ଅସାହା ବୁରୁଧ୍‌କୁଁ ମିଲ୍‌ଲା ଚିକିଛା ସେବା: ସହଯୋଗର ହାତ୍‌ ବଢ଼ାଲେ ସାମାଜିକ କରମୀ

ରାଉରକେଲା ଅଫିସ,୨୫ା୩- ଜଂଗଲ ମୂଲକ୍‌ର ମୁନୁଷ୍‌ ଜୀବନମାସୀ ଖାଖା (୮୦)। ଘର ବାଙ୍କି ପଁଚେତ୍‌ ଅଧୀନ ଝାରଜଂଗଲ ଘେରା ବାଂଶକୋନା ଗାଁରେ। ସେ ଗୁଟେ ଝୁପଡ଼ି ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିଲେ। ଭୁଖମରିକେ ଏକ୍‌ଲାପନ ତାହାକୁ କଲ୍‌ବଲ କରିପକଉଥିଲା। ଏନ୍‌ତାଥି ସେ ଦିହିପା ଖରାପ କରି ଖଟେ ପଡ଼ି ରହିଥିଲେ। ଖାଏବା ପିଇବାର କଥା ବୁଝବାର ଲାଗି ପାସେ କେହି ନାଇଁଥାଇ। ଏନ୍‌ତାଥି ଡାକ୍‌ତର ଦେଖେଇ ଉଷୋକଷା ଟିକେ କରବାକେ କାହାକେ କହେବେ, ଇ କଥା ଭାଲି ଭାଲି ସେ ଖଟେ ପଡ଼ି ରହିଥିଲେ। ଇ ଖବରଟା ଚାନ୍ଦିପୋଷ ଅଂଚଲର ଝନେ ମହିଲା ସାମାଜିକ କରମୀ ଚାନ୍ଦମଣି ସାଣ୍ଡିଲକଁର ନଜରକେ ଆସିଥିଲା। ସେ ଜୀବନମାସୀକଁର ଘରେ ପୁହୁଁଚି ପହେଲା ତାକର ଖାଏବାର ବେବସ୍‌ତା କରିଥିଲେ। ପଛେ ଆମ୍ବୁଲାନ୍ସ ଡାକି ଚିକିଛା ଲାଗି ଡାକ୍‌ତରଖାନା ନେଇଥିଲେ। ସେଠାନେ ଡାକ୍‌ତର ଜୀବନମାସୀକଁର ଦିହିପା ପରୀକ୍ଷା କରବାର ସଂଗେ ଉଷୋକଷା ଦେଇଥିଲେ। ଏହେଦେ ସେ ଉଷୋକଷା ଖାଇ ଗୁଟେ ପରକାର ଠିକ୍‌ ଅଛନ୍‌, ଚଲାବୁଲା କରିପାରୁଛନ୍‌। ଇଆଡ଼େ ଜୀବନମାସୀକୁଁ କେନ୍‌ଥେଇ ସବୁପରକାର ସରକାରୀ ସୁବିଧା ସୁଯୋଗ ମିଲିପାରବା ସେଥିରଲାଗି ସାମାଜିକ କରମୀ ସାଣ୍ଡିଲ ଚେଷ୍‌ଟା ଚଲେଇଛନ୍‌। ମହିଲା ସାମାଜିକ କରମୀ ସାଣ୍ଡିଲକଁର ଇ ମହତ୍‌ କାଯ୍‌କେ ଅଂଚଲବାସୀ ବଡ଼ଭାରି ପରଶଁସା କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ…

ଅବୁଜବାହାଲ ପଥର କ୍ୱାରୀରୁ ସସ୍‌ପେନସନ ଆଦେଶ ପ୍ରତ୍ୟାହାର କଲା ଖଣିବିଭାଗ, ରଖିଲା ଏମିତି ସର୍ତ୍ତ

କର୍ଲାମୁଣ୍ଡା, ୧୧।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲଠାରେ ଥିବା ପଥର କ୍ୱାରୀ -୨ ଉପରେ ଖଣି ବିଭାଗ ଗତ ତା…

ରଜ ଖୁସିକୁ ଦ୍ୱିଗୁଣିତ କଲେ ଆଇପିଓ ଆକର୍ଷ ରଞ୍ଜନ; ବାଳାଶ୍ରମ ଶିଶୁଙ୍କୁ ମଲକୁ ନେଇ ନୂଆ ପୋଷାକ କିଣାଇଲେ…

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୧୧।୬: ରଜ ପର୍ବର ଆଗମନ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ସୃଷ୍ଟି କରିଛନ୍ତି ଆଇପିଓ…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି : ୧୩ରୁ ୧୫ ତାରିଖ ଯାଏ ଚାଲିବ ଏହି ସବୁ କାର୍ଯ୍ୟକ୍ରମ

ଛତ୍ରପୁର, ୧୧।୬ (ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ଦୁଇବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲାରେ ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତସ୍ତରରେ ପ୍ରଦର୍ଶନୀ ମେଳା…

କାଳିଞ୍ଜି ସମାଜର ପ୍ରତିଭା ସମ୍ମାନ ଉତ୍ସବ: ମାଟ୍ରିକ, +୨ର କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ଗୁରୁବାର ପ୍ରତିଭା…

ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri