ଆଇଫୋନ୍‌ ଆପ୍ପଲକୁ ସେଓ ବୁଝି ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ପାକିସ୍ତାନି ଉପସ୍ଥାପିକା

ଇସ୍‌ଲାମାବାଦ,୮।୭: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନି ଉପସ୍ଥାପିକା ଟେଲିଭିଜନରେ ଚାଲୁଥିବା ଚର୍ଚ୍ଚା ସମୟରେ ପ୍ୟାନେଲିଷ୍ଟ ଟେକ୍ନୋଲୋଜି ବିଷୟରେ ଆଲୋଚନା କରୁଥିବା ବେଳେ ଆପ୍ପଲ ଫୋନ୍‌ କଥା ଉଠାଇଥିଲେ। ହେଲେ ଉପସ୍ଥାପିକା ଜଣକ ଏହାକୁ ସେଓ ବୋଲି ବୁଝି ନେଇଥିଲେ। ଏହି ଭିଡିଓକୁ ଖବରଦାତା ନାୟଲା ଇନାୟନ ସୋସିଆଲ ମିଡିଆରେ ଶେୟାର କରିବାରୁ ଏବେ ଏହା ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଭିଡିଓରେ ଉପସ୍ଥାପିକା ଜଣକ ପ୍ୟାନେଲରେ ଉପସ୍ଥିତ ଥିବା ଜଣେ ଅତିଥିଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ପାକିସ୍ତାନର ଆର୍ଥିକ ସ୍ଥିତି ଉପରେ ଆଲୋଚନା ହେଉଥିଲା। ଅତିଥି ଜଣଙ୍କ ପାକିସ୍ତାନରେ ବାର୍ଷିକ ବଜେଟର ତୁଳନା କରି ଆପ୍ପଲ ଫୋନର ବ୍ୟବସାୟ ସର୍ବାଧିକ ବୋଲି କହିଥିଲେ। ଆଉ ଏହାକୁ ଉପସ୍ଥାପିକା ଜଣକ ସେଓ ବୋଲି ବୁଝି ନେଇ କହିଥିଲେ, ହଁ ମୁଁ ବି ଜାଣିଛି କି ପାକିସ୍ତାନରେ ଗୋଟିଏ ସେଓର ଦାମ୍‌ ବହୁତ ମହଙ୍ଗା ହୋଇଯାଇଥିଲା। ଏହାପରେ ଷ୍ଟୁଡିଓରେ ଉପସ୍ଥିତ ଥିବା ଅତିଥି ଏହାକୁ ଠିକ୍‌ କରି କହିଥିଲେ କି ସେ ଟେକ୍ନୋଲଜି କମ୍ପାନୀ ଆପ୍ପଲ କଥା କହୁଛନ୍ତି। ଏହାପରେ ଉପସ୍ଥାପିକା ଜଣଙ୍କ ନିଜର ଭୁଲ୍‌ ବୁଝିପାରି ହସିଦେବା ସହ ଆଲୋଚନାକୁ ଆଗକୁ ବଢାଇଥିଲେ। ହେଲେ ସେହି ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଉପସ୍ଥାପିକା ଜଣଙ୍କ ଟ୍ରୋଲ୍‌ର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ଦିନ ହେଲା ବଙ୍କରରେ ଲୁଚି ରହିଛନ୍ତି ସାଧାରଣ ନାଗରିକ: ସାମ୍ନାକୁ ଆସିଲା ୟୁକ୍ରେନବାସୀଙ୍କ ଦାରୁଣ ଦୁଃଖ

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନିରୀହ ସାଧାରଣ ନାଗରିକ ଟାର୍ଗେଟ ହେଉଛନ୍ତି। ୟୁକ୍ରେନର କ୍ୱିଭ ଓ ଖାର୍କ୍ୱିଭ ସହରରେ ରୁଷିଆ...

ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍‌

ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ...

ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି...

ଇସ୍ରାଏଲ୍‌ ନିର୍ବାଚନ: ନେତାନ୍ୟାହୁଙ୍କ ପାଇଁ କଡ଼ା ପରୀକ୍ଷା

ଜେରୁଜେଲମ୍‌,୨୩।୩: ମଙ୍ଗଳବାର ଇସ୍ରାଏଲ୍‌ରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ନିର୍ବାଚନ ହେଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ପାଇଁ ଏହା କଡ଼ା ପରୀକ୍ଷା ନେଇ...

କୁକୁର ସୁଙ୍ଘିଲେ ଜାଣିପାରୁଛି କିଏ କରୋନା ପଜିଟିଭ

ୱାଶିଂଟନ,୧୩ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି । କରୋନା ଟେଷ୍ଟ କରିବାକୁ ହେଲେ ବି ଏବେ ପର୍ଯ୍ୟନ୍ତ କେତେକ...

ଗଣତନ୍ତ୍ରର ହତ୍ୟା: ଶୀଘ୍ର ଟ୍ରମ୍ପ୍‌ଙ୍କୁ ହଟାଯାଉ

ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମର୍ଥକଙ୍କ ପକ୍ଷରୁ ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଡ଼ା ନିନ୍ଦା କରିଛନ୍ତି। ଶୀଘ୍ର...

ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୫।୧୨- ଅନ୍ତିମ ଚରଣରେ ପହଞ୍ଚତ୍ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଜାରି ରଖିଛି। ଆମେରିକାର ଓ୍ବାଲ ଷ୍ଟ୍ରିଟ୍‌ ସାମ୍ବାଦିକ ଡାନିଏଲ ପର୍ଲଙ୍କ...

ବସ୍‌ ତେଲ ଟ୍ୟାଙ୍କର ଧକ୍କା, ୨୦ ଜୀବନ୍ତ ଦଗ୍ଧ…

ଇସଲାମାବାଦ, ୧୬।୮ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାହୋରଠାରୁ...

Advertisement
Archives

Model This Week