ଅସହାୟଙ୍କୁ ସହାୟ ହୁଅ- ଭିଡିଓ କନ୍‌ଫରେନ୍ସରେ ଭାଜପା ନେତାଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଅଫିସ, ୧୩।୪- ଅନୁଗୋଳ ଜିଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ରବିବାର ଭିଡିଓ କନ୍‌ଫରେନ୍ସ (ଭିସି) ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦଳୀୟ ନେତାମାନଙ୍କୁ ନାନା ପରାମର୍ଶ ଦେଇଥିଲେ। ପ୍ରଧାନ କହିଥିଲେ ଯେ, ସମସ୍ତ କାର୍ଯ୍ୟକର୍ତ୍ତା ନିଜ ଘର ପାଖରେ ଥିବା ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ। ସମସ୍ତେ ଘରେ ମାସ୍କ ତିଆରି କରି ପିନ୍ଧନ୍ତୁ ଓ ଆଖପାଖ ଅଞ୍ଚଳରେ ବଣ୍ଟନ କରନ୍ତୁ। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ପିଏମ୍‌ କେୟାର ଫଣ୍ଡକୁ ପରିବାର ପିଛା ଦାନ କରନ୍ତୁ। ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରବର୍ତ୍ତାନ୍ତୁ। ଲୋକମାନେ କିପରି ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରି କରୋନା ସମ୍ପର୍କରେ ସଚେତନ ହୋଇପାରିବେ ତାହା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଦେବାକୁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସଂଯୋଜନା କରିଥିଲେ। ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ରବି ନାରାୟଣ ପାଣି, ଭାଗୀରଥି ପ୍ରଧାନ, ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରାଙ୍କ ସମେତ ତାଳଚେର ଓ କଣିହାଁ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଦସ୍ୟ ଏବଂ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ

କଣିହାଁ, ୧୩ା୧(ଡି.ଏନ.ଏ.):  ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ରେଙ୍ଗାଳି ଡ୍ୟାମ ସାଇଟ ଥାନା ଅଞ୍ଚଳକୁ ଶନିବାର ଏମପି ମହେଶ ସାହୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ...

ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ହେଲପର

ରୂପସା, ୨୬ା୧୧(ଡି.ଏନ.ଏ.): ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ ନିକଟସ୍ଥ ଏକ ପୋଲ ତଳୁ ଗତ ୧୬ ତାରିଖରେ...

ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀ ଗଲା ଦ୍ୱିତୀୟ ପର୍ଯ୍ୟାୟ କାଠ

ବୌଦ୍ଧ,୧୦ା୪(ସ୍ବ.ପ୍ର.): ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ କାଠ ପଠାଯାଇଛି। ଶୁକ୍ରବାର ଦିନ ବୌଦ୍ଧରୁ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ...

ମରାମତି, ନିର୍ମାଣରେ ବ୍ୟାପକ ହରିଲୁଟ

ଯାଜପୁର ଅଫିସ,୨୧ା୩:ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନ ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ ହୋଇ ଧାର୍ଯ୍ୟ ସମୟ ପୂର୍ବରୁ ଗମନାଗମନ ଅନୁପଯୋଗୀ ହୋଇପଡ଼ୁଛି। ବ୍ୟାପକ...

ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ

କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍‌ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର...

ସୂଚନା କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ମାଷ୍ଟରମାଇଣ୍ଡଙ୍କ ସହ ୫ ଗିରଫ

ଫୁଲବାଣୀ ଅଫିସ, ୩୦ା୧୨- କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ପୋଲିସ। ପୂର୍ବ ଶତ୍ରୁତା...

ମୁମ୍ବାଇରୁ ଗଜପତିକୁ ୩ ଟ୍ରକ୍‌ରେ ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.)- ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି ା ଏମାନଙ୍କ...

ଘୁମୁସର ବନଖଣ୍ଡରେ ରୋପଣ ହେବ ୨୫ ଲକ୍ଷ ଚାରା

ଭଞ୍ଜନଗର,୨୨।୪(ଡି.ଏନ.ଏ.)-କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀମାନେ ଚାରା ଉପତ୍ାଦନ ପ୍ରତି ଧ୍ୟାନ...

Advertisement
Archives

Model This Week