ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨।୪(ବ୍ୟୁରୋ): ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରୀ ଏବଂ ଅନ୍ୟାନ୍ୟ ସଂସ୍ଥା ମିଳିତ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୧୭ ଗୋଷ୍ଠୀ ବେତାର କେନ୍ଦ୍ର ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ହେଲେ ଭଦ୍ରକ ଜିଲା ରେଡିଓ ବୁଲ୍‌ବୁଲ୍‌ରେ କାର୍ଯ୍ୟରତ ମହମ୍ମଦ ନିଆଜଙ୍କୁ ପୋଲିସ ପକ୍ଷରୁ ଖରାପ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଏ ନେଇ ରାଜ୍ୟ ଗୋଷ୍ଠୀ ବେତାର କେନ୍ଦ୍ର ଆସୋସିଏଶନ୍‌ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ନିକଟରେ ଅଭିଯୋଗ କରାଯାଇଛି। ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭଦ୍ରକ ଚନ୍ଦନ ବଜାରରେ ରେଡିଓ ବୁଲ୍‌ବୁଲ ପକ୍ଷରୁ ନିଆଜ କରୋନା ସମ୍ପର୍କିତ କାର୍ଯ୍ୟକ୍ରମ କରିବା ପୂର୍ବରୁ ସ୍ଥାନୀୟ ଆଇଆଇସିଙ୍କ ଅନୁମତି ଲୋଡିଥିଲେ। ହେଲେ ଆଇଆଇସି ଅତି ଅଶାଳୀନ ଭାଷାରେ ଆବେଦନକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରି ଏକ ବିପତ୍ତି ସମୟରେ ବ୍ୟବସ୍ଥାର ଜଣେ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ବ୍ୟବହାର ଦୁର୍ଭାଗ୍ୟଜନକ ବୋଲି ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି। ତେଣୁ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଆସୋସିଏଶନ୍‌ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର, ଜାତୀୟ ସଙ୍ଗୀତକୁ ଅପମାନ କଲେ…

ନୂଆଦିଲ୍ଲୀ,୨୪ା୭: ଗୃହରେ ହଟ୍ଟଗୋଳ ପରେ, ରାଜ୍ୟ ସଭାର କାର୍ଯ୍ୟ ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ‘ବନ୍ଦେ ମାତରମ୍’ର ସମ୍ମାନ ସମ୍ପର୍କରେ ସଂସଦର ଉଚ୍ଚ ସଦନ…

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

‘ଆଜି ରାତିରେ CJP ନେତାମାନଙ୍କୁ ଗିରଫ କରାଯିବ’ – ଜନ୍ତର ମନ୍ତରରୁ ଅଭିଜିତ ଦୀପକେଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୪।୭: ଶୁକ୍ରବାର କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର ମନ୍ତରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ଅଭିଜିତ ଦୀପକେ…

ପେପର ଲିକ୍‌: କେନ୍ଦ୍ର, NTAକୁ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪।୩: NEET UG ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଓ NTAକୁ ସତ୍ୟପାଠ ଦାଖଲ ପାଇଁ କୋର୍ଟ କହିଛନ୍ତି। ପେପର ଲିକ୍‌…

Social Media Ban: ୧୫ ବର୍ଷରୁ କମ ବୟସର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ, ସଂସଦରେ ବିଲ ଗୃହୀତ

ପ୍ୟାରିସ,୨୪।୭: ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନେତୃତ୍ୱରେ, ବିଶ୍ୱର ସବୁଠାରୁ ଆଧୁନିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଫ୍ରାନ୍ସର ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସଂସଦ ୧୫ ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri