ଅସୁସ୍ଥତା ଯୋଗୁ ପାଞ୍ଚ କେଜି କମିଲା ବିଗ୍‌ ବିଙ୍କ ଓଜନ, ଚିନ୍ତାବ୍ୟକ୍ତ କଲେ ପ୍ରଶଂସକ

ମୁମ୍ବାଇ: ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଫଳରେ ତାଙ୍କୁ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ କେବିସିର ଶୁଟିଂକୁ ଫେରିଛନ୍ତି। ହେଲେ ଅସୁସ୍ଥତା ଯୋଗୁ ତାଙ୍କର ଓଜନ ପାଞ୍ଚ କିଲୋ କମିଯାଇଛି। ଟୁଇଟରରେ ନିଜର ପ୍ରଶଂସକମାନଙ୍କୁ ବିଗ୍‌ ବି ନିଜେ ଏହା କହିଛନ୍ତି।

ମହାନାୟକଙ୍କ ଅସୁସ୍ଥତା ବିଶ୍ୱର କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଦେଇଥିଲା। ସେମାନେ ଅମିତାଭଙ୍କ ଶୀଘ୍ର ଆରୋଗ୍ୟକୁ ନେଇ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥିଲେ। ସବୁ ରବିବାର ବିଗ୍‌ ବିଙ୍କୁ ଦେଖା କରିବାକୁ ଆସୁଥିବା ଫ୍ୟାନ୍‌ମାନେ ମଧ୍ୟ ନିରାଶ ହୋଇଥିଲେ। ଏବେ ସୁସ୍ଥ ହୋଇ ସେ ଫେରିବା ପରେ ପ୍ରଶଂସକମାନେ ଆଶ୍ୱସ୍ତ ହୋଇଥିଲେ ହେଁ ଓଜନ କମିବାକୁ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି। ହେଲେ ବିଗ୍‌ ବି ଓଜନ କମିବା ବହୁତ ଭଲ ଖବର ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ଏସବୁ ଅଭିନେତା

ବଲିଉଡ୍‌ର କିଛି ଅଭିନେତାଙ୍କୁ ଗୋଟିଏ ଫିଲ୍ମରେ ଭିନ୍ନଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ବୁଧବାର ରିଲିଜ ହୋଇଥିବା ଫିଲ୍ମ ‘ଭାରତ’ରେ ସଲମାନଙ୍କୁ ୧୮ ବର୍ଷର ଲୁକ୍‌ଠାରୁ ଆରମ୍ଭ...

କରୋନା ପାଇଁ ବଦଳିଲା ଅଭିନେତ୍ରୀମାନଙ୍କ ଏୟାରପୋର୍ଟ ଲୁକ୍‌; ମେମେ ଶେୟାର କରି ମନକଥା କହିଲେ ମଲାଇକା

ବମ୍ବେ: ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି କରୋନା। ଚାଇନାରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ି ଚାଲିଛି ଏହି ସଂକ୍ରମଣ। ଭାରତରେ ତିନିଜଣ...

ପେଁକାଳିର ଜେଜେ ବୈକୁଣ୍ଠ ବାରେକ୍‌

ଓଡ଼ିଆ ଯାତ୍ରା ଜଗତର ଏହା ହେଉଛି ଏକ ପ୍ରସିଦ୍ଧ ତଥା ଅତି ଲୋକପ୍ରିୟ ସଂଳାପ। ଏହା ହେଉଛି ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ‘ମୋ...

ଶାହରୁଖ-ଦିଲୀପ-ଅମିତାଭ

କଳାକାରଙ୍କ ଜୀବନରେ ପୁରସ୍କାର ସ୍ମୃତି ହୋଇ ରହିଥାଏ। କେତେକ ପୁରସ୍କାରକୁ ସେମାନେ ସାରାଜୀବନ ମନେ ରଖିଥାଆନ୍ତି। ବଲିଉଡ୍‌ର ଅନ୍ୟତମ ସମ୍ମାନ୍‌ଜନକ ପୁରସ୍କାର ହେଲା ଫିଲ୍ମ ଫେୟାର...

ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା...

ଫିଲ୍ମ ‘ପଙ୍ଗା’କୁ ନିଜ ମା’ଙ୍କୁ ସମର୍ପିତ କଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ର ଟ୍ରେଲର୍‌ ନିକଟରେ ରିଲିଜ୍‌ ହୋଇଛି। ଏହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିବା ବେଳେ ଏଥିରେ...

ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’

ବମ୍ବେ: ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ବାତୀ ଚିଟ୍‌ନିସ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା...

ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି...

Coronavirus Update


Archives

Model This Week

Why Dharitri