ଅସ୍ତିତ୍ୱ ହରାଉଛି ରତ୍ନଚିରା

ସାକ୍ଷୀଗୋପାଳ,୧୮ା୪(ଡି.ଏନ.ଏ.): ସତ୍ୟବାଦୀ ଅଞ୍ଚଳର ଜୀବନଧାରା ଭାବେ ପରିଚିତ ରନତ୍ଚିରା ନଦୀ ଏବେ ଅସ୍ତିତ୍ୱ ହରାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଅଭାବରୁ ଏହି ନଦୀ ପୋତି ହୋଇପଡୁଛି। ଏହି ନଦୀ କୂଳରେ ବାସ କରୁଥିବା ପ୍ରାୟ ୧୦୦ଟି ଗ୍ରାମର ଲୋକେ ବର୍ଷାଋତୁରେ ଜଳ ନିଷ୍କାସନ ସମସ୍ୟା ଯୋଗୁ ହଇରାଣ ହେଉଥିବାବେଳେ ଗ୍ରୀଷ୍ମଋତୁରେ ପାଣି ବିନା ଡହଳବିକଳ ହୋଇଥାନ୍ତି। ଏବେ ଏପ୍ରିଲ ମାସ ଅଧାବେଳକୁ ଏହି ନଦୀ ଶୁଖିବାକୁ ବସିଲାଣି। ଅନେକ ସ୍ଥାନରେ ନଦୀଶଯ୍ୟା ଶୁଖିଲା ପଡ଼ିଛି। କିଛି ଖାଲୁଆ ସ୍ଥାନରେ ଅନାବନା ଦଳ ଭର୍ତ୍ତି ରହିଥିବାରୁ ପାଣି ପ୍ରଦୂଷିତ ହୋଇଛି। ଆଗକୁ ଜଳକଷ୍ଟ ଉତ୍କଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ରତ୍ନଚିରା ନଦୀ ପିପିଲି ହରିପୁରଠାରୁ ଭାର୍ଗବୀ ନଦୀରୁ ବାହାରି ସତ୍ୟବାଦୀ, ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ତଳମୁଣ୍ଡ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ଦୀର୍ଘ ୫୦ କିଲୋମିଟର ପର୍ଯ୍ୟନ୍ତ ବୋହି ଆସିଛି। ଏହାକୁ ସରକାରୀ କାଗଜପତ୍ରରେ ଖଲାସି ନାଳ ଭାବେ ଚିତ୍ରଣ କରାଯାଇଛି। ଏହି ଖଲାସି ନାଳର ଜଳ ପରିଚାଳନା ଭାର ଭୁବନେଶ୍ୱର ଡ୍ରେନେଜ ଡିଭିଜନ ହାତରେ ରହିଛି। ଦିନ ଥିଲା ଭାର୍ଗବୀ ନଦୀର ବନ୍ୟାଜଳକୁ ନିୟନ୍ତ୍ରଣ କରିବାରେ ରନତ୍ଚିରା ସହାୟକ ହେଉଥିଲା। ରନତ୍ଚିରା ନଦୀ ଖନନ ସହ ଦଳ ସଫେଇ ପାଇଁ ବାରମ୍ବାର ଦାବି ହେଉଛି। ମାତ୍ର ପ୍ରଶାସନ ଶୁଣୁନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜଳକଷ୍ଟରୁ ରକ୍ଷା ପାଇଁ ତୁରନ୍ତ ନଦୀରେ ପାଣି ଛାଡ଼ିିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ସାକ୍ଷୀଗୋପାଳ ଜଳସମ୍ପଦ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରଘୁନାଥ ସ୍ବାଇଁ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri