Posted inଖେଳ

ଆଇସିସି ବିଶ୍ୱକପ୍‌: ଶାକିବ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ

ଢାକା, ୧୬।୪- ଆସନ୍ତା ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଲାଗି ମଙ୍ଗଳବାର ବାଂଲାଦେଶ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ମାଶ୍ରାଫି ମୋର୍ତାଜାଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ନୂଆମୂହଁ ଭାବେ ଦ୍ରୁତ ବୋଲର ଆବୁ ଜାୟେଦଙ୍କୁ ସ୍ଥାନ ମିଳିଛି। ୨୫ବର୍ଷୀୟ ଡାହାଣହାତୀ ବୋଲର ଜାୟେଦ ଗତବର୍ଷ ଜାତୀୟ ଦଳ ପକ୍ଷରୁ ଟେଷ୍ଟ ପଦାର୍ପଣ କରିଥିଲେ। ସେ ବର୍ତ୍ତମାନ ସୁଦ୍ଧା ୩ ଟି୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ତେବେ ସେ ବିଶ୍ୱକପ୍‌ ଅବସରରେ ଦିନିକିଆ କ୍ୟାରିୟର ଆରମ୍ଭ କରିବାର ସମ୍ଭାବନା ରହିଛି। ସେହିଭଳି ମୋର୍ତାଜାଙ୍କୁ ସହାୟତା ଲାଗି ବରିଷ୍ଠ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ହାସାନଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ବ୍ୟାଟ୍ସମ୍ୟାନ ମୋସାଡେକ ହୋସେନ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶେଷଥର ପାଇଁ ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ଏସିଆନ୍‌ କପ୍‌ରେ ସେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ବିଶ୍ୱକପ୍‌ ପରି ବଡ଼ ଟୁର୍ନାମେଣ୍ଟ ହୋଇଥିବାରୁ ଦଳରେ ଅଭିଜ୍ଞ ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ବାଂଲାଦେଶ କ୍ରିକେଟ ଚୟନ କମିଟିର ମୁଖ୍ୟ ମିନହାଜୁଲ ଆବେଦିନ କହିଛନ୍ତି। ଜୁନ ୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳି ବାଂଲାଦେଶ ବିଶ୍ୱକପ୍‌ରେ ଏହାର ଅଭିଯାନ ଆରମ୍ଭ କରିବ।
ବାଂଲାଦେଶ ବିଶ୍ୱକପ୍‌ ଦଳ: ମାଶ୍ରାଫି ମୋର୍ତାଜା (ଅଧିନାୟକ), ତାମିମ ଇକବାଲ, ଲିଟନ ଦାସ, ସୌମ୍ୟ ସର୍କାର, ମୁଶଫିକର ରହିମ୍‌ (ଉଇକେଟ୍‌କିପର), ମହମ୍ମଦୁଲ୍ଲା ରିୟାଦ, ଶାକିବ ଅଲ୍‌ ହାସାନ, ମହମ୍ମଦ ମିଥୁନ, ସବିର ରହମନ, ମୋସାକେ ହୋସେନ, ମହମ୍ମଦ ସୈଫଉଦ୍ଦିନ, ମେହିଦୀ ହାସାନ, ରୁବେଲ ହୋସେନ, ମୁସ୍ତାଫିଜୁର ରେହମାନ ଓ ଆବୁ ଜାୟେଦ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri