ଅସୁରକ୍ଷିତ ବୈତରଣୀ ସୁରକ୍ଷାବନ୍ଧ

ଆନନ୍ଦପୁର,୨୩।୬(ସ୍ବ.ପ୍ର.)- ବନ୍ୟା ଦାଉରୁ ଆନନ୍ଦପୁର ପୌରପରିଷଦ ଏବଂ ଆନନ୍ଦପୁର ବ୍ଲକ ଅଞ୍ଚଳର ଅନେକ ସ୍ଥାନର ସୁରକ୍ଷା ଦୃଷ୍ଟିରୁ ୨୦୧୬ ମାର୍ଚ୍ଚ ୧ ତାରିଖ ଦିନ ବୈତରଣୀ ନଦୀର ବାମ ପାର୍ଶ୍ୱ ନଦୀ ବନ୍ଧକୁ ସୁଦୃଢ ଓ ପ୍ରଶସ୍ତୀକରଣ କରାଯିବା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥି ନିମନ୍ତେ ଆନନ୍ଦପୁର ବ୍ରିଜଛକ ଠାରୁ ତରଭା ପର୍ଯ୍ୟନ୍ତ ବୈତରଣୀ ନଦୀ ବନ୍ଧର ପୁନଃ ନିର୍ମାଣ କାର୍ଯ୍ୟ ନିମନ୍ତେ ୧୨.୧୫ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। ଏହି ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଏକ କମ୍ପାନୀକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଏହି ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ୨୦୧୭ ସେପ୍ଟେମ୍ବର ମାସ ୨ ତାରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଡିସପ୍ଲେ ବୋର୍ଡରେ ଲେଖାଯାଇଛି କିନ୍ତୁ ତାହା ଅଦ୍ୟାବଧି ସରିନାହିଁ। ସବୁଆଡ଼େ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ଲୋକେ ଏନେଇ ଭୟଭୀତ ହୋଇପଡ଼ିଛନ୍ତି।
ଅନେକ ସ୍ଥାନରେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ସାମାନ୍ୟ ବର୍ଷାରେ ବନ୍ଧର ପଥର ପ୍ୟାକିଂ ଧୋଇଯାଇ ବନ୍ୟାସୁରକ୍ଷା ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ଆନନ୍ଦପୁର ଅଞ୍ଚଳରେ ଠିକାଦାରଙ୍କ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ସ୍ଥାନୀୟ ଜଳସମ୍ପଦ ବିଭାଗ ନିର୍ମାଣ କାର୍ଯ୍ୟକୁ ସଠିକ୍‌ ତଦାରଖ କର ନ ଥିବାରୁ ଏଷ୍ଟିମେଟ୍‌ ଅନୁଯାୟୀ କାର୍ଯ୍ୟ ହେଉନାହିଁ। ଫଳରେ ଠିକାଦାରଙ୍କ କାର୍ଯ୍ୟ ଶୈଳୀକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିରୋଧ କରିଆସୁଛନ୍ତି। ସୁରକ୍ଷାବନ୍ଧର ନିର୍ମାଣ ଅବଧି ଶେଷ ହୋଇଯାଇଥିବା ସତ୍ତ୍ୱେ ବନ୍ଧର ନିର୍ମାଣ କାର୍ଯ୍ୟ ଶେଷ ହୋଇନି। ଯେଉଁ କେତେକ ସ୍ଥାନରେ ପିଚୁ କରାଯାଇଛି ତାହା ଉଠିବାକୁ ବସିଲାଣି। ଯାହାକୁ ନେଇ ଏବେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ସୂଚନାଯୋଗ୍ୟ ୨୦୧୭ ନଭେମ୍ବର ୭ ତାରିଖରେ ବୈତରଣୀ ନଦୀର ବାମ ପାର୍ଶ୍ୱ ଆନନ୍ଦପୁର ବ୍ରିଜ୍‌ ଛକ ଠାରୁ ତରଭା ପର୍ଯ୍ୟନ୍ତ ଥିବା ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ଫକୀରପୁର ଠାରେ ଚାଲିଥିବା ସମୟରେ ଗ୍ରାମବାସୀଙ୍କ ବିରୋଧର ଶିକାର ହେବାକୁ ପଡିଥିଲା। ପୁରୁଣା ବନ୍ୟା ପ୍ରତିରୋଧକ ବନ୍ଧକୁ ଓସାରିଆ କରାଯିବା ସହିତ ମେଟାଲିଂ ଓ ପିଚୁ କରାଯିବା ଓ ପ୍ୟାଚିଂ କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଥିବାବେଳେ କାର୍ଯ୍ୟ କରୁଥିବା ଠିକାଦାର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ଧର ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ସୁଦ୍ଧା ସେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ଖୋଲାଖୋଲି ମନା କରିଦେଇଥିଲେ ବୋଲି ଫକୀରପୁର ଗ୍ରାମର ବିଭୁତୀ ଭୁଷଣ ମହାନ୍ତି ସୂଚନା ଦେଇଛନ୍ତି। ଏହି ବନ୍ଧର ସ୍ଥାନେ ସ୍ଥାନେ ମୃତ୍ତିକାକ୍ଷୟ ଯୋଗୁ ପଥର ପ୍ୟାକିଂ ସବୁ ଦୁର୍ବଳ ଅବସ୍ଥାରେ ରହିଛି। ବନ୍ୟା ସୁରକ୍ଷା ବନ୍ଧ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ କାର୍ଯ୍ୟଶୈଳୀକୁ ବିଧିବଦ୍ଧ ତଦନ୍ତ କରିବାଲାଗି ଫକୀରପୁର ଯୁବକ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ: ବନ୍ଧୁକ ଜବତ

ବାଲେଶ୍ୱର ଅଫିସ ,୬।୧୦-ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ୍‌ ନିକଟରୁ ଏକ ନାଲିବତୀ ଗାଡି ନେଇଯାଉଥିବା ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ଯେ,...

ଦୁଇଓଳି ଖାଦ୍ୟ ଯୋଗାଡ଼ ଚିନ୍ତା

ଖଇରା, ୧୫।୬(ଡି.ଏନ୍‌.ଏ.)-ରାତି ପାହିଲେ ଖାଦ୍ୟ ଚିନ୍ତା। ଯେଉଁ ବୟସରେ ମା’ ବାପାଙ୍କ ସ୍ନେହ ଶ୍ରଦ୍ଧା ମଧ୍ୟରେ ରହି ହସିଖେଳି ଦିନ କାଟିବା କଥା, ସେଠାରେ ସେମାନଙ୍କୁ...

ମଦ ବେପାରୀଙ୍କ ଆକ୍ରମଣରେ ୫ ମହିଳା ଆହତ

ସୋର, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ସବିରା ପଞ୍ଚାୟତ ବାଉଁଶଖୁଣ୍ଟା ଗଁାର ଜଣେ ମଦ ବେପାରୀଙ୍କ ଆକ୍ରମଣରେ ସ୍ବୟଂ ସହାୟକ ଗୋଷ୍ଠୀର ୫ ମହିଳା ଆହତ...

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି।...

ଦିବ୍ୟାଙ୍ଗ ଝିଅ ସହ ରାହା ଖୋଜୁଛନ୍ତି ରଜନୀ

ସିମୁଳିଆ, ୨୦।୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ୩ନଂ. ୱାର୍ଡ ରାଉତପଡା ଅଞ୍ଚଳର ୫୫ ବର୍ଷୀୟା ରଜନୀ ଦାସଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ...

ହକ୍‌ ପାଇଁ ଗର୍ଜିଲା ଭାଜପା

ଖଇରା, ୨୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବହୁ ଯୋଗ୍ୟ ଅସହାୟ ଗରିବ ବ୍ୟକ୍ତି ବାଦ୍‌ ପଡିବା ଘଟଣାକୁ ନେଇ...

ଚାନ୍ଦିପୁର ବେଳାଭୂମିରେ ସଫେଇ: ଜିଲାପାଳ, ଏସ୍‌ପି ଓ ଛାତ୍ରୀଛାତ୍ର ସାମିଲ

ବାଲେଶ୍ୱର ଅଫିସ, ୨୩।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ...

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା...

Advertisement
Archives

Model This Week