Posted inଖେଳ

ଆଇସିସିର ଆକସ୍ମିକ ଯୋଜନା ବୈଠକ ଆଜି

ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କୋଭିଡ୍‌-୧୯ ସଂକ୍ରମଣ ବିଶ୍ୱ କ୍ରୀଡ଼ାଜଗତକୁ ସ୍ଥିର କରିଦେଇଛି। ଏହିପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଡକାଯାଇଛି। ଏଥିରେ ସଦସ୍ୟମାନେ ସାମ୍ପ୍ରତିକ ପରିସ୍ଥିତିରେ ଆଇସିସିର ଆକସ୍ମିକ ଯୋଜନା ସମ୍ପର୍କରେ ଆଲୋଚନା ହେବ। ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକ ହେବ। ୨୦୨୦ରେ ଆଇସିସିର ହାଇପ୍ରୋଫାଇଲ ଇଭେଣ୍ଟ ପୁରୁଷ ଟି୨୦ ବିଶ୍ୱକପ୍‌ ଅକ୍ଟୋବର-ନଭେମ୍ବର ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ସ୍ବରୂପ କେତୋଟି ଦ୍ୱିପାକ୍ଷିକ ସିରିଜ ଖେଳାଯିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ସିରିଜକୁ ଯଦି ବାତିଲ କରିବାକୁ ପଡ଼େ ତେବେ ପଏଣ୍ଟ ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରିବା ହେବ ଆଦି ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହେବ। କରୋନା ଭାଇରସ୍‌ର ଆବିର୍ଭାବ ପରେ ଇଂଲଣ୍ଡ ଏହାର ଶ୍ରୀଲଙ୍କା ଟୁର୍‌କୁ ସ୍ଥଗିତ ରଖିଛି। କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇ ଇତିମଧ୍ୟରେ ୨୦,୦୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି ଯେ, କେତେବେଳେ ସ୍ବାଭାବିକ ଅବସ୍ଥା ଫେରିବ ତାହା ପୂର୍ବାନୁମାନ କରିବା କଷ୍ଟକର। ଯଦି ଲକ୍‌ ଡାଉନ୍‌ ୨ମାସ ଧରି ଜାରି ରୁହେ ତେବେ ସେଥିପାଇଁ ଆମକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ (ଏଫ୍‌ଟିପି) ଶେଷ ହୋଇ ପାରିବ କି ନା ସେନେଇ ସନ୍ଦେହ ରହିଛି ବୋଲି ଏକ ସଦସ୍ୟ ରାଷ୍ଟ୍ରର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଗେମ୍ସ ପାଇଁ ପଏଣ୍ଟ ବଣ୍ଟନ ବ୍ୟବସ୍ଥା ଜାରି ରଖାଯିବା ନା ସ୍ଥଗିତ ରଖାଯିବ ତାହା ମଧ୍ୟ ଏକ ପ୍ରସଙ୍ଗ। ଜୁନ୍‌ ଓ ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶ ଘରୋଇ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ସେହିପରି ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବା ଯୋଜନା ରହିଛି। ବର୍ତ୍ତମାନ ପରିସ୍ଥିତିରେ ପଏଣ୍ଟ ବଣ୍ଟନ ବ୍ୟବସ୍ଥାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଏକ ପ୍ରଶ୍ନ। ଉଭୟ ଦଳକୁ ୬୦ପଏଣ୍ଟ ଲେଖାଏଁ ବାଣ୍ଟିଦିଆଯିବ କି ନା ସେ ବିଷୟରେ ଆଲୋଚନା ହୋଇପାରେ। ଏବେକା ପରିସ୍ଥିତି ଅନୁଧ୍ୟାନ କରାଗଲେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପାଇଁ କୌଣସି ବିପଦ ଥିବା ବିଷୟ ମନେ ହେଉନାହିଁ। ମାତ୍ର ଯଦି ଲକ୍‌ଡାନ୍‌କୁ ୨ରୁ ୩ ମାସ ଜାରି ରଖାଯାଏ ତେବେ ସେ ସମୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ହୁଏତ ଯାତାୟାତ କ୍ଷେତ୍ରରେ କଟକଣା ଜାରି କରିପାରେ। ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟ କାର୍ଯ୍ୟକଳାପ ସ୍ଥଗିତ ରଖାଯିବା ଦ୍ୱାରା ସଦସ୍ୟ ରାଷ୍ଟ୍ରଗୁଡ଼ିକର ରାଜସ୍ବ ସ୍ରୋତରେ ଅଙ୍କୁଶ ଲାଗିବ। ଏହାର ଫଳାଫଳ କ’ଣ ହେବ ତାହା ଅନୁମାନ ଲଗାଇବା କଷ୍ଟକର। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ସମ୍ଭବତଃ ସଭାପତି ସୌରଭ ଗାଙ୍ଗୁଲି ବୋର୍ଡ ବୈଠକରେ ପ୍ରତିନିଧିତ୍ୱ କରିପାରନ୍ତି। ଗାଙ୍ଗୁଲ ଯଦିବ ଅବା ଭାଗ ନ ନିଅନ୍ତି ତେବେ ସମ୍ପାଦକ ଜୟ ଶାହା ଏଥିରେ ଅଂଶଗ୍ରହଣ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri