Posted inଖେଳ

ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍‌ ମେସେଜ

ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି। ଆଇସିସି ବୁଧବାର ଶକିବଙ୍କ ନିକଟକୁ ଭାରତୀୟ ବୁକି ଦୀପକ ଅଗ୍ରଓ୍ବାଲଙ୍କ ଆଡ଼ୁ ହୋଇଥିବା ହ୍ବାଟସଆପ ମେସେଜ ଅଫିସିଆଲ ଓ୍ବେବସାଇଟ୍‌ରେ ପ୍ରକାଶ କରିଛି। ୭ ପୃଷ୍ଠା ସମ୍ଭଳିତ ରିପୋର୍ଟ ଅନୁଯାୟୀ, ଶକିବ ୧୯ ଜାନୁୟାରୀ ୨୦୧୮ ଦିନ ଏକ ହ୍ବାଟସଆପ ମେସେଜ ରିସିଭ କରିଥିଲେ। ସେଥିରେ ଲେଖାଥିଲା, ସେହିଦିନର ମ୍ୟାଚ୍‌ରେ ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ହେବା ପାଇଁ ଶୁଭେଚ୍ଛା। ପରବର୍ତ୍ତୀ ମେସେଜରେ ଆମେ ସାଥି ହୋଇ କାର୍ଯ୍ୟ କରୁଛୁ ନା ମୁଁ ଆଇପିଏଲ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି ବୋଲି ପ୍ରଶ୍ନ କରାଯାଇଥିଲା। ଏଠାରେ କାର୍ଯ୍ୟ ମାନେ ଦଳୀୟ ତଥ୍ୟ ଯଥା ଷ୍ଟାଟେଜି ପ୍ରକାଶ କରିବା। ଶକିବ ଏହି ମେସେଜ ସମ୍ପର୍କରେ ଆଇସିସିର ଦୁର୍ନୀତି ନିରୋଧି ବିଭାଗ (ଏସିୟୁ)କୁ ଜଣାଇ ନ ଥିଲେ। ଉକ୍ତ ମେସେଜ ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାଓ୍ବେକୁ ନେଇ ଅନୁଷ୍ଠିତ ହୋଇଥିବା ତ୍ରିରାଷ୍ଟ୍ରୀୟ ସିରିଜ୍‌ବେଳେ ହୋଇଥିଲା। ଜାନୁୟାରୀ ୨୩ ତାରିଖରେ ଅଗ୍ରଓ୍ବାଲ ଆଉ ଥରେ ଉଦ୍ୟମ କରି ଲେଖିଥିଲେ ‘ଭାଇ, ଏ ସିରିଜ୍‌ରେ କିଛି ହେବ?’। ସମାନ ବୁକି ଶକିବଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ବେଳେ ସନରାଇଜର୍ସ ଓ କିଙ୍ଗ୍ସ ଏକାଦଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ମଧ୍ୟ ମେସେଜ କରିଥିଲେ। ସେହି ମ୍ୟାଚ୍‌ରେ ଜଣେ ନିର୍ଦ୍ଧିଷ୍ଟ ଖେଳାଳିଙ୍କୁ ସୁଯୋଗ ମିଳିବ କି ନାହିଁ ବୋଲି ବୁକି ପ୍ରଶ୍ନ କରିଥିଲେ। ନିକଟରେ ଶକିବଙ୍କ ନେତୃତ୍ୱରେ ଦେଶର ଖେଳାଳିମାନେ ଷ୍ଟ୍ରାଇକ କରିଥିଲେ। ଗତ ୨୩ ତାରିଖରେ ଷ୍ଟ୍ରାଇକରୁ ଫେରିବା ପରେ ଦକ୍ଷ ଅଲରାଉଣ୍ଡର ଭାରତ ସିରିଜ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଭାରତ ବିପକ୍ଷ ଟି୨୦ ସିରିଜ୍‌ ଆସନ୍ତା ୩ ତାରିଖରୁ ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ‘ରାଜା’ଙ୍କୁ ଭବ୍ୟ ସ୍ବାଗତ

ଦୁବାଇ,୧୮।୧୦:ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ପୁଣିଥରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଏଥର ସେ ଟି -୨୦ ବିଶ୍ୱକପରେ ବିରାଟ...

ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡ଼ିଥିଲେ ବ୍ରାଡମ୍ୟାନ

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୫୨ ଟେଷ୍ଟ ଖେଳି ୬,୯୯୬ ରନ୍‌...

ଟେଷ୍ଟରେ ନମ୍ବର ଓ ନାମ ଚିହ୍ନିତ ଜର୍ସି ହାସ୍ୟାସ୍ପଦ ମନେ ହେଉଛି: ଲୀ

ମେଲବୋର୍ନ,୩।୮(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହା ସ୍ବାଗତଯୋଗ୍ୟ। ତେବେ ଟେଷ୍ଟ ମ୍ୟାଚ୍‌ରେ...

କେକେଆର୍‌ରେ ଯୋଗଦେଲେ ହରଭଜନ

ମୁମ୍ବାଇ, ୨୮ା୩ (ପି.ଟି.)-ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ର ସ୍ପିନ ବିଭାଗରେ ସଦ୍ୟ ଯୋଗଦାନ କରିଛନ୍ତି ଭେଟେରାନ ହରଭଜନ ସିଂ। ଶନିବାର ଅପରାହ୍ନରେ ସେ...

ଟିମ୍ ଇଣ୍ଡିଆରେ ମିଳିଲାନି ସୁଯୋଗ, ଧାଓ୍ବନ କହିଲେ…

ନୂଆଦିଲ୍ଲୀ, ୧୧। ୮: ବିସିସିଆଇ ପକ୍ଷରୁ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ଏସିଆନ୍ ଗେମ୍ସ ଲାଗି ଦଳ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଖେଳାଳି ଶିଖର ଧାଓ୍ବନ...

ପେସ୍‌-ରେହା ଭରଣପୋଷଣ ମାମଲା: ଫ୍ୟାମିଲି କୋର୍ଟକୁ ବର୍ଷେ ସମୟ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୩ା୭(ପି.ଟି.): ଭେଟେରାନ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ ଓ ତାଙ୍କ ପୂର୍ବତନ ଲିଭ୍‌-ଇନ୍‌ ପାର୍ଟନର ରେହା ପିଲାଇଙ୍କ ଭରଣପୋଷଣ ମାମଲା ଆଗାମୀ ୧ ବର୍ଷ ମଧ୍ୟରେ...

ମହିଳା ବକ୍ସର ମେୟର କୋଭିଡ୍‌-୧୯ ପଜିଟିଭ୍‌

ଓ୍ବାଶିଂଟନ, ୮।୬ (ଏପି): ଆମେରିକୀୟ ପେସାଦାର ମହିଳା ଜୁନିୟର ଲଇଟ୍‌ଓ୍ବେଟ ବକ୍ସର ମିକାଇଲା ମେୟର କୋଭିଡ୍‌-୧୯ରେ ସଂକ୍ରମିତ ବୋଲି ଜଣାପଡିଛି। ଟେଷ୍ଟରେ ପଜିଟିଭ୍‌ ବୋଲି ସେ...

ସୋରିଷ କ୍ଷେତରେ ଶାହରୁଖ ଖାନ୍‌ଙ୍କ ଭଳି ନଜର ଆସିଲେ ଏହି ବିଦେଶୀ ଖେଳାଳି

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ଫିଲ୍ମ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ...

Advertisement
Archives

Model This Week