Posted inଖେଳ

ଆଇପିଏଲ୍‌-୧୩: ନିଲାମୀରେ ୭୧୩ ଭାରତୀୟ, ୨୫୮ ବିଦେଶୀ

ନୂଆଦିଲ୍ଲୀ, ୩।୧୨ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ତଥା ତ୍ରୟୋଦଶ ସଂସ୍କରଣ ଲାଗି ମୋଟ୍‌ ୯୭୧ ଜଣ ଖେଳାଳି ନିଲାମୀରେ ସ୍ଥାନ ପାଇଛନ୍ତି। ଯେଉଁଥିରେ ୭୧୩ ଜଣ ଭାରତୀୟ ଓ ୨୫୮ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆରୁ ସର୍ବାଧିକ ୫୫ ଖେଳାଳି ନିଲାମୀରେ ରହିଥିବାବେଳେ ଏହା ପଛକୁ ଦକ୍ଷିଣ ଆଫ୍ରିକା (୫୪), ଶ୍ରୀଲଙ୍କା (୩୯), ଓ୍ବେଷ୍ଟଇଣ୍ଡିଜ (୩୪), ନ୍ୟୁଜିଲାଣ୍ଡ (୨୪), ଇଂଲଣ୍ଡ (୨୨), ଆଫଗାନିସ୍ତାନ (୧୯), ବାଂଲାଦେଶ (୬), ଜିମ୍ବାଓ୍ବେ (୩) ଓ ୟୁଏସ୍‌ଏ (୧) ରହିଛି। ସେହିଭଳି ୨୧୫ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିବାବେଳେ ୭୫୪ ଜଣ ବିଭିନ୍ନ ଦେଶର ଘରୋଇ କ୍ରିକେଟର୍‌ ଏବଂ ୨ଜଣ ଆସୋସିଏଟ୍‌ ସଦସ୍ୟ ଦେଶର ଖେଳାଳି ରହିଛନ୍ତି। ୨୦୨୦ ସଂସ୍କରଣ ଲାଗି ବିଭିନ୍ନ ଦଳରେ ମୋଟ୍‌ ୭୩ ସ୍ଥାନ ଖାଲି ରହିଛି। ଆସନ୍ତା ୧୯ରେ କୋଲକାତାଠାରେ ଖେଳାଳି ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ଖେଳାଳି ରେଜିଷ୍ଟ୍ରେଶନ ପାଇଁ ନଭେମ୍ବର ୩୦ ଅନ୍ତିମ ତାରିଖ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?