Posted inଖେଳ

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦଶନ୍ଧିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ କରାଯାଇଛି। କୋହଲି ଉଭୟ ଦଳରେ ସ୍ଥାନ ପାଇବା ସ୍ବାଭାବିକ। ଏହି ୩୧ବର୍ଷୀୟ ଖେଳାଳି ଗତ ୧୦ବର୍ଷରୁ ଅଧିକ ଦିନ ଧରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇ ଆସୁଛନ୍ତି। ଇତିମଧ୍ୟରେ ସେ ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ସଚିନ ତେନ୍ଦୁଲକର (୧୦୦) ଏବଂ ରିକି ପଣ୍ଟିଂ (୭୧)ଙ୍କ ପଛରେ ରହିଛନ୍ତି। ସମସ୍ତ ଫର୍ମାଟରେ କୋହଲିଙ୍କ ଆଭରେଜ ୫୦ରୁ ଅଧିକ ରହିଛି। ୨୧,୪୪୪ ରନ ସହ ସର୍ବକାଳୀନ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ସେ ତେନ୍ଦୁଲକର (୩୪,୩୫୭) ଏବଂ ପଣ୍ଟିଂ(୨୭,୪୮୩)ଙ୍କ ପଛରେ ରହିଛନ୍ତି। ଭାରତୀୟ ଅଧିନାୟକ କହିବାକୁ ଗଲେ ବିଶ୍ୱର ସମସ୍ତ ଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଡାଉନ୍‌ ଅଣ୍ଡରରେ ସେ ୯ଟି ଶତକ(୬ଟି ଟେଷ୍ଟ ଓ ୩ଟି ଦିନିକିଆ) ହାସଲ କରିଛନ୍ତି। ଦଶନ୍ଧିର ଟେଷ୍ଟ ଏକାଦଶ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ, ଆଲିଷ୍ଟର କୁକ୍‌, ଡେଭିଡ୍‌ ଓ୍ବାର୍ନର, କେନ୍‌ ଓ୍ବିଲିୟମସନ, ଷ୍ଟିଭ ସ୍ମିଥ୍‌, ଏବି ଡି’ଭିଲର୍ସ, ବେନ୍‌ ଷ୍ଟୋକ୍ସ, ଡେଲ୍‌ ଷ୍ଟେଇନ୍‌, ଷ୍ଟୁଆର୍ଟ ବ୍ରଡ୍‌, ନାଥାନ ଲିଅନ୍‌ ଏବଂ ଜେମ୍ସ ଆଣ୍ଡରସନ। ଏହି ଓ୍ବେବ୍‌ସାଇଟ୍‌ ଦଶନ୍ଧିର ଅନ୍ତର୍ଜାତୀୟ ଦିନିଆ ଦଳର ଅଧିନାୟକ ଭାବେ ଧୋନୀଙ୍କୁ ଚୟନ କରିଛି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଦୁଇଥର ୨୦୦୭ ଓ ୨୦୧୧ରେ ବିଶ୍ୱକପ୍‌ ଟାଇଟଲ ଜିତିଛି। ବିଶ୍ୱକପ୍‌ରେ ୫ ଶତକ ସହ ୨୦୧୯ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମାଙ୍କ ସହିତ ହାଶିମ ଅମ୍‌ଲାଙ୍କୁ ଓପନର ଭାବେ ଦଳରେ ସାମିଲ କରାଯାଇଛି। କୋହଲି ନିର୍ଦ୍ୱନ୍ଦ୍ୱରେ ବ୍ୟାଟିଂ ଅର୍ଡରର ୩ୟ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ପଛ ଯଥାକ୍ରମେ ରହିଛନ୍ତି ଡି’ ଭିଲର୍ସ, ଶକିବ ଅଲ ହସନ, ଜୋସ୍‌ ବଟଲର, ଧୋନୀ, ରଶିଦ୍‌ ଖାଁ, ମିଚେଲ୍‌ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ ଏବଂ ଲସିଥ ମାଲିଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ୩୫ ପାର୍‌ କ୍ରିକେଟରଙ୍କ ଜଲଓ୍ବା

ଇଂଲଣ୍ଡ, ୧୯।୫: ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ୍‌କୁ ନେଇ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍‌। ମେ ୩୦ରୁ ଆରମ୍ଭ ହେଉଥିବା ଏହି ମହାକୁମ୍ଭରେ...

ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: କ୍ୱାର୍ଟର ଫାଇନାଲରେ ଆଶୁତୋଷ

ଚେନ୍ନାଇ, ୩।୮(ପି.ଟି.)- ଏଠାରେ ଚାଲିଥିବା କ୍ୟୁ-ଲଙ୍ଗ୍‌ ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶା କ୍ୟୁ ସ୍ପୋଟର୍‌ସ ତାରକା ଆଶୁତୋଷ ପାଢ଼ୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ଅବ୍ୟାହତ...

ମହିଳା ଫୁଟ୍‌ବଲ ପ୍ରସ୍ତୁତି ଶିବିରରେ ଜବାମଣୀ, ସୋନୀ

ନୂଆଦିଲ୍ଲୀ, ୨୧।୧୧ (ପି.ଟି.)- କାଠମାଣ୍ଡୁଠାରେ ଡିସେମ୍ବର ୧ରୁ ସାଉଥ୍‌ ଏସିଆନ ଗେମ୍ସ (ସାଗ୍‌) ପ୍ର୍‌ତିଯୋଗିତା ଆରମ୍ଭ ହେବ। ଏଥିଲାଗି ଭାରତୀୟ ମହିଳା ଫୁଟ୍‌ବଲ ଦଳର ପ୍ରସ୍ତୁତି...

ରୋମାଞ୍ଚକ ମୋଡ଼ରେ ସେଞ୍ଚୁରିଆନ ଟେଷ୍ଟ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଇଂଲଣ୍ଡ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ ହାରି...

ଡେଭିସ୍‌ କପ୍‌: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

ନୁର- ସୁଲତାନ,୩୦।୧୧(ପି.ଟି.): କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍‌ କପ୍‌ ମ୍ୟାଚ୍‌ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଏହି...

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ...

ବ୍ରେଟ୍‌ ଲି’ଙ୍କ ଟପ୍‌-୩ ଦ୍ରୁତ ବୋଲର ଲିଷ୍ଟରେ ବୁମ୍‌ରା

ମେଲବୋର୍ନ, ୨୩।୫(ପି.ଟି.)- ଚଳିତ ମାସ ୩୦ରୁ ବ୍ରିଟେନରେ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏଥିପୂର୍ବରୁ ପ୍ରାକ୍ତନ ଅଷ୍ଟ୍ରେଲୀୟ ମହାନ ବୋଲର ବ୍ରେଟ୍‌...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଶତକ ମ୍ୟାଚ୍‌ରେ ଗୋଆ ବିଜୟୀ

ମାର୍‌ଗାଓ, ୯।୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ନିଜର ଶତକୀୟ ମ୍ୟାଚ୍‌ରେ ଏଫ୍‌ସି ଗୋଆ ବିଜୟୀ ହୋଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଏଫ୍‌ସି...


Coronavirus Update

Archives

Model This Week

Why Dharitri