ଆଁଠେ କାଦୋରେ ଯାଆସ କରୁଛନ୍‌ ଗାଁବାସୀ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ.):  ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି-ପ୍ରଧାନଟିକ୍ରା ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ସୁଆଧିନତାର ୭୩ ବଛର ଉତାରୁ ବି ଇ ରାସ୍‌ତାର ଅବସ୍‌ତା ସୁଧ୍‌ରି ନାଇଁପାରି। ଖଲିଆପାଲିରୁ ପ୍ରଧାନଟିକ୍ରା ତକ୍‌ ଅଧ୍‌ କି.ମି. ରାସ୍‌ତା ଆଏଜ୍‌ ବି ମାଟି ରାସ୍‌ତା ହେଇ ପଡ଼ି ରହିଛେ। ଯେନ୍‌ଥିରଲାଗି ଏହେଦେ ବରଷା ଦିନେ ଇ ରାସ୍‌ତାଟା ଲୁକ୍‌କର ଲାଗି ମରନ୍‌ ଯଁତା ପାଲଟିଛେ। ପାଏନ୍‌ କାଦୋ ଭିତରେ ଥାନୀୟ ପ୍ରଧାନଟିକ୍ରାବାସୀ ବଡ଼ା ଗୁଲ୍‌ଗୁଲା ହେଇ ଯାଆସ କରୁଛନ୍‌। ରାସ୍‌ତାଟା ମରାମତି ଅଭାବୁ ଶତାଧିକ୍‌ ଗାଡ଼ଖାଲରେ ପୁରିକରି ଅଛେ। ବରଷା ଦିନେ ଇ ଖାଲମାନ୍‌କେ ପାଏନ୍‌ ଟୁଡ଼ି ସାଧା ଆଏଁଖ୍‌କେ ରାସ୍‌ତାଟା ସମାନ ଦିଶୁଛେ। ହେଲେ ଗାଡ଼ିମଟର, ସାଇକେଲରେ ଗଲାଆଏଲା ଲୋକ୍‌ ଇ ଗାଡ଼ଖାଲମାନକେ ରଝୋ କରି ପଡ଼ୁଛନ୍‌, ଅନେକ ଖଁଡ଼ିଆଡଁଡ଼ିଆ ବି ହେଉଛନ୍‌। ଯେନ୍‌ଥିରଲାଗି ଥାନୀୟ ଅଂଚଲବାସୀକର ଭିତରେ ଗୁଯେ ଅସନ୍‌ତୋଷର ଭାବ୍‌ ଦେଖ୍‌ବାକେ ମିଲୁଛେ। ସତେ ଯେନ୍‌ତା ଏହେଦେ ଇ ରାସ୍‌ତାଟା ଲୁକ୍‌କର ଲାଗି ମରନ୍‌ ଯଁତା ପାଲ୍‌ଟିଛେ, ଫିଦିନ୍‌ ଛୋଟବଡ଼ ଦୁରଘଟନାମାନ ଘଟୁଛେ। ଏହେଦେ ରାସ୍‌ତାର ଅବସ୍‌ତା ଏନ୍‌ତା ଯେ ଚାଏରଚକିଆ ଗାଡ଼ିମଟର ଯିବାର ଆଏବାର ବଁଦ୍‌ ହେଇଯାଇଛେ। ଇଆଡ଼େ ସ୍କୁଲ, କଲେଜରେ ପଢ଼ୁଥିବାର ଅଂଚଲର ଛାତ୍ରୀଛାତ୍ର ଇ ରାସ୍‌ତାରେ ଗଲାଆଏଲା ବେଲେ ନାନା ସମସିଆର ସାମ୍‌ନା କରୁଛନ୍‌। ଥାନୀୟ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ରାସ୍‌ତାଟା କଂକ୍ରିଟ କରବାକେ ଗାଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri