ଆଇନଜୀବୀ ଓ ଯୁବନେତାଙ୍କୁ ପୋଲିସର ମାଡ଼

ଆନନ୍ଦପୁର,୨୬।୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସ୍ପେଶାଲ ସ୍କାଡ୍‌ରେ କାର୍ଯ୍ୟ କରୁଥିବା ରାମଚନ୍ଦ୍ରପୁର ଥାନାର ଜଣେ ଏସଆଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବ୍ରିଜ ଛକ ନିକଟରୁ ଜଣେ ଆଇନଜୀବୀଙ୍କୁ ମାଡ଼ ମାରି ଉଠାଇ ନେବା ବେଳେ ସେଠାରେ ଉପସ୍ଥିତ ଜଣେ ଭାଜପା ଯୁବନେତାଙ୍କୁ ମାଡ ମାରିବା ନେଇ ପୋଲିସରେ ଅଭିଯୋଗ ହୋଇଛି। ଆନନ୍ଦପୁର ପୋଲିସ ଏ ନେଇ ଏସ.ଆଇ. ବିଶ୍ୱଜିତ ବେହେରାଙ୍କ ନାମରେ ଦୁଇଟି ପୃଥକ ମାମଲା (ନଂ. ନଂ ୫୧/୨୦୨୦ ଏବଂ ନଂ ୫୨/୨୦୨୦) ରୁଜୁ କରିଛି। ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଇନଜୀବୀମାନେ ଥାନାକୁ ଯାଇ ପ୍ରତିବାଦ ଜଣାଇଥିଲେ। ପରେ ପୋଲିସ ମାମଲା ରୁଜୁ କରିଥିଲା। କେଉଁ କାରଣ ନେଇ ପୋଲିସ ଅଧିକାରୀ ଆଇନଜୀବୀଙ୍କୁ ରାସ୍ତାରେ ମାଡ଼ ମାରି ଥାନାକୁ ଉଠାଇ ନେଇ ପରେ ଏକ ନିର୍ଜନ ସ୍ଥାନରେ ଛାଡିଦେଲେ ସେ ନେଇ ଥାନା ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ ା ଏ ସମ୍ପର୍କରେ ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍‌ ଚନ୍ଦ୍ର ପଣ୍ଡା ଏବଂ ଥାନା ଆଇଆଇସି ଗଗନ ବିଶ୍ୱାଳଙ୍କୁ ପଚାରିବାରୁ ଘଟଣା ନେଇ ମାମଲା ରୁଜୁ ହୋଇଛି, ତଦନ୍ତ ପରେ ଯାହାକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥ ବାଟାଲିଅନ ଆଇଆର୍‌ବିର ନୂତନ କମାଣ୍ଡାଣ୍ଟଙ୍କ ଯୋଗଦାନ, ଯବାନ-ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉତ୍ସାହ

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକର ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍‌ବିର କମାଣ୍ଡାଣ୍ଟ ଭାବେ ଭବାନୀ ଶଙ୍କର ସେଠ ଯୋଗଦାନ କରଛନ୍ତି । ଭବାନୀ…

ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…

କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…

ସରଗୀ ଫୁଲରେ ଦଲାଲଙ୍କ ଦବଦବା : ଏମଏସପି ଘୋଷଣା, କ୍ରୟ କେନ୍ଦ୍ର ଖୋଲିବାକୁ ଦାବି

ଅମରପାଲି,୧୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଏବେ ଶାଳ (ସରଗୀ) ଫୁଲ ସଂଗ୍ରହ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଦିବାସୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ…

ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହରରେ ଲାଗିଲା ଷ୍ଟ୍ରିଟ ଲାଇଟ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହର ବଡ଼ ବଜାର, ସାନ ବଜାର…

ଉପୁଡ଼ିଲା ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ: ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୧୨।୬(ତୁମେଶ୍ୱର ସାହୁ): ଦୀର୍ଘ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଜାତୀୟ ରାଜପଥ ୨୬ଉପରେ ପଡିଯାଇଥିବାରୁ ଗୁରୁବାର ରାତିରେ ୪ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। କେସିଙ୍ଗା ଆମ୍ବେଦକର ଛକ…

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା ଡ୍ରାଇଭର ମହାସଂଘ

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଡ୍ରାଇଭର ମହାସଂଘ, ବରଗଡ଼ ଜିଲା ଶାଖାର ଏକ ପ୍ରତିନିଧି ଦଳ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ…

ଏନ୍‌ଇଇଟି ପେପର ଲିକ୍‌ ଘଟଣା: ଧର୍ମେନ୍ଦ୍ରଙ୍କ ବହିଷ୍କାର ଦାବି

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଦେଶରେ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା(ଏନଇଇଟି) ପେପର ଲିକ ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ଆମ ଆଦମୀ ପାର୍ଟି(ଏଏପି) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ଲାଗିଗଲା ଡ୍ରାଇଭରଙ୍କ ଆଖି, ଗଛରେ ପିଟି ହୋଇ କେନାଲରେ ପଶିଗଲା ହାଇଓ୍ବା

ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri