ଅହମ୍ମଦାବାଦରୁ ଫେରି ନାମ ପଞ୍ଜୀକରଣ ନ କରି ଲୁଚିଥିଲେ ଡିପିଏସ୍‌ ଅଧ୍ୟକ୍ଷଙ୍କ ପୁଅ: ଥାନାରେ ଅଭିଯୋଗ ପରେ ହସ୍ପିଟାଲରେ କଲେ ସ୍ବାସ୍ଥ୍ୟ ପରୀକ୍ଷା

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ନାଲ୍‌କୋ ଡିପିଏସ୍‌ ଅଧ୍ୟକ୍ଷ ଓ ତାଙ୍କ ପୁଅ କୋଭିଡ୍‌-୧୯ ପାଇଁ ଜାରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷ ବିକେ ମିଶ୍ରଙ୍କ ପୁଅ ଗତ ୨୫ ତାରିଖରୁ ଅହମ୍ମଦାବାଦରୁ ଅନୁଗୋଳ ଆସି ନାମ ପଞ୍ଜୀକରଣ କରି ନ ଥିବା ବେଳେ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ରହି ନ ଥିଲେ। ୩ ଦିନ ହେଲା ଅଧ୍ୟକ୍ଷଙ୍କ କ୍ୱାର୍ଟର୍ସରେ ତାଙ୍କ ପୁଅ ଲୁଚି ଥିବା ନେଇ ନାଲ୍‌କୋ ପ୍ରଶାସନ ପକ୍ଷରୁ ଖୋଳତାଡ଼ କରାଯାଇ ନାଲ୍‌କୋ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଶନିବାର ଅଧ୍ୟକ୍ଷ ମିଶ୍ର ଓ ତାଙ୍କ ପୁଅ ନାଲ୍‌କୋ ହସ୍ପିଟାଲକୁ ଆସି ପଞ୍ଜୀକରଣ ସହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ନାଲ୍‌କୋର ଜଣେ ଅଧିକାରୀ ହସ୍ପିଟାଲ ପରିସରରେ ଜଗିରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ନାଚୁଥିବା ବେଳେ ଟଳିପଡ଼ିଲେ ଯୁବକ

ଆନନ୍ଦପୁର,୨୫ା୧(ସ୍ବ.ପ୍ର.): ବାହାଘରରେ ନାଚୁ ଥିବାବେଳେ ହଠାତ୍‌ ଆସିଲା ମୃତ୍ୟୁ। ଗାଁରେ ସୃଷ୍ଟି ହେଲା ଶୋକାକୁଳ ପରିବେଶ। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟୋଲଙ୍କପଡ଼ା ଗ୍ରାମରେ ବୁଧବାର...

ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍‌ଏଫ୍‌ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ...

ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।...

୬ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ନାବାଳିକା

ଭଦ୍ରକ ଅଫିସ,୬ା୧୧- ଦୀର୍ଘ ୬ ବର୍ଷ ପରେ ନୟାଗଡ଼ରୁ ଉଦ୍ଧାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଅସହାୟ ନାବାଳିକା ନିଜ ଜନ୍ମମାଟିକୁ ଫେରିଛନ୍ତି। ତାଙ୍କ ପରିବାର...

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଖଇରା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମାର୍କୋଣା-ଗଣ୍ଡିବେଡ଼ ରାସ୍ତାର କଲିହା ଛକ ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ...

ପତିଆରା ଲଢ଼େଇ ପାଇଁ ବ୍ୟସ୍ତ

ଖୋର୍ଦ୍ଧା ଅଫିସ,୧୧ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ରାଜନୀତି ବେଶ୍‌ ସରଗରମ ରହିଛି। ୫ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ...

ସୋମବାରଠାରୁ ବିମାନ ଚଳାଚଳ: ଗଡ଼ିବ ବସ୍‌, ଅଟୋ, ଟ୍ୟାକ୍ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଏବେ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି। ଏହା ମେ ୩୧ ଯାଏ ଜାରି ରହିବ। ହେଲେ...

ଜାରକା ବିଟ୍‌ ହାଉସ ନିକଟରେ ହେବ ଫ୍ଲାଏ ଓଭରବ୍ରିଜ୍‌

ଧର୍ମଶାଳା,୨୨।୨(ଡିଏନଏ): ଜାତୀୟ ରାଜପଥ ଜାରକା ଛକରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜକୁ ନେଇ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜପଥ...

Advertisement
Archives

Model This Week