ଆଇସିସି ବୋର୍ଡ ବୈଠକ: ଅକ୍ଟୋବରରେ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ,୨୭।୫(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ଗୁରୁବାର ବସିବ। ଟେଲି କନଫରେନ୍ସ ମାଧ୍ୟମରେ ବସିବାକୁ ଥିବା ଏହି ବୈଠକ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ୨୦୨୨କୁ ଘୁଞ୍ଚାଇବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ଯଦି ଏହାହୁଏ ତାହାଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଅକ୍ଟୋବର ଓ୍ବିଣ୍ଡୋ ଖୋଲିବ। ଏ ସଂକ୍ରାନ୍ତରେ ବୈଠକରେ ଔପଚାରିକ ଘୋଷଣା କରାଯିବ ଆଶା ବୋଲି କରାଯାଉଛି। ସାରା ବିଶ୍ୱରେ କୋଭିଡ-୧୯ ମହାମାରୀର ଆତଙ୍କ ଚାଲୁ ରହିଥିବା ବେଳେ ଆଇସିସି ଏହି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଗଲେ ବୋର୍ଡର ସଦସ୍ୟମାନେ ଆଗାମୀ ମାସଗୁଡିକରେ ସେମାନଙ୍କ ଦ୍ୱିପାକ୍ଷିକ ସିରିଜ ନେଇ ନୂଆ ରୂପରେଖ ପ୍ରସ୍ତୁତି କରିବେ।
ଏହି ବୈଠକରେ ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଇବା ନେଇ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏ ନେଇ ଔପଚାରିକ ଘୋଷଣା ହେବ କି ନା ସେ ନେଇ ଦ୍ୱନ୍ଦ୍ୱ ରହିଛି ବୋଲି ଆଇସିସିର ଜଣେ ବୋର୍ଡ ମେମ୍ବର କହିଛନ୍ତି। ଏବେକାର ପରିସ୍ଥିତିରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା ଅସମ୍ଭବ ମନେ ହେଉଛି। ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ଓ ବିଶ୍ୱର ଅନ୍ୟ ଆଗଧାଡିର ବୋର୍ଡଗୁଡିକ ମଧ୍ୟ ଦ୍ୱିଧା ବୋଧ କରିବେ ନାହିଁ ବୋଲି ସେ କହିଛନ୍ତି।
ବୈଠକରେ କ୍ରିସ୍‌ ଟେଟଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ଇଭେଣ୍ଟ କିମିଟି ବିକଳ୍ପ ନେଇ କେତୋଟି ପ୍ରସ୍ତାବ ଦେବ। ଟି୨୦ ବିଶ୍ୱକପ୍‌କୁ ୨୦୨୨କୁ ଘୁଞ୍ଚାଯିବ ଓ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ୨୦୨୧ରେ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ। ପୁଣି ଭାରତ ଚଳିତବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ମହାମାରୀ କାରଣରୁ ସାରା ବିଶ୍ୱରେ କ୍ରିକେଟ ଠପ୍‌ ହେବା ହେତୁ ସବୁ ବୋର୍ଡ ଆର୍ଥିକ କ୍ଷତି ସହିଛନ୍ତି। ଫଳରେ ଏଥିରୁ ମୁକୁଳିବା ପାଇଁ ସବୁ ଦ୍ୱିପାକ୍ଷିକ ସିରିଜ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି। ବିଭିନ୍ନ ଦେଶ ସହ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋଟର୍‌ସ ନେଇ ମଧ୍ୟ ଆଲୋଚନା ହେବ। ଷ୍ଟାର ସ୍ପୋଟର୍‌ସ ଆଇସିସି ଇଭେଣ୍ଟ ସହିତ ଆଇପିଏଲ୍‌ ପ୍ରସାରଣ ଅଧିକାର ମଧ୍ୟ ହାସଲ କରିଛି।
୨୦୨୧ରେ ଟି୨୦ ବିଶ୍ୱକପ୍‌, ଏହାପୂର୍ବରୁ ଅକ୍ଟୋବର- ନଭେମ୍ବରରେ ଆଇପିଏଲ ଓ୍ବିଣ୍ଡୋ, ପୁଣି ମାର୍ଚ୍ଚ-ଏପ୍ରିଲରେ ଆଉଏକ ଆଇପିଏଲ ଆୟୋଜନର ବାସ୍ତବିକତା ଓ ବ୍ୟବସାୟିକ ବ୍ୟବହାରକାରିତା ନେଇ ପ୍ରଶ୍ନ ମଧ୍ୟ ଉଠିଛି। ଭାରତରେ କରୋନା ମହାମାରୀର ସ୍ଥିତି ନେଇ ସବୁକିଛି ନିର୍ଭର କରୁଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସମ୍ମୁଖରେ ଏକାଧିକ ଚ୍ୟାଲେଞ୍ଜ ରହିଛି। ଆଇପିଏଲର ବିଦେଶୀ ଖେଳାଳିଙ୍କୁ ୧୪ ଦିନର କ୍ୱାରାଣ୍ଟାଇନ୍‌ରେ ରଖାଯିବ।
ଭାରତରେ ଆୟୋଜନ ହେବାକୁ ଥିବା ୨୦୨୧ ଟି୨୦ ବିଶ୍ୱକପ୍‌ର ଟ୍ୟାକ୍ସ ଛାଡ ନେଇ ମଧ୍ୟ ଆଲୋଚନା ହେବ। ଆଇସିସିର ନୂଆ ଅଧ୍ୟକ୍ଷ ଚୟନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଧ୍ୟକ୍ଷ କଲିନ ଗ୍ରେଭ୍ସ ଏହି ପଦ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ସେହିପରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏହି ପଦ ଦୌଡ଼ରେ ସାମିଲ ହେବା ସମ୍ଭାବନା ରହିଛି। କିନ୍ତୁ ଏ ନେଇ ବିସିସିଆଇ ତରଫରୁ ଏ ନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ତେବେ ଆଇସିସି ଅଧ୍ୟକ୍ଷ ପାଇଁ ଗାଙ୍ଗୁଲିଙ୍କ ନିକଟରେ ଦକ୍ଷତା ରହିଛି ବୋଲି ବୋର୍ଡ କୋଷାଧ୍ୟକ୍ଷ ଅରୁଣ ଧୁମାଲ କିଛି ଦିନ ତଳେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ…

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭ା୫(ରବିନାରାୟଣ ଜେନା) ରାଜ୍ୟରେ କେଉଁ ବିଧାୟକଙ୍କ ପ୍ରଦର୍ଶନ ସର୍ବୋତ୍ତମ ତାହାକୁ ଓଡ଼ିଶା ବିଧାନସଭା ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣିବ। ଦୀର୍ଘ ୧୦ ବର୍ଷ ଧରି ବନ୍ଦ ରହିଥିବା ଏହି…

ଭାରତରେ କରୋନାଠାରୁ ବିପଜ୍ଜନକ ‘ଇବୋଲା’ ଭାଇରସର ଏଣ୍ଟ୍ରି! ଆଫ୍ରିକାରୁ ଫେରିଥିବା ୨୮ ବର୍ଷୀୟ ମହିଳା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୭।୫: ଆଫ୍ରିକାରେ ବ୍ୟାପିବା ପରେ ଏବେ ଭାରତରେ ଇବୋଲା ଭାଇରସ ମାମଲା ଦେଖାଯାଇଛି। ଉଗାଣ୍ଡାରୁ ଫେରିଥିବା ଜଣେ ମହିଳାଙ୍କଠାରେ ଇବୋଲା ଭାଇରସ ଲକ୍ଷଣ। ଏନେଇ କେନ୍ଦ୍ର…

OAS ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କଲେ କେନ୍ଦ୍ରାପଡ଼ା ଝିଅ: ବିଜୟନଗରରେ ଉତ୍ସବ ମାହୋଲ

ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର…

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା: ପୂରଣ ହେବ ଏତେ ପଦବୀ

ଭୁବନେଶ୍ୱର, ୨୭।୫: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ ଓ ସରକାରଙ୍କ ଗୃହ ବିଭାଗ ଦ୍ୱାରା OUSSSCକୁ ଚିଠି ଲେଖାଯାଇଛି।…

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri