ଅସଲି ପୋଷାକରେ ନକଲି ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ‘ହାଲୋ ମୁଁ ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଶର୍ମିଷ୍ଠା କହୁଛି। ମୁଁ କୋଭିଡ୍‌-୧୯ ଡ୍ୟୁଟିରେ ସେଣ୍ଟ୍ରାଲ ଡେପୁଟେଶନରେ ଭୁବନେଶ୍ୱର ଆସିଛି। ମୋ ପାଇଁ ଗାଡି, ଘର, ଚାକର, ରାଶନ ଦରକାର।’ କମିଶନରେଟ ପୋଲିସକୁ ଏଭଳି ଫୋନ୍‌ କରି ନାକେଦମ୍‌ କରିଥିବା ଜଣେ ନକଲି ମହିଳା ଆଇପିଏସ୍‌ ଅଫିସର ଶୁକ୍ରବାର ଧରାପଡିଛନ୍ତି। ତାଙ୍କ ନିକଟରୁ ଅସଲି ପୋଲିସ ପୋଷାକ, ନକଲି ବନ୍ଧୁକ, ଆଇପିଏସ୍‌ ବ୍ୟାଜ୍‌, ପରିଚୟପତ୍ର ମିଳିଛି। ଏଥିସହ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରାଯାଇଛି। ପୋଲିସ ଚାକିରି କରିଥିବା ସ୍ବାମୀ ଓ ଭାଇଙ୍କ ବଦଳି ପାଇଁ ସେ ଏପରି ନାଟକ ରଚିଥିବା ଜଣାପଡିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଉକ୍ତ ମହିଳାଙ୍କ ଘର ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଛନ୍ତି। ତାଙ୍କ ସ୍ବାମୀ ଓ ଭାଇ ପୋଲିସ ଚାକିରି କରିଛନ୍ତି। ସ୍ବାମୀ କୋରାପୁଟରେ ଅବସ୍ଥାପିତ ଥିବାବେଳେ ଭାଇ ମଧ୍ୟ ଦୂରରେ କାର୍ଯ୍ୟରତ। ମହିଳା ଜଣକ ଗର୍ଭବତୀ ଅଛନ୍ତି। ତେଣୁ ସେ ନିଜକୁ ଜଣେ ଆଇପିଏସ୍‌ ଅଫିସର ପରିଚୟ ଦେଇ ଜଣେ କନ୍‌ଷ୍ଟେବଳଙ୍କ ବଦଳି ଓ ଲକ୍‌ଡାଉନ୍‌ ଡ୍ୟୁଟିକୁ କୋହଳ କରିବାକୁ ବହୁ ପୋଲିସ ଅଧିକାରୀଙ୍କୁ ଫୋନ୍‌ କରି ଚାପ ପକାନ୍ତି। ଏପରିକି ସେମାନଙ୍କୁ ଖରାରେ ଡ୍ୟୁଟି ନ ଦେବାକୁ ଧମକ ଦିଅନ୍ତି। ଏହାକୁ ନେଇ କିଛିଦିନ ହେବ ଅନେକ ପୋଲିସ ଅଧିକାରୀ ଅସ୍ତବ୍ୟସ୍ତ ହୋଇପଡିଥିଲେ। ଶେଷରେ ସନ୍ଦେହ ହେବାରୁ ତାଙ୍କ ଫୋନ୍‌ ନମ୍ବରକୁ ଟ୍ରେସ୍‌ କରାଯିବା ପରେ ସେ ଆଇପିଏସ୍‌ ଅଫିସର ନ ଥିବା ଜଣାପଡିଥିଲା। ଶୁକ୍ରବାର ରିଜର୍ଭ ଇନ୍ସପେକ୍ଟର ବିଜୟ ରତ୍ନ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଟିମ୍‌ ଫରେଷ୍ଟ ପାର୍କ ନିକଟ ଘରୁ ତାଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ତାଙ୍କ ଘରୁ ବିଭିନ୍ନ ନକଲି ସାମଗ୍ରୀ ଓ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଅଧିକ ତଦନ୍ତ ପରେ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ସେ ଚାକିରି କରିଥିବା ମିଛ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ହେଲେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିବା ବଦଳରେ ସିଆର୍‌ପିସି ୪୧ରେ ନୋଟିସ ଦେଇ ଛାଡିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri