇ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପାର୍ଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ସରକାର ଗଠନ...

ସୋଲେଦାର ସହର କାବୁ କରିବା ନେଇ ରୁଷିଆର ରଣନୀତି

କିଭ୍‌,୧୧ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବୁଧବାର ଶୂନଠୁ କମ୍‌ ତାପମାତ୍ରାରେ ସୋଲେଦାର ସହରକୁ କାବୁ କରିବା ପାଇଁ ଦୁଇ ଦେଶର...

ପବନରେ ଝୁଲୁଛି ଏହି ମନ୍ଦିର

ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପବନରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପବନରେ...

କାହିଁକି ପାଳନ ହୁଏ ପ୍ରେମ ଦିବସ

ପ୍ରେମ ଶାଶ୍ୱତ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ...

ଭାରତରେ ୧୮ ବର୍ଷ ହେବା ପୂର୍ବରୁ ୨୩ ପ୍ରତିଶତ ନାବାଳିକାଙ୍କର ହେଉଛି ବିବାହ: ଜାତିସଂଘ ରିପୋର୍ଟ…

ଜେନେଭା,୨୦।୪ : ମିଳିତ ଜାତିସଂଘର ଜନସଂଖ୍ୟା ରିପୋର୍ଟ ୨୦୨୩ରେ ଶିକ୍ଷା, ପ୍ରଜନନ ସ୍ବାସ୍ଥ୍ୟ, ପରିବାର ଯୋଜନା, ଯୌନ ସମ୍ପର୍କ, ଭାରତରେ ମହିଳାମାନେ ଗ୍ରହଣ କରିଥିବା ଶିକ୍ଷା...

ପୂର୍ବ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪୦ରୁ ଅଧିକ ମୃତ

କଙ୍ଗୋ,୧।୯: ଆଫ୍ରିକୀୟ ଦେଶ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ ୪୦ରୁ ଅଧିକ ଲୋକ...

Advertisement
Archives

Model This Week