ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ

ବଲାଙ୍ଗୀର ଅଫିସ, ୧୬ା୫-ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡ଼େଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୪ଟାରେ କେନ୍ଦ୍ରରେ ହଠାତ୍‌ ନିଆଁ ଲାଗ ପାଣି ଉଠାଇବା ମୋଟର, ବିଦ୍ୟୁତ୍‌ ବୋର୍ଡ଼, ୱେୟାରିଂ ତାର ସହ ସ୍କୁଲର ବହୁ କାଗଜପତ୍ର ଜଳିିଯାଇଛି। ଉକ୍ତ କେନ୍ଦ୍ରରେ ଥିବା ୧୨ଜଣ ପ୍ରବାସୀ ଅନ୍ୟ ଏକ କୋଠରୀରେ ରହୁଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଖବର ପାଇ ସଙ୍ଗରୋଧ କେନ୍ଦ୍ରର ନୋଡ଼ାଲ ଅଧିକାରୀ ଅକ୍ଷୟ ମହାନ୍ତି, ସରପଞ୍ଚ ଜେମାମଣୀ ମଲ୍ଲିକ, ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ ଘଟଣାସ୍ଥଳରେ ପହଞ୍ଚି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର

ମୁରିବାହାଲ, ୧ା୯(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ...

ଗୋଚର ଜମିରୁ ମୋରମ ଉଠାଇ ବନ ବିଭାଗ କରୁଛି ରାସ୍ତା କାମ

ପାଟଣାଗଡ଼, ୨୬ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର, ଗୋଟିଏ ଜେସିବିକୁ ଜବତ କରିଛି। ସୋମବାର...

ପିଡିଏସ୍‌ ଚାଉଳ ବଣ୍ଟନ ବେଳେ ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୮।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ...

ଲକ୍‌ଡାଉନ ବେଳେ ଚାଲିଛି ମଦ କାରବାର, ୬ ଗିରଫ

ଟିଟିଲାଗଡ଼, ୨୩।୪ (ଡି.ଏନ.ଏ.): ଲକ୍‌ଡାଉନ କଟକଣା ବେଳେ ଚାଲିଛି ମଦର ଅବାଧ କାରବାର। ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ବ୍ୟାପକ ରନ୍ଧା ମଦ କାରବାର ନେଇ...

ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୨ବର୍ଷ:‘ଜୀବନରେ ଲୁହ ଛଡ଼ା କିଛି ନାହିଁ’

ବଲାଙ୍ଗୀର ଅଫିସ/ପାଟଣାଗଡ଼ (ଡି.ଏନ.ଏ.), ୨୩ା୨: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ରବିବାର ୨ ବର୍ଷ ପୂରିବ। ଏହି ୨ ବର୍ଷ ଭିତରେ ନ୍ୟାୟ...

ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ: ୧୫ରୁ ଧାନକିଣା

ବଲାଙ୍ଗୀର ଅଫିସ, ୮ା୧୧-ବଲାଙ୍ଗୀର ଜିଲାରେ ଖରିଫ୍‌ ୨୦୧୯-୨୦ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମଳନୀ କକ୍ଷରେ ଗୁରୁବାର ବସିଥିଲା...

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ ବଲାଙ୍ଗୀର ଅଫିସ, ୧୬ା୪- କରୋନା ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି।...

ଜଙ୍ଗଲ ଭିତର ଜୁଆଆଡ୍ଡାରେ ଚଢ଼ାଉ, ୫ ଗିରଫ

ବଲାଙ୍ଗୀର ଅଫିସ,୧୯ା୪: କରୋନା ଲକ୍‌ଡାଉନ୍‌ ସମୟରେ ଜଙ୍ଗଲ ଭିତରେ ଚାଲିଥିବା ଜୁଆଖେଳ ଉପରେ ଟାଉନ୍‌ ଥାନା ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ...

Play 250+ Trending Games
Archives

Model This Week

Why Dharitri