Posted inଖେଳ

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଓ୍ବର୍ନ ନିଲାମ କରିବେ ପଦାର୍ପଣ କ୍ୟାପ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ପ୍ରାୟ ୫୦ କୋଟି ବନ୍ୟ ଜନ୍ତୁ ଜୀବନ ହରାଇ ସାରିଲେଣି। କେବଳ ଏତିକି ନୁହେଁ ବହୁ ନିୟୁତ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଜନସାଧାରଣଙ୍କ ମୃତ୍ୟୁ ଘଟିଛି। ଏଭଳି ଭୟଙ୍କର ପରିସ୍ଥିତିରେ ସାହାଯ୍ୟ ପାଇଁ ଦେଶର ବହୁ କ୍ରୀଡ଼ାବିତ ଆଗେଇ ଆସିଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ। ତାଙ୍କ କ୍ରିକେଟ କ୍ୟାରିୟରର ସହ ଜଡ଼ିତ ସବୁଠୁ ମୂଲ୍ୟବାନ ସ୍ମୃତିକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର ଓ୍ବର୍ନ ନିଜ ପଦାର୍ପଣବେଳେ ପାଇଥିବା ନ୍ୟାଶନାଲ କ୍ୟାପକୁ ନିଲାମ କରିବେ। ତାଙ୍କର ଉକ୍ତ ଗ୍ରୀନ କ୍ୟାପର ଚାହିଦା ମଧ୍ୟ ଖୁବ ଅଧିକ। କ୍ୟାପ ସହ ଓ୍ବର୍ନଙ୍କ ହସ୍ତାକ୍ଷର ଥିବା ପ୍ରମାଣପତ୍ର ବି ନିଲାମରେ ରହିବ। ଅନ୍‌ଲାଇନ ନିଲାମ ପ୍ରକ୍ରିୟାରୁ ମିଳିବାକୁ ଥିବା ଶତ ପ୍ରତିଶତ ଅର୍ଥ ରେଡ୍‌ କ୍ରସ ପାଣ୍ଠିକୁ ଦାନ କରିବେ। ସୂଚନାଥାଉ, ଓ୍ବର୍ନ ୧୪୫ ଟେଷ୍ଟ ଖେଳି ୭୦୮ ଉଇକେଟ ନେଇଥିଲେ। ତାଙ୍କ ଅବସର ବେଳକୁ ସେ ସର୍ବାଧିକ ଟେଷ୍ଟ ଉଇକେଟ ହାତେଇଥିବା ବୋଲର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପାଇଁ ଆଗ୍ରହ ଦେଖାଇ ନାହିଁ ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୦ା୭ (ପି.ଟି.)-ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ ଆଗ୍ରହ ପ୍ରକାଶ କରିଥିବା ଯାହା ଶୁଣାଯାଉଛି ତାହା ଠିକ୍‌...

ସମସ୍ତଙ୍କ ହୃଦୟ ଜିତିଲେ ସୁମିତ୍‌ ନାଗଲ

ନୂଆଦିଲ୍ଲୀ,୨୭।୮:ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ ଓପନର ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ସମସ୍ତଙ୍କ...

ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା: କୋହଲି

ଦୁବାଇ,୩୧।୮(ପି.ଟି): ଦୀର୍ଘ ୫ ମାସ ପରେ ପ୍ରଥମଥର ପାଇଁ ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେବେ...

ରଜତଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୯।୧୧(ପି.ଟି.)- ଅଧ୍ୟକ୍ଷ ହିସାବରେ ବରିଷ୍ଠ ପତ୍ରକାର ରଜତ ଶର୍ମାଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନ ଦେଇଥିବା ନିର୍ଦ୍ଦେଶକୁ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)...

କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ଏଟିପି, ଡବ୍ଲ୍ୟୁଟିଏର ଉପାୟ ଘୋଷଣା

ଲସ୍‌ ଏଞ୍ଜେଲ୍ସ,୮।୩ (ଏଏଫ୍‌ପି)- ଇଣ୍ଡିଆନ ଓ୍ବେଲ୍ସରେ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଅବ୍ୟବହିତ ପୂର୍ବରୁ ଏଟିପି ଓ ଡବ୍ଲ୍ୟୁଟିଏ କରୋନା ଭାଇରସ ସଂକ୍ରମଣ ରୋକିବା...

ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ...

ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି ପ୍ରସାଦ

ନୂଆଦିଲ୍ଲୀ, ୧।୮- ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଦଳର ବୋଲିଂ କୋଚ୍‌ ପଦ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। କିଛି ପ୍ରମୁଖ...

ବିଶ୍ୱକପ୍‌ ବିଜେତା ଡି ରୋସିଙ୍କ ଅବସର

ବୁଏନ୍ସ ଏରିଜ୍‌, ୭।୧ (ଏଏଫ୍‌ପି)- ବିଶ୍ୱକପ୍‌ ବିଜେତା ଭେଟେରାନ ଇଟାଲୀ ଫୁଟ୍‌ବଲ ଖେଳାଳି ଡାନିଏଲ ଡି ରୋସି ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ରୋସି...

Coronavirus Update


Archives

Model This Week

Why Dharitri