ଆଇପିଏଲରୁ ବାଦ୍‌ ପଡ଼ିଲେ ଆର୍ଚର

ଲଣ୍ଡନ,୬।୨(ପି.ଟି.)- ଇଂଲଣ୍ଡ ଦଳର ଅଗ୍ରଣୀ ପେସର ଜୋଫ୍ରା ଆର୍ଚର ଗୁରୁବାର ଆଇପିଏଲର ୧୩ତମ ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ କହୁଣିରେ ଆଘାତ ଲାଗିଛି। ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଆର୍ଚର ୩ ମାସ ପାଇଁ ପଡ଼ିଆଠୁ ଦୂରେଇ ରହିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ମଧ୍ୟ ଖେଳିପାରିବେ ନାହିଁ। ଜୁନରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସେ ଫେରିପାରନ୍ତି ବୋଲି ଇସିବି ପକ୍ଷରୁ କୁହାଯାଇଛି। ବାର୍ବାଡସରେ ଜନ୍ମିତ ୨୪ ବର୍ଷୀୟ ପେସର ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୭ ଟେଷ୍ଟ ଓ ୧୪ ଦିନିକିଆ ଖେଳି ଯଥାକ୍ରମେ ୩୦ ଓ ୨୩ ଉଇକେଟ ହାତେଇଛନ୍ତି। ତାଙ୍କ ଅନୁପସ୍ଥିତି ରାଜସ୍ଥାନ ଫ୍ରାଞ୍ଚାଇଜ ପାଇଁ ଏକ ବଡ଼ କ୍ଷତି। ସେ ୨୧ ଆଇପିଏଲ ମ୍ୟାଚ୍‌ରେ ୨୬ ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ମାଲକାନଗିରିର ବିଟୁ ସାମିଲ

ମାଲକାନଗିରି,୨୫ା୧୨ (ସ.ପ୍ର.): ମାଲକାନଗିରି ଜିଲାର ବିଟୁ ଶାହା ଓଡିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଓଡିଶା କ୍ରିକେଟ ଦଳରେ ସେ ସ୍ଥାନ...

କୋହଲିଙ୍କୁ ସହ ଘଟିଲା ଏମିତି, ବୋଲର୍‌ଙ୍କୁ ମାଗିବାକୁ ପଡିଲା କ୍ଷମା: ଦେଖନ୍ତୁ ଭିଡିଓ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ...

ଏକ ଯୁଗର ସମାପ୍ତି!

କେପଡାଉନ୍‌,୧୯।୧୧:ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି ଭିଲିୟର୍ସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଡି ଭିଲିୟର୍ସ ମଧ୍ୟ ଆଇପିଏଲ୍‌ ୨୦୨୨ ରେ ଅଂଶଗ୍ରହଣ କରିବେ ନାହିଁ...

ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ ଦଳକୁ ବଡ଼ ଝଟ୍‌କା

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟ ଚତୁର୍ଥ ଟେଷ୍ଟ ଓଭାଲରେ ଖେଳାଯାଉଛି। ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ ଦଳକୁ ଏକ ଝଟ୍‌କା ଲାଗିଛି । ଦଳର ମୁଖ୍ୟ...

ତଥାପି ରେକର୍ଡ ଭାଙ୍ଗି ପାରିଲେ ନାହିଁ ପୂଜାରା

ସାଉଥାମ୍ପଟନ,୧୯।୬: ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ। ଖାତା ଖୋଲିବା ପାଇଁ ତାଙ୍କୁ ୩୫ଟି...

ସପରିବାରେ ଯାଇପାରିବେନି ପାକିସ୍ତାନ ଖେଳାଳି

କରାଚୀ, ୧୬ା୬ (ପି.ଟି.)-ଇଂଲଣ୍ଡ ଟୁର୍‌ ବେଳେ ଖେଳାଳି ଓ ଅଫିସିଆଲମାନେ ସେମାନଙ୍କ ସାଥିରେ ପରିବାର ନେଇ ଯିବାକୁ ଅନୁମତି ଦେବ ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ...

‘ବିଜୟକୁ ଚିହ୍ନିବା ବ୍ୟକ୍ତି ଆଗକୁ ବଢ଼ିଥାଏ’

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି)- ”କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ କରାଯାଏ ତାହାର ଫଳ ଭଗବାନ ଦେଇଥାନ୍ତି। କୌଣସି କଠିନ ପରିସ୍ଥିତି ସାମ୍‌ନାକୁ ଆସିଲେ ତାହାକୁ...

ସଚିନ ତେନ୍ଦୁଲକରଙ୍କୁ ବାରମ୍ବାର ସ୍ବପ୍ନରେ ଦେଖୁଥିଲେ ଅଷ୍ଟ୍ରେଲିଆର ଏହି ମହାନ ଖେଳାଳି

ଶେଷରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ। କ୍ରିକେଟରେ ନୁହେଁ, ନିଜ ଜୀବନରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅର୍ଥାତ୍‌ ଶୁକ୍ରବାର ସେ...

Advertisement
Archives

Model This Week