ଅସୁସ୍ଥ ଘୋଡ଼ାର ଚିକିତ୍ସା କଲେନି:ମରିବାକୁ ଛାଡ଼ିଦେଇ ମାଲିକ ପାର୍‌

ଅନୁଗୋଳ ଅଫିସ, ୨।୮- ପଶୁ ହେଲେ ବି ଜୀବନ ଅଛି। ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଅବସ୍ଥାରେ ତା’ର ଯତ୍ନ ଜରୁରୀ। ହେଲେ ଅବିବେକୀ ମାଲିକ ଜଣକ ଏହା ବୁଝିଲେନି। ଅସୁସ୍ଥ ଘୋଡ଼ାର ଚିକିତ୍ସା ପରିବର୍ତ୍ତେ ମରିବାକୁ ଛାଡ଼ିଦେଇ ଅନ୍ୟ ଘୋଡ଼ା ନେଇ ଅନ୍ୟତ୍ର ଚାଲିଗଲେ। ଅନୁଗୋଳ ରନ୍ତଲେଇ ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟପ୍ରଦେଶରୁ ୪ଟି ଘୋଡ଼ା ଧରି ଜଣେ ବ୍ୟକ୍ତି କିଛିଦିନ ତଳେ ଅନୁଗୋଳ ଆସିଥିଲେ। ସେ ପଞ୍ଚମହଲା ଠାରେ ଥିବା ଘାସ ଫାର୍ମ ପାଖରେ ଅସ୍ଥାୟୀ କ୍ୟାମ୍ପ କରି ମଧ୍ୟ ରହୁଥିଲେ। ବିବାହ କାର୍ଯ୍ୟରେ ଘୋଡ଼ା ବ୍ୟବହାର କରି ବେଶ୍‌ ଭଲ ରୋଜଗାର କରୁଥିଲେ। ୧୫ ଦିନ ତଳେ ଗୋଟିଏ କଳା ଘୋଡ଼ା ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା କରି ଯନ୍ତ୍ରଣାମୁକ୍ତ କରିବା ପରିବର୍ତ୍ତେ ମାଲିକ ଜଣକ ତାକୁ ଖୋଲି ଦେଇଥିଲେ। ଅସୁସ୍ଥ ତଥା ଅସହାୟ ଅବସ୍ଥାରେ ଏଣେତେଣେ ବୁଲାବୁଲି କରୁଥିବା ଘୋଡ଼ାକୁ ଦେଖି ରନ୍ତଲେଇ ଜଙ୍ଗଲସାହି ଲୋକେ ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲେ। ଶେଷରେ ଅସୁସ୍ଥ ଘୋଡ଼ାଟି ଜାତୀୟ ରାଜପଥ ପାର୍ଶ୍ୱରେ ୨ ଦିନ ଧରି ପଡ଼ି ଛଟପଟ ହେବା ପରେ ଆଖିବୁଜି ଦେଲା। ଏହା ଜାଣିବା ପରେ କିଛି ଲୋକ ଘାସଫାର୍ମ ନିକଟକୁ ଆସି ମାଲିକଙ୍କୁ ଖୋଜାଖୋଜି କରିଥିଲେ ବି ସେ ଅନ୍ୟ ୩ଟି ଘୋଡ଼ା ଧରି ସେ କଟକ ଚାଲିଯାଇଥିବା ଜଣାପଡ଼ିଥିଲା। ହୃଦୟହୀନ ମାଲିକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ସମାଲୋଚନା କରାଯାଇଥିବା ବେଳେ ଗୃହପାଳିତ ପଶୁଙ୍କ ଉପରେ କିଛି କର୍ତ୍ତୃତ୍ୱ ନ ଥିବା ବନ ବିଭାଗ କହିଛି। ସେହିପରି ପ୍ରାଣୀଧନ ଚିକିତ୍ସା ବିଭାଗର ଜଣେ ଅଧିକାରୀ କହିଛନ୍ତି, ବିଭିନ୍ନ କାରଣରୁ ଘୋଡ଼ା ରୋଗଗ୍ରସ୍ତ ହୋଇପଡ଼ିଥାଏ। ବିଶେଷକରି ଖାଦ୍ୟ ଠିକ୍‌ ଭାବେ ଦିଆ ନ ଯିବା, କୃମି ଓ ଟିବି ରୋଗ ହେଲେ ଘୋଡ଼ା ଦୁର୍ବଳ ହୋଇପଡ଼ିଥାଏ। ତେବେ ଆବଶ୍ୟକ ଚିକିତ୍ସା କରାଗଲେ ରୋଗ ଭଲ ହୋଇଥାଏ। କିନ୍ତୁ ଚିକିତ୍ସା ନ କରି ଯେ କୌଣସି ଅସୁସ୍ଥ ଗୃହପାଳିତ ପଶୁଙ୍କୁ ରାସ୍ତାରେ ଛଟପଟ ହେବାକୁ ଛାଡ଼ିଦେବା ନିଶ୍ଚିତ ଏକ ଅପରାଧ। ହେଲେ ଏହି ଆଇନକୁ କେବେ କିଏ ପାଳନ କରିଥିବା ଦେଖାଯାଇନାହିଁ। ସେଥିପାଇଁ ଅନେକ ସମୟରେ ଏପରି ହୃଦୟହୀନ କାର୍ଯ୍ୟ କରାଯାଉଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri