ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଘଟଣା ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା କୁଡୁମୀ ସେନା

ପାଟଣା,୨୦।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନାରେ ଜଣେ ଅଭିଯୁକ୍ତଙ୍କୁ ଥାନାଧିକାରୀ ଥାନା ଭିତରେ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ସୋମବାର ଭାଇରାଲ ହେବା ସହ ଜିଲାରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଅଭିଯୁକ୍ତ ଯୁବକ ଜଣକ କୁଡୁମୀ ସମ୍ପ୍ରଦାୟର ହୋଇଥିବାରୁ ଓଡିଶା କୁଡୁମୀ ସେନା ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ଅପରାହ୍ନରେ ଓଡିଶା କୁଡ଼ୁମୀ ସେନା ପକ୍ଷରୁ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। କୁଡୁମୀ ସେନାର ରାଜ୍ୟ ଉପସଭାପତି ଦିବ୍ୟସିଂ ମହାନ୍ତ, ଦିନେଶ କୁମାର ମହାନ୍ତ ,ରୁଦ୍ର ସେନମହାନ୍ତ, ଗୋପାଳ ମହାନ୍ତ, ତ୍ରିଲୋଚନ ମହାନ୍ତ ନାରାୟଣ ମହାନ୍ତ ଓ ବେଣୁଧର ମହାନ୍ତ ପ୍ରମୁଖ ସାମିଲ ହୋଇ ଦାବିପତ୍ର ଦେଇଥିଲେ। ଏହି ଦାବିପତ୍ରର ନକଲ ମାନବିକ ଅଧିକାର କମିଶନ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ପାଟଣା ଜିଲା ଆରକ୍ଷୀ ଅଧୀକ୍ଷକ ଓ ଘଷିପୁରା ବିଧାୟକଙ୍କୁ ପ୍ରଦାନ କରିଥିବା ଦିବ୍ୟ ସିଂହ ମହାନ୍ତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ଆମେରିକା ପ୍ରତିନିଧି ଦଳ

ଢେଙ୍କାନାଳ ଅଫିସ, ୧୬।୬ – ଆମେରିକାର ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ (ବିଏମ୍‌ଜିଏଫ୍‌)ର ଏକ ପ୍ରତିନିଧି ଦଳ ବୁଧବାର ଢେଙ୍କାନାଳ ଜିଲା ପରିଦର୍ଶନରେ ଆସିଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ସରପଞ୍ଚ ଦେଲେ ୩ ମାସର ଭତ୍ତା

ତରଭା,୨୦।୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ତରଭା ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୨ହଜାର ଟଙ୍କା ପ୍ରଦାନ...

ମା’ ହତ୍ୟାକାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର,୨୦ା୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳ...

ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍‌ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି...

ଜମିକୁ ନିଅଣ୍ଟ ଜଳ

ଅନୁଗୋଳ ଅଫିସ, ୨୯।୧୨: ‘ଚାଷ ଅଛି ଯାହାର କେତେ ସୁଖ ତାହାର’। ଏହି ପ୍ରଚଳିତ ଆପ୍ତବାକ୍ୟ ଚାଷୀ-ଚାଷ ଭିତରେ ଥିବା ସମ୍ପର୍କ ସହିତ ଫସଲ ଉତ୍ପାଦନର...

ଘରେ ଗଞ୍ଜେଇ ରଖି କରୁଥିଲେ ବ୍ୟବସାୟ, ବାନ୍ଧିଲା ପୋଲିସ

ଦେବଗଡ଼,୯।୧୨(ଡି.ଏନ୍‌.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୧ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ...

ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

ବାଲେଶ୍ୱର ଅଫିସ/ସଜନାଗଡ଼,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଶ୍ରୀରାମ ସେନା ପକ୍ଷରୁ ବୁଧବାର ସନ୍ଧ୍ୟା ୬ଟା ସମୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ସ୍ମୃତି ଭବନଠାରୁ ଶୋଭାଯାତ୍ରା...

ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ

ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ,...

Advertisement
Archives

Model This Week