ଅସ୍ଥିଶଲ୍ୟ ବିଭାଗରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରନେତା

ବାଲେଶ୍ୱର ଅଫିସ, ୧୦।୭- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଜଣେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକତ୍ସା କରାଯିବା ଘଟଣା ନେଇ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଭେଟି ଛାତ୍ରନେତା ଜ୍ଞାନେନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଗତ ମାସ ୧୪ ତାରିଖରେ ଚାନ୍ଦିପୁର ରାସ୍ତାରେ ସହଦେବଖୁଣ୍ଟା ରେଲୱେ କଲୋନୀର ସଦାନନ୍ଦ ଦାସ (୧୯) ନାମକ ଜଣେ ଛାତ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ଡାହାଣ ଗୋଡ଼ର ୪ଟି ଆଙ୍ଗୁଳି ଭାଙ୍ଗିଯାଇଥିଲା। ଏକ୍ସ-ରେ କରିବା ପରେ ଅସ୍ଥିଶଲ୍ୟ ବିଭାଗର ଜଣେ ଡାକ୍ତର ଅସ୍ତ୍ରୋପଚାର କରିଥିଲେ। ଗତ ୨ ତାରିଖରେ ତାଙ୍କୁ ଘରକୁ ଯିବା ଲାଗି କୁହାଯାଇଥିଲା। ସଦାନନ୍ଦ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ପୁନଶ୍ଚ ଏକ୍ସ-ରେ କରିଥିଲେ। ୪ ଆଙ୍ଗୁଠିି ମଧ୍ୟରୁ ଗୋଟିଏ ଆଙ୍ଗୁଠି ଠିକ୍‌ ଥିବାବେଳେ ଅନ୍ୟ ୩ଟି ଆଙ୍ଗୁଠି ପୂର୍ବାବସ୍ଥାରେ ରହିଥିବା ଜଣାପଡ଼ିଥିଲା। ରୋଗୀଙ୍କ ପିତା ଏଥିରେ ସନ୍ଦେହ କରି ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇ ପରେ ଏକ ଘରୋଇ କ୍ଲିନିକ୍‌ରେ ଏହି ୩ଟି ଆଙ୍ଗୁଠିରେ ଅସ୍ତ୍ରୋପଚାର କରାଇଛନ୍ତି। ସଦାନନ୍ଦ ଜଣେ ମଧ୍ୟବିତ୍ତ ପରିବାରର ଛାତ୍ର ହୋଇଥିବାରୁ ଫକୀରମୋହନ ବିଦ୍ୟାଳୟର ଛାତ୍ରନେତା ଜ୍ଞାନେନ୍ଦ୍ର ତାଙ୍କୁ ଜଣେ ଏମ୍‌ପିଙ୍କ ପାଣ୍ଠିରୁ ୨୦ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସହଯୋଗ କରିଥିଲେ। ଏପରି ଘଟଣା ଜାଣିବା ପରେ ସେ ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ପ୍ରଭାସ କୁମାର ବେହେରାଙ୍କୁ ସାକ୍ଷାତ୍‌ କରି ସଦାନନ୍ଦଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇ ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିବା ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ, ଅଟକ ରଖିଲା ପୋଲିସ

ଭୋଗରାଇ,୫ା୧୨(ପ୍ରଦୀପ ଦାସ): ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି l...

ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ...

ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି...

ବାଇକ୍‌ରେ ୩ ସାଙ୍ଗ ଆସୁଥିବା ବେଳେ ବସ୍‌ ସହ ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ଆଉ ଦୁଇ ଗୁରୁତର

ଭୋଗରାଇ, ୩l୧୧( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟପଥ ଥାନା ଛକ ଦେହୁର୍ଦ୍ଦା ହନୁମାନ...

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜରେ ଝୁଲୁଛି ଲକ୍ଷ୍ମୀ ବସ

ବାଲେଶ୍ୱର,୨ା୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଵଖୁଣ୍ଟା ଥାନା ଅଧୀନ ଫାଣ୍ଡି ଛକ ଓଭରବ୍ରିଜରେ ସୋମବାର ରାତିରେ ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବ୍ରିଜର ସାଇଡ...

ଜିଦ୍‌ରେ ଅଟଳ ଦିଦି, ଆଳୁ ରପ୍ତାନିକୁ ନା: ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ

ଭୋଗରାଇ, ୨।୧୨(ପ୍ରଦୀପ ଦାସ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ...

ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ରକ୍ତ

ନୀଳଗିରି, ୨।୧୨(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ପ୍ରସବ ପରେ ଜଣେ ମହିଳାଙ୍କୁ ଏକ୍ସପାଏରୀ ରକ୍ତ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।...

ଘନଉଛି ଆଳୁ ସଙ୍କଟ: ଅଡି ବସିଛନ୍ତି ଦିଦି

ଭୋଗରାଇ,୧।୧୨(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆକସ୍ମିକ ଭାବେ ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବା ପରେ ଦିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri