Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌, ନାଡାଲଙ୍କ ସହ ସିଡେଡଙ୍କ ଖେଳାଳିଙ୍କ ବିଜୟ ଅଭିଯାନ

ମେଲବୋର୍ନ,୨୧।୨(ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ ମଙ୍ଗଳବାର ଦ୍ୱିତୀୟ ଦିବସରେ ପହଞ୍ଚିଛି। ବିଶ୍ୱର ୧ ନମ୍ବର ପୁରୁଷ ଖେଳାଳି ସ୍ପେନର ରାଫାଲ ନାଡାଲଙ୍କ ସମେତ ସିଡେଡ ଖେଳାଳିମାନେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଟପ୍‌ ସିଡ ନାଡ଼ାଲ ବଲଭିଆର ହୁଗୋ ଡେଲିଏନଙ୍କୁ ୬-୨, ୬-୩, ୬-୦ ସେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ନାଡ଼ାଲ ସ୍ବଇଜରଲାଣ୍ଡର ରୋଜର ଫେଡେରରଙ୍କ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ରେକର୍ଡର ସମକକ୍ଷ ହେବେ। ୩୩ ବର୍ଷୀୟ ନାଡ଼ାଲ ବିଶ୍ୱର ପ୍ରଥମ ଖେଳାଳିଭାବେ ସବୁ ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟକୁ ଅତିକମ୍‌ରେ ଦୁଇଥର ଜିତି ଏକ ବିରଳ ସଫଳତାର ଅଧିକାରୀ ହୋଇଛନ୍ତି। ସେହିପରି ୨୩ତମ ସିଡ ଅଷ୍ଟେଲିଆର ନିକ୍‌ କିର୍ଗିୟସ୍‌ ୬-୨, ୭-୬, ୭-୬ ସେଟ୍‌ରେ ଇଟାଲୀର ଲୋରେଞ୍ଜୋ ସୋନେଗୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୧୦ମ ସିଡ୍‌ ଖେଳାଳି ଫ୍ରାନ୍ସର ଗାଏଲ ମନ୍‌ଫିଲ୍ସ ୬-୧, ୬-୪, ୬-୨ ସେଟରେ ଚାଇନିଜ ତାଇପେର ୟେନ୍‌- ସୁନ୍‌ ଲୁଙ୍କୁ ହରାଇ ଅଗ୍ରଗତି କରିଛନ୍ତି। କ୍ରୋଏସିଆ ଇଭୋ କାର୍ଲୋଭିକ୍‌ ୭-୬, ୬-୪, ୭-୫ ସେଟ୍‌ରେ କାନାଡ଼ାର ଭାସେକ ପସ୍‌ପିସିଲଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ପଞ୍ଚମ ସିଡ ମାନ୍ୟତା ପାଇଥିବା ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ୬-୩, ୭-୫, ୬-୨ ସେଟ୍‌ରେ ଫ୍ରାନ୍ସର ଆଡ୍ରିଆନ ମାନାରିନୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଅନ୍ୟ ପ୍ରଥମ ରାଉଣ୍ଡ ମ୍ୟାଚ୍‌ଗୁଡିକରେ କାନାଡ଼ାର ମିଲୋସ ରାଓନିକ, କ୍ରୋଏସିଆର ମାରିନ ସିଲିକ୍‌, ୯ମ ସିଡ୍‌ ସ୍ପେନର ରୋବେର୍ଟୋ ବତିସ୍ତା ଅଗୁଟ ବିଜୟ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁ- ହାଇଦ୍ରାବାଦ୍‌ ମ୍ୟାଚ ଡ୍ର’

ଫାଟୋର୍ଡା,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ବେଙ୍ଗାଲୁରୁ ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଗୋଆର...

ଆକାଶଦୀପଙ୍କ ହ୍ୟାଟ୍ରିକ୍‌ ସତ୍ତ୍ୱେ ଭାରତ ପରାସ୍ତ

ଆଡିଲେଡ୍‌, ୨୭।୧୧(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆକାଶଦୀପ...

ଆଡଭାନୀଙ୍କୁ ୨୨ତମ ବିଶ୍ୱ ଟାଇଟଲ

ମାଣ୍ଡଲେ(ମିଆଁମାର), ୧୫।୯(ପି.ଟି.)- ଭାରତୀୟ ବିଲିୟାଡର୍‌ସ ତାରକା ପଙ୍କଜ ଆଡଭାନୀ ରେକର୍ଡ ୨୨ତମ ବିଶ୍ୱ ଟାଇଟଲ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ଏଠାରେ...

ଏହି କଥାରେ ହଠାତ୍‌ ରାଗିଯାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଠ ସହ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ତାଙ୍କ ସହ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ...

ପ୍ରଥମ ଟେଷ୍ଟ: ପଲ୍‌ଙ୍କ ସ୍ଥାନରେ କୁମିନ୍ସ

ନର୍ଥ ସାଉଣ୍ଡ୍‌ (ଆଣ୍ଟିଗୁଆ), ୨୨।୮- ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାରଠାରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଘରୋଇ...

‘ଭାରତୀୟ କ୍ରିକେଟ ପାଇଁ ଭଲ ନିଷ୍ପତ୍ତି’

ମୁମ୍ବାଇ,୧୨ା୧୨: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ଘୋଷଣା କରିବା ଅବସରରେ ରୋହିତ ଶର୍ମାଙ୍କୁ ଟି୨୦ ସହ ଦିନିକିଆ ଦଳର ଅଧିନାୟକ...

ନିସର୍ଗ କ୍ଷତିଗ୍ରସ୍ତଙ୍କୁ ଘର ତିଆରି କରିବାରେ ସହାୟତା କଲେ ଏହି ଭାରତୀୟ କ୍ରିକେଟର୍‌

ମୁମ୍ବାଇ, ୧୮।୬- ଚଳିତ ମାସ ପ୍ରାରମ୍ଭରେ ଘୂର୍ଣ୍ଣିଝଡ଼ ‘ନିସର୍ଗ’ ଯୋଗୁ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ରାଇଗଡ଼ ଜିଲାର ସମୁଦ୍ର କୂଳିଆ ଅଞ୍ଚଳ...

କ୍ରୀଡ଼ା: ଦକ୍ଷତା ପ୍ରଦର୍ଶନର ଅନ୍ୟତମ ମାର୍ଗ

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା...

Advertisement
Archives

Model This Week