ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ଦାବିରେ ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ, ୧୫।୨: ସ୍ଥାନୀୟ କଲେଜ ଛକ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ଅଳିଆ ଗଦାରେ ନିଆଁ ଲଗାଇ ଦିଆଯାଉଥିବାରୁ ଏହି ଧୂଆଁ ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରିଦେଉଛି। ଲୋକେ ଘର ଭିତରେ କବାଟ ବନ୍ଦ କରି ରହିଲେ ମଧ୍ୟ ସୁଦ୍ଧ ବାୟୁ ପାଇପାରୁନାହାନ୍ତି। ତେଣୁ ଲୋକଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଶୁକ୍ରବାର ପ୍ରତିଫଳନ ହୋଇଥିଲା। ସକାଳେ ଶତାଧିକ ଜନତା ଓ ଛାତ୍ରୀଛାତ୍ର ଅସ୍ଥାୟୀ ଡମ୍ପିଂୟାର୍ଡକୁ ଯିବା କେନାଲ ରାସ୍ତାର ପୋଲ ନିକଟରେ ଆନ୍ଦୋଳନ କରିଥିଲେ। ସେମାନେ ଏହି ରାସ୍ତାରେ ବାଉଁଶ ବାନ୍ଧି ତଳେ ପାଲ ପାରି ବସିବା ସହ କୌଣସି ଅଳିଆ ଗାଡିକୁ ଏହି ରାସ୍ତାରେ ଛଡାଯିବ ନାହିଁ ବୋଲି ଅଡି ବସିଥିଲେ। ଲୋକଙ୍କ ଯୁକ୍ତି ଥିଲା, ସେଠାରେ ସହରର ଅଳିଆ ଯେଉଁଭଳି ଭାବରେ ଗଦା ହେଉଛି, ତାହା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅଳିଆ ଗଦା ପାର୍ଶ୍ୱରେ ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଅବସ୍ଥିତ। ଏହି ମହାବିଦ୍ୟାଳୟ ପରିସରରେ ହଷ୍ଟେଲ ରହିଛି। ଶତାଧିକ ଅନ୍ତେବାସୀ ହଷ୍ଟେଲରେ ରହୁଛନ୍ତି। ଅଳିଆ ଗଦାର ଅନ୍ୟ ପାର୍ଶ୍ୱରେ କଲେଜ ଛକ। ଏହି ଛକରେ ପାଷ୍ଟ ଫୁଡ୍‌ଠାରୁ ଅରମ୍ଭ କରି ବିଭିନ୍ନ ପ୍ରକାର ଦୋକାନ, ବଜାର ରହିଛି । କଲେଜ ଛକ ନିକଟରେ ଲାଲା ସାହି, ଗୋପାଳସାଗର, ବଡ ବଜାର ଆଦି ଗ୍ରାମ ରହିଛି। ଅଳିଆ ଗଦାରେ ନିଆଁ ଲାଗିଲେ ଏହିସବୁ ଅଞ୍ଚଳର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ।
ପ୍ରଭାତ ସିଂହ, ନିରଞ୍ଜନ ମହାପାତ୍ର, ସେକ୍‌ ମୁନ୍‌କା, ପ୍ରଦୀପ ସିଂହ, ଅରୁଣ ଲାଲା, ଭଞ୍ଜ ରଥ, ଅନୁପାନନ୍ଦ ଖଣ୍ଡୁଆଳ, ଲାଲା ବିକ୍ରମ ରାୟ, ଉପେନ୍ଦ୍ର ସାସମଲ, ନିଲୁ ମହାନ୍ତି, କମଳାକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ସୌଭାଗ୍ୟ ମହାନ୍ତି, ଅରୁଣ ଆଚାର୍ଯ୍ୟ, ପ୍ରଦୀପ ମିତ୍ର, ତପନ ମଲ୍ଲିକ, ନିରଞ୍ଜନ ଜେନା, ଲାଲା ସଂଗ୍ରାମ କେଶରୀ ରାୟ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ ପ୍ରସାଦ ଲେଙ୍କା କହିଛନ୍ତି, କଲେଜ ଛକ କେନାଲ ପାର୍ଶ୍ୱ ମଶାଣି ନିକଟରେ ଏକ ପାର୍କ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁଠି ଅଳିଆ ପଡୁଛି ତା’ ତଳ ଅଂଶରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବ। ତେଣୁ ଅଳିଆ ଆଉ ଗଦା ହୋଇ ରହିବ ନାହିଁ। ଲୁହା, ଜରି, ପ୍ଲାଷ୍ଟିକ୍‌ ଆଦିକୁ ସେଠାରେ ପୃଥକ ଭାବେ ରଖାଯିବା ବ୍ୟବସ୍ଥା କରାଯାଇ ବିକ୍ରି ହୋଇଯାଉଛି। ତେଣୁ ଲୋକେ ବିବ୍ରତ ହେବା ଉଚିତ ନୁହେଁ ବୋଲି ଲେଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri