Posted inଖେଳ

ଅଶ୍ୱିନଙ୍କୁ ଛାଡ଼ିବ କିଙ୍ଗ୍ସ ଏକାଦଶ

ନୂଆଦିଲ୍ଲୀ,୪।୯(ପିଟି): ଆଇପିଏଲର ଆଗାମୀ ସଂସ୍କରଣରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଛାଡ଼ିବା ନେଇ ସ୍ପଷ୍ଟ କରିଛି। ସେ ଗତ ଦୁଇ ସିଜନ ଲାଗି ପଞ୍ଜାବ ଦଳର ଅଧିନାୟକ ଥିଲେ। ୨୦୧୮ ଓ ୧୯ରେ ପଞ୍ଜାବ ଦଳ ଯଥାକ୍ରମେ ପଏଣ୍ଟ ଟେବୁଲର ୭ମ ଓ ୬ଷ୍ଠ ସ୍ଥାନରେ ରହିଥିଲା। ଏହା କାରଣ ହୋଇପାରେ ବୋଲି ଆଶା କରାଯାଉଛି। ଅଶ୍ୱିନଙ୍କୁ ଛାଡ଼ିବା ନେଇ ବିସିସିଆଇ ଅନୁମତି ଦେଇସାରିଛି। ଖୁବ୍‌ଶୀଘ୍ର ଏହା ଘୋଷଣା ହୋଇପାରେ। ଅଫ୍‌ ସ୍ପିନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଇଚ୍ଛା ପ୍ରକାଶ କରିଛି। କେଏକ୍ସଆଇପି ବହୁ ଚିନ୍ତା କରିବା ପରେ ଦଳକୁ ଜଣେ ଯୁବ ସ୍ପିନର ଦରକାର ଥିବା ସୂତ୍ରରୁ ଜଣାପଡ଼ିଛି। ୨୦୧୪ ସିଜନରେ ଉପବିଜେତା ହୋଇ ରହିବା ପରେ ଦଳ କୌଣସି ସଂସ୍କରଣରେ ପ୍ଲେ-ଅଫ୍ସରେ ପ୍ରବେଶ କରିପାରି ନାହିଁ। ଗତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ଉପଦେଷ୍ଟା ସୌରଭ ଗାଙ୍ଗୁଲି ୩୨ ବର୍ଷୀୟ ସ୍ପିନରଙ୍କୁ ପାଇଲେ ଖୁସି ହେବେ ବୋଲି କହିଥିଲେ। ଅଶ୍ୱିନ ଦିନିକିଆ ଓ ଟି୨୦ ଦଳରେ ସ୍ଥାନ ହରାଇ ସାରିଛନ୍ତି। ଟେଷ୍ଟ ଏକାଦଶରେ ପୂର୍ବଭଳି ତାଙ୍କ ସ୍ଥାନ ପକ୍କା ନାହିଁ। ପଞ୍ଜାବ ଫ୍ରାଞ୍ଚାଇଜ ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତ କରିବା ପରେ ଅଧିନାୟକ ବିଷୟରେ ଚିନ୍ତା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri