ଅସଲି ପୋଷାକରେ ନକଲି ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ‘ହାଲୋ ମୁଁ ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଶର୍ମିଷ୍ଠା କହୁଛି। ମୁଁ କୋଭିଡ୍‌-୧୯ ଡ୍ୟୁଟିରେ ସେଣ୍ଟ୍ରାଲ ଡେପୁଟେଶନରେ ଭୁବନେଶ୍ୱର ଆସିଛି। ମୋ ପାଇଁ ଗାଡି, ଘର, ଚାକର, ରାଶନ ଦରକାର।’ କମିଶନରେଟ ପୋଲିସକୁ ଏଭଳି ଫୋନ୍‌ କରି ନାକେଦମ୍‌ କରିଥିବା ଜଣେ ନକଲି ମହିଳା ଆଇପିଏସ୍‌ ଅଫିସର ଶୁକ୍ରବାର ଧରାପଡିଛନ୍ତି। ତାଙ୍କ ନିକଟରୁ ଅସଲି ପୋଲିସ ପୋଷାକ, ନକଲି ବନ୍ଧୁକ, ଆଇପିଏସ୍‌ ବ୍ୟାଜ୍‌, ପରିଚୟପତ୍ର ମିଳିଛି। ଏଥିସହ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରାଯାଇଛି। ପୋଲିସ ଚାକିରି କରିଥିବା ସ୍ବାମୀ ଓ ଭାଇଙ୍କ ବଦଳି ପାଇଁ ସେ ଏପରି ନାଟକ ରଚିଥିବା ଜଣାପଡିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଉକ୍ତ ମହିଳାଙ୍କ ଘର ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଛନ୍ତି। ତାଙ୍କ ସ୍ବାମୀ ଓ ଭାଇ ପୋଲିସ ଚାକିରି କରିଛନ୍ତି। ସ୍ବାମୀ କୋରାପୁଟରେ ଅବସ୍ଥାପିତ ଥିବାବେଳେ ଭାଇ ମଧ୍ୟ ଦୂରରେ କାର୍ଯ୍ୟରତ। ମହିଳା ଜଣକ ଗର୍ଭବତୀ ଅଛନ୍ତି। ତେଣୁ ସେ ନିଜକୁ ଜଣେ ଆଇପିଏସ୍‌ ଅଫିସର ପରିଚୟ ଦେଇ ଜଣେ କନ୍‌ଷ୍ଟେବଳଙ୍କ ବଦଳି ଓ ଲକ୍‌ଡାଉନ୍‌ ଡ୍ୟୁଟିକୁ କୋହଳ କରିବାକୁ ବହୁ ପୋଲିସ ଅଧିକାରୀଙ୍କୁ ଫୋନ୍‌ କରି ଚାପ ପକାନ୍ତି। ଏପରିକି ସେମାନଙ୍କୁ ଖରାରେ ଡ୍ୟୁଟି ନ ଦେବାକୁ ଧମକ ଦିଅନ୍ତି। ଏହାକୁ ନେଇ କିଛିଦିନ ହେବ ଅନେକ ପୋଲିସ ଅଧିକାରୀ ଅସ୍ତବ୍ୟସ୍ତ ହୋଇପଡିଥିଲେ। ଶେଷରେ ସନ୍ଦେହ ହେବାରୁ ତାଙ୍କ ଫୋନ୍‌ ନମ୍ବରକୁ ଟ୍ରେସ୍‌ କରାଯିବା ପରେ ସେ ଆଇପିଏସ୍‌ ଅଫିସର ନ ଥିବା ଜଣାପଡିଥିଲା। ଶୁକ୍ରବାର ରିଜର୍ଭ ଇନ୍ସପେକ୍ଟର ବିଜୟ ରତ୍ନ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଟିମ୍‌ ଫରେଷ୍ଟ ପାର୍କ ନିକଟ ଘରୁ ତାଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ତାଙ୍କ ଘରୁ ବିଭିନ୍ନ ନକଲି ସାମଗ୍ରୀ ଓ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଅଧିକ ତଦନ୍ତ ପରେ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ସେ ଚାକିରି କରିଥିବା ମିଛ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ହେଲେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିବା ବଦଳରେ ସିଆର୍‌ପିସି ୪୧ରେ ନୋଟିସ ଦେଇ ଛାଡିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କେତ ଟପିଲା ଜଳକା

ରୂପସା, ୧୨।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଏହି...

ଲାପଟପ୍‌ ପାଇଁ ୧୫ରୁ ଆବେଦନ

ଭୁବନେଶ୍ୱର,୧୪ା୭ (ଅନୁରାଧା ମହାରଣା):ଲାପଟପ୍‌ ଡିବିଟି ଯୋଜନା ୨୦୨୧ ଓ ୨୦୨୨ ଅଧୀନରେ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୧୫ ହଜାର ମେଧାବୀଙ୍କୁ ଲାପଟପ୍‌ ପ୍ରଦାନ କରାଯିବ।...

ବାଇପାସ୍‌ ରାସ୍ତା ନ ଥିବାରୁ ଚିନ୍ତା

ନୟାଗଡ଼ ଅଫିସ,୨୩।୫: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ଓ ଦଶପଲ୍ଲା ଏବଂ ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ...

ଦ୍ୱିତୀୟ ସ୍ଥାନରେ ଓଏଫ୍‌ସି

ଭୁବନେଶ୍ୱର,୩।୧୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ରେ ହରାଇବା...

ଭୁବନେଶ୍ୱର କୋର୍ଟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରିବାକୁ ଦାବି: ଆଇନଜୀବୀ ଆତଙ୍କିତ

ଭୁବନେଶ୍ୱର,୩।୪(ବ୍ୟୁରୋ): ପଞ୍ଚମ କରୋନା ସଂକ୍ରମିତ ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳବେହେରାଙ୍କ ନାମକୁ ସାର୍ବଜନୀନ କରାଯିବା ପରେ ଏବେ ଭୁବନେଶ୍ୱର ବାର୍‌ର ଆଇନଜୀବୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।...

ଖଣିରେ ଚଢ଼ାଉ ବେଳେ ଚଢ଼ିଗଲା ଟ୍ରକ୍‌: ଶ୍ରମିକ ମୃତ, ୧୫ ପାୱାରଟିଲର, ୧ ଜେସିବି ଜବତ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ପୋଲିସ ଜିଲା ଜଙ୍କିଆ ଥାନାର ଅଁଳାଯୋଡି ମାଙ୍କଡାପଥର ଖଣି ଉପରେ ଶୁକ୍ରବାର ଚଢ଼ାଉ ସମୟରେ ଟ୍ରକ ଚଢ଼ି ଯିବାରୁ ଜଣଙ୍କର ମୃତ୍ୟୁ...

ଚିଲିକା ପାଇଁ ୧୫୮ କୋଟି: ଉପକୃତ ହେବେ ୨ ଲକ୍ଷ ମତ୍ସ୍ୟଜୀବୀ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ...

୩ମାସ ଟ୍ରାଫିକ ନିୟମ କୋହଳ ହେବାରୁ ଗାଡ଼ିଚାଳକ ବେପରୁଆ: କିନ୍ନରଙ୍କ ଅଭିନବ ଉପାୟରେ ସଚେତନତା

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ଯାହାଦ୍ୱାରା ଗାଡ଼ିଚାଳକ ଏବେ...

Advertisement
Archives

Model This Week