Posted inଖେଳ

ଆଇସିସି ଦିନିକିଆ, ଟେଷ୍ଟ ଦଳ: କୋହଲି ଅଧିନାୟକ

ଦୁବାଇ,୧୫।୧(ପି.ଟି.): ବ୍ୟାଟିଂ ସୁପରଷ୍ଟାର ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ବିବେଚିତ ହୋଇଛନ୍ତି। କ୍ରମାଗତ ତୃତୀୟଥର ପାଇଁ କୋହଲି ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ବୁଧବାର ଆଇସିସି ବର୍ଷର ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରିଛି। ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ କୋହଲିଙ୍କୁ ଏହି ଦୁଇ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। କୋହଲିଙ୍କ ବାଦ୍‌ଦେଲେ ଅନ୍ୟ ୪ ଜଣ ଭାରତୀୟ କ୍ରିକେଟ ମଧ୍ୟ ଆଇସିସି ଦିନିକିଆ ଓ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦ୍ୱିଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ବାଲ, ଓପନର ରୋହିତ ଶର୍ମା, ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ ଦଳରେ ସ୍ଥାନ ପାଇଥିବା ବେଳେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
୨୦୧୯ରେ ଦୁଇଟି ଯାକ ଫର୍ମାଟ୍‌ରେ କୋହଲି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୩୧ ବର୍ଷୀୟ କୋହଲି ଏହି ବର୍ଷ କ୍ୟାରିୟରର ସପ୍ତମ ଟେଷ୍ଟ ଦ୍ୱିଶତକ ଅର୍ଜନ କରିଛନ୍ତି। ଗତ ଅକ୍ଟୋବରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷଥର ପାଇଁ ୨୫୪ ରନର ଦ୍ୱିଶତକ ଅର୍ଜନ କରିଥିଲେ। ମୟଙ୍କଙ୍କ ପାଇଁ ଏହି ବର୍ଷ ବ୍ରେକ୍‌ ଥ୍ରୁର ବର୍ଷ ସାବ୍ୟସ୍ତ ହୋଇଛି। ସେ ଏହି ବର୍ଷ ଦୁଇଟି ଦ୍ୱିଶତକ, ଗୋଟିଏ ଶତକ, ଦୁଇଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି। ଗତ ନଭେମ୍ବରରେ ସେ ବାଂଲାଦେଶ ବିପକ୍ଷରେ କ୍ୟାରିୟର ଶ୍ରେଷ୍ଠ ୨୪୩ ରନର ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଦିନିକିଆରେ ଉପ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଐତିହାସିକ ପ୍ରଦର୍ଶନ କରିଥିଲେ। ଏହି ମେଗା ଇଭେଣ୍ଟରେ ସେ ୫ଟି ଶତକ ହାସଲ କରିବା ସହ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ସେହିପରି ରିଷ୍ଟ ସ୍ପିନର କୁଲଦୀପ ଏହି ବର୍ଷ ଦିନିକିଆରେ ଦୁଇଟି ହ୍ୟାଟ୍ରିକ ଅର୍ଜନ କରି ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ଗତମାସ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସେ କ୍ୟାରିୟର ଦ୍ୱିତୀୟ ହ୍ୟାଟ୍ରିକ ଉଇକେଟ ଅର୍ଜନ କରିଥିଲେ।
ସେହିପରି ତାରାକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ମହମ୍ମଦ ସାମି ସୁଯୋଗର ସଦ୍‌ ବ୍ୟବହାର କରି ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ଗତ ୧୨ ମାସ ମଧ୍ୟରେ ୨୧ଟି ଦିନିକିଆ ଖେଳି ସେ ୪୨ଟି ଉଇକେଟ ହାସଲ କରିଛନ୍ତି।
୨୦୧୯ର ଆଇସିସି ଟିମ୍‌ ଅଫ୍‌ ଦି ଇୟର:
ଦିନିକିଆ ଦଳ (ବ୍ୟାଟିଂ ଅର୍ଡରରେ)- ରୋହିତ ଶର୍ମା, ସାଇ ହୋପ୍‌, ବିରାଟ କୋହଲି (ଅଧିନାୟକ), ବାବର ଆଜମ, କେନ୍‌ ଓ୍ବିଲିୟମସନ, ବେନ୍‌ ଷ୍ଟୋକ୍ସ, ଜୋସ ବଟଲର (ଉଇକେଟ କିପର), ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ମହମ୍ମଦ ସାମି ଓ କୁଲଦୀପ ଯାଦବ।
ଟେଷ୍ଟ ଦଳ (ବ୍ୟାଟିଂ ଅର୍ଡରରେ)- ମୟଙ୍କ ଅଗ୍ରଓ୍ବାଲ, ଟମ୍‌ ଲାଥମ, ମାର୍ନସ ଲାବୁସେନ, ବିରାଟ କୋହଲି (ଅଧିନାୟକ), ଷ୍ଟିଭ୍‌ ସ୍ମିଥ୍‌, ବେନ୍‌ ଷ୍ଟୋକ୍ସ, ବିଜେ ଓ୍ବଟଲିଂ (ଉଇକେଟକିପର), ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ନିଲ ଓ୍ବାଗନର ଓ ନାଥନ ଲିୟନ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri