ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ୨୩ ଶ୍ରମିକ: ଚାଲି ଚାଲି ଯାଉଥିଲେ ପଶ୍ଚିମବଙ୍ଗ

ରସାଳପୁର,୨୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ଥାନା ପୋଲିସ ସୋମବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୨୩ଜଣ ଶ୍ରମିକଙ୍କୁ ସ୍ଥାନୀୟ ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ସେମାନଙ୍କର ଖାଇବା ପିଇବା ସହିତ ସମସ୍ତ ସୁବିଧା ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନୋଡ଼ାଲ ଅଫିସର ସୂଚନା ଦେଇଛନ୍ତି। ପରେ ପୋଲିସ କେନ୍ଦ୍ରରେ ପହଞ୍ଚି ସେମାନଙ୍କର ନାମ, ଠିକଣା ଓ ପଞ୍ଜିକରଣ କରିଛି। ପଞ୍ଜିକୃତମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ବୀରଭୂମ ଜିଲା ନାଲହାତୀ ଥାନା ଭଜିରପୁର ଗ୍ରାମର ୧୦ଜଣ, ବନ୍ଦଖୋଲି ଗ୍ରାମର ୩ଜଣ, ନାଲାଡ଼ିହି ଥାନା ହାଜାରପୁର ଗ୍ରାମର ୨ଜଣ, ଆନକୁଲା ଗ୍ରାମର ୨ଜଣ, ନାଗର ଗ୍ରାମର ୬ଜଣ ଓ କଣ୍ଟାଗଡ଼ିଆ ଗ୍ରାମର ୫ଜଣ। ସମସ୍ତଙ୍କ ବୟସ ୨୦ରୁ ୫୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।
ଉକ୍ତ ଯୁବକମାନେ କିଛିଦିନ ତଳେ ସିମୁଳିଆ ଥାନା ମାର୍କୋଣା ଅଞ୍ଚଳର ବାଟି ଗ୍ରାମରେ ଠିକା ନେଇ ପକ୍କା ଘର ତିଆରି କରୁଥିଲେ। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ ଶଟ୍‌ଡାଉନ୍‌ ହେବା ଫଳରେ କାମ କରିବାରେ ଅସୁବିଧା ହୋଇଥିଲା। କାମ ନ ହେବାରୁ ସେମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଚାଲି ଚାଲି ଆସୁଥିବା ବେଳେ ୧୬ନଂ. ଜାତୀୟ ରାଜପଥ ସଦର ଥାନା ନିକଟରେ ଏତେସଂଖ୍ୟକ ଲୋକ ଆସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ଅଟକ ରଖିବା ସହିତ ରେମୁଣା ବିଡ଼ିଓ ଏବଂ ତହସିଲଦାରଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ବିଡ଼ିଓ ସ୍ଥାନୀୟ ପଞ୍ଚାୟତ କୁରୁଡ଼ାର ସରପଞ୍ଚଙ୍କ ସହିତ କଥାବାର୍ତ୍ତା ପରେ ତାଙ୍କୁ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ୍‌: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ସରକାର

ଭୁବନେଶ୍ୱର,୧୭ା୮(ଅସମାପିକା ସାହୁ): ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ...

୩ ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ୨ ଓଡ଼ିଶା କ୍ୟାଡର ଏବଂ ଜଣେ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ମିଳିଛି। ପୂର୍ବରୁ ଓଡ଼ିଶାର ବିଭିନ୍ନ ବିଭାଗରେ ସଚିବଭାବେ...

ପିଆରଏମ୍‌ ମେଡ଼ିକାଲ୍‌ରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ...

‘ବ୍ୟକ୍ତିଗତ ସ୍ତରରେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୯ତମ ଜନ୍ମ ଦିବସ ଉପଲକ୍ଷେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଯୁବ ସମ୍ମଳିନୀ ଗୁରୁବାର ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି। ‘କ୍ଲାଇମେଟ୍‌...

କୋଭିଶିଲ୍ଡକୁ ବ୍ରିଟେନରେ ମଞ୍ଜୁରୀ

ଲଣ୍ଡନ,୩୦।୧୨: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡକୁ ବ୍ରିଟେନ୍‌ରେ ମଞ୍ଜୁରୀ ମିଳିଛି। ଏଣିକି ବ୍ରିଟେନରେ ଜରୁରୀକାଳୀନ ପରିସ୍ଥିତିରେ...

ତବଲା ବାଜୁଥିବା ଯାଏ ମନେରହିବେ…

ପଣ୍ଡିତ ଉମେଶ ଚନ୍ଦ୍ର କର। ତବଲା ବାଦନରେ ସେ ଥିଲେ ଅଦ୍ୱିତୀୟ। ତାଙ୍କ ତବଲା ଧ୍ୱନି ଶ୍ରୋତାଙ୍କୁ ଝୁମାଉଥିଲା। ଆଉ ନୃତ୍ୟ, ସଙ୍ଗୀତରେ ଜୀବନ ଭରୁଥିଲା।...

ଥାନାକୁ ମନା, ଡିସିପି ଅଫିସ୍‌ରେ ଭିଡ଼

କଟକ ଅଫିସ,୨୫ା୭: କରୋନା ସଂକ୍ରମଣ ରୋକିବା ପାଇଁ ବାହାରେ ବୁଲୁଥିବା ଲୋକଙ୍କୁ ପୋଲିସ ଟିକିନିଖି ଜେରା କରୁଛି। ଅମାନିଆଙ୍କୁ ଲାଠି ଉଠାଇବାକୁ ହେଳା କରୁନି। କଟକରେ...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଯିଏ ରଖିଥିବ ସେ ଦାୟୀ: ସଚିବ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏପରିିସ୍ଥଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାର ଭବିଷ୍ୟତ ଆଶଙ୍କାରେ ରହିଛି। ଏହାକୁ ନେଇ ଏବେ...

Advertisement
Archives

Model This Week