ଆଇସିସି ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ,୧୩।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କୁପର ଆସୋସିଏଟ କାଉଣ୍ଟି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନରଙ୍କ ଶତକ ସହ ୪୯ ଓଭରରେ ୩୦୭ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ୪୫.୪ ଓଭରରେ ୨୬୬ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଅଷ୍ଟ୍ରେଲିଆ ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୬ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ନ୍ୟୁଜିଲାଣ୍ଡ ସମାନ ୬ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ରନ୍‌ ରେଟ ହାସଲ କରି ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୨ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। ୧୦୭ ରନ(୧୧୧ ବଲ, ୧୧ ଚୌକା, ୧ ଛକା)ର ଶତକୀୟ ପାଳି ଖେଳିଥିବା ଓ୍ବାର୍ନର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୦୮ ରନ ଟାର୍ଗେଟର ପିଛା କରି ପାକିସ୍ତାନ ଲଢେଇ କରିଥିଲେ ମଧ୍ୟ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଦଳ ତରଫରୁ ଓପନର ଇମାମ ଉଲ ହକ୍‌ ସର୍ବାଧିକ ୫୩, ମହମ୍ମଦ ହାଫିଜ ୪୬, ଓ୍ବାହାବ ରିୟାଜ ୪୫, ଅଧିନାୟକ ସର୍ଫରାଜ ଅହମ୍ମଦ ୪୦, ହାସନ ଅଲି ୩୨ ଓ ବାବର ଆଜମ ୩୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ତାରକା ଓପନର ଫକର ଜମାନ, ଅଭିଜ୍ଞ ସୋଏବ ମଲିକ ଓ ମହମ୍ମଦ ଆମୀର ଖାତା ଖୋଲିପାରି ନ ଥିଲେ। ଅଷ୍ଟମ ଉଇକେଟରେ ରିୟାଜ ଓ ସର୍ଫରାଜ ୬୩ ବଲରୁ ୬୪ ରନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ରିୟାଜ ଆଉଟ ହେବା ପରେ ଶେଷ ଦୁଇଟି ଉଇକେଟର ପତନ ହୋଇଥିଲା। ତୃତୀୟ ଉଇକେଟରେ ହାଫିଜ ଓ ଇମାମ ୮୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ପ୍ୟାଟ କୁମିନ୍ସ ୩, ମିଚେଲ ଷ୍ଟାର୍କ ଓ କେନ ରିଚାର୍ଡସନ ଦୁଇଟି ଲେଖାଏ, ନାଥନ କଲ୍ଟର- ନାଇଲ ଓ ଫିଞ୍ଚ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ଜବରଦସ୍ତ ଆରମ୍ଭ କରିଥିଲା। ମିଡଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହେବା ଫଳରେ ଅଷ୍ଟ୍ରେଲିଆ ୩୦୭ ରନରେ ସୀମିତ ରହିଥିଲା। ଏକଦା ଅଷ୍ଟ୍ରେଲିଆ ୩୫୦ରୁ ଉର୍ଦ୍ଧ୍ୱ ରନ କରିବ ବୋଲି ଆଶା କରାଯାଉଥିଲା। ତେବେ ପାକିସ୍ତାନ ବୋଲରମାନେ ଖାସ୍‌ କରି ଦ୍ରୁତ ବୋଲର ମହମ୍ମଦ ଆମିର ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଏହି ସୁଯୋଗ ଦେଇ ନ ଥିଲେ। ପ୍ରଥମ ଉଇକେଟ ଯୋଡିରେ ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍‌ ୧୪୬ ରନ ସଂଗ୍ରହ କରିଥିଲେ। ଦଳ ପ୍ରଥମ ୧୦ ଓଭରରେ ୫୦ ରନ କରି ଦେଖିଚାହିଁ ଆରମ୍ଭ କରିଥିଲା। ତେବେ ୮୪ ବଲରୁ ୬ ଚୌକା ଓ ୪ ଛକା ସହ ଫିଞ୍ଚ୍‌ ୮୨ ରନ କରି ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଆମିରଙ୍କ ବଲ୍‌ରେ ହାଫିଜଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଆମିର ଏହି ବ୍ରେକ ଥ୍ରୁ ଦେବାପରେ ଅଷ୍ଟ୍ରେଲିଆ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା। ସେହିପରି ଓ୍ବାର୍ନର ୧୧୧ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ୧୦୭ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଶାହିନ ଆଫ୍ରିଦିଙ୍କ ବଲ୍‌ରେ ଇମାମ ଉଲ ହକ୍‌ଙ୍କୁ ଡିପ୍‌ ପଏଣ୍ଟରେ କ୍ୟାଚ୍‌ ଦେଇ ସେ ପ୍ୟାଭିଲିୟନ ଫେରିଥିଲେ। ଶତକ ହାସଲ କରିବା ସହ ଓ୍ବାର୍ନର ତାଙ୍କ ସମାଲୋଚକଙ୍କୁ ଚୁପ୍‌ କରାଇବାରେ ସଫଳ ହୋଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ବିଫଳ ହୋଇଥିଲେ। ଏହି କ୍ରମରେ ଷ୍ଟିଭେନ ସ୍ମିଥ୍‌ ୧୦, ଗ୍ଲେନ ମ୍ୟାକ୍ସଓ୍ବେଲ ୧୦ ବଲରୁ ୨୦, ଶନ ମାର୍ଶ ୨୩, ଉସ୍‌ମାନ ଖ୍ବାଜା ୧୮ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରୀ ୨୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ନିମ୍ନକ୍ରମର ୪ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ନାଥନ କଲ୍ଟର- ନାଇଲ ୨, ପ୍ୟାଟ କୁମିନ୍ସ ୨, ମିଚେଲ ଷ୍ଟାର୍କ ୩ ରନ କରି ଆଉଟ ହୋଇଥିବା ବେଳେ କେନ୍‌ ରିଚାର୍ଡସନ ୧ ରନ କରି ଅପରାଜିତ ରହିଥିଲେ। ଆମିର ଜବରଦସ୍ତ ବୋଲିଂ କରି ଅଷ୍ଟ୍ରେଲିଆର ବିପର୍ଯ୍ୟୟ ଘଟାଇଥିଲେ। ତେବେ ଏହା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ୩୦୦ ରନ ପାର କରିବାରେ ରୋକି ପାରି ନ ଥିଲେ। ଆମିର ୧୦ ଓଭର ବୋଲିଂ କରି ୨ ମେଡେନ ନେବା ସହ ମାତ୍ର ୩୦ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାହିନ ଶାହ ଆଫ୍ରିଦି ୨, ହାସନ ଅଲି, ଓ୍ବାହାବ ରିୟାଜ ଓ ହାଫିଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୪୯ ଓଭରରେ ୩୦୭ ଅଲଆଉଟ୍‌
(ଓ୍ବାର୍ନର- ୧୦୭, ଫିଞ୍ଚ୍‌- ୮୨, ଆମିର- ୫/୩୦, ଆଫ୍ରିଦି- ୨/୭୦)।
ପାକିସ୍ତାନ ୪୫.୪ ଓଭରରେ ୨୬୬ ଅଲଆଉଟ
(ଇମାମ- ୫୩, ହାଫିଜ- ୪୬, ରିୟାଜ- ୪୫, ସର୍ଫରାଜ- ୪୦, କୁମିନ୍ସ- ୩/୩୩, ଷ୍ଟାର୍କ- ୨/୪୩, ରିଚାର୍ଡସନ- ୨/୬୨)।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri