ଆଇଟିଆଇର ପୁଣି ନୂଆ ଉଦ୍ଭାବନ: ପ୍ରସ୍ତୁତ କଲା ୟୁଭିସି ସୋଲ ସାନିଟାଇଜର

ବ୍ରହ୍ମପୁର ଅଫିସ,୯ା୬-କୋଭିଡ୍‌-୧୯ ମୁକାବିଲା ତଥା ସଂକ୍ରମଣରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଉଦ୍ଭାବନକରି ଏବେ ସାରା ଦେଶରେ ବ୍ରହ୍ମପୁର ଆଇଟିଆଇ ଅନ୍ୟ ଆଇଟିଆଇ ପାଇଁ ଉଦାହରଣ ପାଲଟିଛି। ସୋମବାର ପୁଣି ଆଉ ଏକ ଉଦ୍ଭାବନ ପାଇଁ ଚର୍ଚ୍ଚାକୁ ଆସିଛି। ବ୍ରହ୍ମପୁର ଆଇଟିଆଇ କରୋନା ଯୋଦ୍ଧାଙ୍କ ପାଦ ତଥା ଜୋତାକୁ ସାନିଟାଇଜ କରିବା ନେଇ ଆଇଟିଆଇ ଉଦ୍ଭାବନ କରିଛି ୟୁଭିସି ସୋଲ ସାନିଟାଇଜର। ସୋମବାର ଆଇଟିଆଇ ପରିସରରେ ଓଡିଶା ସ୍କିଲ୍‌ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚି ଭିଡିଓ କନଫେରେନ୍ସ ଯୋଗେ ଏହାର ଶୁଭାରମ୍ଭ କରିଥିଲେ। ଏହି ସାନିଟାଇଜର ଦ୍ୱାରା ମାତ୍ର ୮ ରୁ ୧୦ ସେକେଣ୍ଡ ମଧ୍ୟରେ ଜୋତାକୁ ସମ୍ପୂର୍ଣ୍ଣ ବିଶୋଧନ କରିହେବ। ଏହି ସାନିଟାଇଜର ମେଶିନରେ ସେନ୍ସର ଓ ଅତିବାଇଗଣି ରଶ୍ମୀର ବ୍ୟବହାର କରାଯାଇଛି। ଏହାର ପ୍ରସ୍ତୁତି ପାଇଁ ୬ ହଜାର ରୁ ୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଉଦ୍‌ଘାଟନ ଅବସରରେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲକୁ ଅନୁଷ୍ଠାନର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ପ୍ରଥମ ୟୁଭିସି ସୋଲ ସାନିଟାଇଜର ମେଶିନ ପ୍ରଦାନ କରିଥିଲେ। ଏହି ଅବସରରେ ଆଇଜର ନିର୍ଦ୍ଦେଶକ କେ.ଭି. ଆର. ଚାରୀ, ଟାଟା କୋଭିଡ୍‌ ହସ୍ପିଟାଲ ନୋଡାଲ ଅଫିସର ଡ଼ା ଉମାଶଙ୍କର ମିଶ୍ରଙ୍କ ସମେତ ଆଇଟିଆଇର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆଇଟିଆଇ ଇତିମଧ୍ୟରେ କୋଭିଡ୍‌-୧୯ ମୁକାବିଲା ପାଇଁ ଫେସ୍‌ସିଲ, ଏରସଲ ବକ୍ସ, ସ୍ବୟଂଚାଳିତ ହ୍ୟାଣ୍ଡ ସାନିଟାଇଜର, ପାଦ ଚାଳିତ ହ୍ୟାଣ୍ଡ ସାନିଟାଇଜର, ୟୁଭିସି ସାନିଟାଇଜର ମେଶିନ ଉଦ୍ଭାବନ କରି ସାରାଦେଶର ଅନ୍ୟ ଆଇଟିଆଇ ପାଇଁ ଉଦାହରଣ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri