ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ ଅରବପତି ଜଣେ ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି ୨୭ ବର୍ଷୀୟା ନତାଶା ବାସେଟ୍‌। ‘ସ୍ପେସ୍‌-ଏକ୍ସ’ ଏବଂ ‘ଟେସ୍‌ଲା’ର ସିଇଓ ମସ୍କ ଏବେ ସୁଦ୍ଧା ୩ ଥର ବିବାହ କରିଛନ୍ତି ଏବଂ ତାଙ୍କର ୬ ସନ୍ତାନ ରହିଛନ୍ତି। ୨୦୨୧ ସେପ୍ଟେମ୍ବରରେ ମସ୍କ ତାଙ୍କ ଲିଭିଂ ପାର୍ଟନର ୩୩ ବର୍ଷୀୟା କାନାଡିଆନ ପପ୍‌ ଗାୟିକା ଗ୍ରାଇମ୍ସ (କ୍ଲେର୍‌ ବୁଚର୍‌)ଙ୍କଠାରୁ ପୃଥକ୍‌ ହୋଇଯାଇଥିଲେ। ଉଭୟଙ୍କର ଦେଢ଼ ବର୍ଷର ପୁଅ ରହିଛି। ଅଲଗା ହେବା ପରେ ମଧ୍ୟ ମସ୍କଙ୍କ ସହ ରହୁଥିବା ନେଇ ଗ୍ରାଇମ୍ସ ଗତ ଅକ୍ଟୋବରରେ ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ଜଣାଇଥିଲେ। ଏବେ ମସ୍କ ନତାଶାଙ୍କୁ ଡେଟ୍‌ କରୁଛନ୍ତି। ଗତ ଗୁରୁବାର ମସ୍କ ତାଙ୍କ ପ୍ରାଇଭେଟ୍‌ ଜେଟ୍‌ ‘ଗଲ୍ଫଷ୍ଟ୍ରିମ୍‌’ରେ ନତାଶାଙ୍କ ସହ ଯାତ୍ରା କରିଥିବା ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଦେଖିବାକୁ ମିଳିଛି।
ବର୍ତ୍ତମାନ ମସ୍କଙ୍କ ସମ୍ପତ୍ତି ୨୩୩ ବିଲିୟନ ଡଲାର। ଗଣମଧ୍ୟାମ ‘ଡେଲି ମେଲ୍‌’ ଅନୁଯାୟୀ ମସ୍କଙ୍କ ବ୍ୟାଙ୍କ ବାଲାନ୍ସ ନୁହେଁ, ତାଙ୍କ ଅଦ୍ଭୁତ ପ୍ରତିଭା ଓ ବିଚକ୍ଷଣ ବୁଦ୍ଧିରେ ନତାଶା ପ୍ରଭାବିତ ହୋଇଛନ୍ତି। ଆଗାମୀ ଦିନରେ ରିଲିଜ୍‌ ହେବାକୁ ଥିବା ଏକ ବାୟୋପିକ ‘ଏଲ୍‌ଭିସ୍‌’ରେ ନତାଶାଙ୍କୁ କିମ୍ବଦନ୍ତୀ ଗାୟକ ଏଲ୍‌ଭିସ ପ୍ରେସ୍ଲିଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ଡିକ୍ସୀ ଲକ୍‌ ଭାବେ ଦେଖିବାକୁ ମିଳିବ। ଗତ କିଛି ମାସ ହେଲା ନତାଶା ଏବଂ ମସ୍କ ପରସ୍ପରକୁ ଡେଟ୍‌ କରିଆସୁଛନ୍ତି। ଗ୍ରାଇମ୍ସଙ୍କଠାରୁ ପୃଥକ୍‌ ହେବା ପରେ ମସ୍କ ଏବଂ ନତାଶାଙ୍କ ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଛି। ପ୍ରଥମେ ବନ୍ଧୁତା ପରେ ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଛି। ସୂଚନାଥାଉ କି, ମସ୍କ ୨୦୦୦ ମସିହାରେ କାନାଡିଆନ ଲେଖିକା ଜଷ୍ଟିନ୍‌ ଓ୍ବିଲ୍‌ସନଙ୍କୁ ବିବାହ କରିଥିଲେ। ଉଭୟଙ୍କ ୫ ସନ୍ତାନ ରହିଛନ୍ତି। ୨୦୦୮ରେ ଜଷ୍ଟିନଙ୍କୁ ଛାଡ଼ପତ୍ର ଦେବାପରେ ମସ୍କ ୨୦୧୦ରେ ବ୍ରିଟିଶ୍‌ ଅଭିନେତ୍ରୀ ତାଲୁଲା ରିଲେଙ୍କୁ ବିବାହ କରିଥିଲେ। ଏହି ଦାମ୍ପତ୍ୟ ଜୀବନ ୨୦୧୨ରେ ସମାପ୍ତ ହୋଇଥିଲା। କିନ୍ତୁ ମସ୍କ ୨୦୧୩ରେ ଅଭିନେତ୍ରୀ ତାଲୁଲାଙ୍କୁ ପୁନଃ ବିବାହ କରିଥିଲେ ଏବଂ ୨୦୧୬ରେ ପୁଣି ଛାଡ଼ପତ୍ର ଦେଇଥିଲେ। ପରେ ୨୦୧୮ରେ ଗ୍ରାଇମ୍ସଙ୍କ ସହ ଲିଭିଂ ପାର୍ଟନର ଭାବେ ରହିଆସୁଥିଲେ। ସେହି ସମ୍ପର୍କର ପରିସମାପ୍ତି ଗତ ସେପ୍ଟେମ୍ବରରେ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ୭ ଆତଙ୍କବାଦୀ ନିହତ…

ଇସଲାମାବାଦ,୧୧।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର ରେ ୭ ଜଣ ଆତଙ୍କବାଦୀ...

ଇମ୍ରାନଙ୍କ ଶାସନ ସମୟରେ ସାମ୍ବାଦିକଙ୍କୁ କରାଯାଉଥିଲା ଅପହରଣ; ସେନାକୁ ଦୋଷ ଦେଲେ ପ୍ରଧାନମନ୍ତ୍ରୀ

ଇସଲାମବାଦ,୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ମୁଖ୍ୟ ଇମ୍ରାନ ଖାନଙ୍କ ଶାସନ ସମୟରେ ବହୁ ସାମ୍ବାଦିକଙ୍କୁ ଅପହରଣ କରାଯାଇଛି। ଯାହାକୁ ନେଇ ମୁହଁ...

ଥରିଲା ନେପାଳ

କାଠମାଣ୍ଡୁ,୧ା୪: ନେପାଳର କାଠମାଣ୍ଡୁରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୪.୫ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଧନ ଜୀବନ ନଷ୍ଟ ସମ୍ପର୍କରେ...

ରୁଷିଆର ସଦସ୍ୟତା ରଦ୍ଦ କଲା ଏଫ୍‌ଏଟିଏଫ୍‌

ପ୍ୟାରିସ୍‌,୨୫।୨: ୟୁକ୍ରେନ ଓ ରୁଷିଆ ଜାରି ରହିଥିବା ଯୁଦ୍ଧକୁ ଇତିମଧ୍ୟରେ ବର୍ଷେ ପୂରିଛି।  ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍‌) ରୁଷିଆକୁ ଏକ ବଡ଼ ଝଟ୍‌କା...

ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି...

ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସୀମା ବିବାଦର ସମାଧାନ କରିବୁ: ଚାଇନା

ବେଜିଂ,୨୮।୭:ଭାରତ ସହିତ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଆମେରିକା ହସ୍ତକ୍ଷେପ କରିବାକୁ ଚାଇନା ପସନ୍ଦ କରୁନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏଥିରେ...

ଟ୍ୟାକ୍ସି ବଞ୍ଚାଇଦେଲା ଜୀବନ

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ସବୁଠି ଚର୍ଚ୍ଚା । ରୁଷିଆର ଆକ୍ରମଣରେ ବେହାଲ ହେଲାଣି ୟୁକ୍ରେନ୍ ହେଲେ ମୁଣ୍ଡ ନୁଆଇଁବାକୁ ପ୍ରସ୍ତୂତ ନୁହେଁ ଜେଲେନସ୍କି...

‘ଭୂ-ରାଜନୈତିକ ବିବାଦକୁ ଶେଷ କରିବାକୁ ଯଥା ସମ୍ଭବ ପଦକ୍ଷେପ ନେବ ଭାରତ’, ଆଶା ପ୍ରକଟ କଲେ ଜାତିସଂଘ ମହାସଚିବ

ଜାକର୍ତ୍ତା,୮।୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥି ସହ ବର୍ତ୍ତମାନର...

Advertisement
Archives

Model This Week