ଅଶୋକ ଦିଓ୍ବାନ ଏବେ ସୁସ୍ଥ, ଆମେରିକାରୁ ଫେରିବେ

ନୂଆଦିଲ୍ଲୀ,୬।୫(ପି.ଟି.): ବିଶ୍ୱକପ୍‌ ବିଜେତା ପୂର୍ବତନ ହକି ଗୋଲକିପର ଅଶୋକ ଦିଓ୍ବାନ ଏବେ ସୁସ୍ଥ ଅଛନ୍ତି। ସେ ଏବେ ଆମେରିକାରୁ ସ୍ବଦେଶ ଫେରିବେ। କରୋନା ଭାଇରସ ମହାମାରୀ କାରଣରୁ ସେ ଆମେରିକାରେ ଫସି ରହିଥିଲେ ଓ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ହେବା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ଗତମାସ ଆମେରିକାରୁ ଭାରତ ଫେରିବା ପାଇଁ ସେ ସାହାଯ୍ୟ ମାଗିଥିଲେ। ଭ୍ରମଣଜନିତ କଟକଣା ଯୋଗୁ ସେ ଆମେରିକାରେ ରହିଯାଇଥିଲେ। ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଓ ଖୁବ୍‌ଶୀଘ୍ର ଭାରତ ଫେରିବେ ବୋଲି ଦିଓ୍ବାନ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)କୁ ସୂଚନା ଦେଇଛନ୍ତି।
୬୫ ବର୍ଷୀୟ ଦିଓ୍ବାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେ ଆମେରିକାରେ ଫସି ରହିଥିବା ବେଳେ ଆଇଓଏ ଅଧ୍ୟକ୍ଷ ନରିନ୍ଦର ବାତ୍ରାଙ୍କୁ ସହାଯ୍ୟ ପାଇଁ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ ଜଣାଇଥିଲେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତାଙ୍କ ସମସ୍ୟା ଓ ଅନୁରୋଧ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ। ଭଗବାନଙ୍କ ଦୟାରୁ ଏବେ ମୋର ସ୍ବାସ୍ଥ୍ୟ ଭଲ ଅଛି। ସ୍ବଦେଶ ଫେରିବା ପାଇଁ ଭାରତୀୟ ଦୂତାବାସ ସହ ପଞ୍ଜୀକରଣ କରାଇଛି। ଦୂତାବାସ ତରଫରୁ ମଧ୍ୟ ସକାରାତ୍କମ ଖବର ପାଇଛି ବୋଲି ଦିଓ୍ବାନ ବାତ୍ରାଙ୍କୁ ଜଣାଇଛନ୍ତି।
୧୯୭୫ ବିଶ୍ୱକପ୍‌ ବିଜେତା ଦିଓ୍ବାନ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଆମେରିକାରେ ଭାରତୀୟ ରାଜଦୂତ ତରନଜିତ ସିଂ ସାନ୍ଧୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମୟୋଚିତ ସାହାଯ୍ୟ ପାଇଁ ଭାରତୀୟ ଗଣମାଧ୍ୟମ ସହ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଥାଉ କି, ଦିଓ୍ବାନ ୧୯୭୬ ଅଲିମ୍ପିକ୍ସ ଦଳରେ ମଧ୍ୟ ସାମିଲ ହୋଇଥିଲେ। ସେ ଗତ ଡିସେମ୍ବରରେ ନିଜ ପୁଅଙ୍କୁ ଦେଖିବା ଓ ତାଙ୍କ ସହ ସମୟ ବିତାଇବା ପାଇଁ ଆମେରିକାର ସାକ୍ରାମେଣ୍ଟୋ ଯାତ୍ର କରିଥିଲେ। ସେ ଏପ୍ରିଲ ୨୦ ତାରିଖରେ ଭାରତ ଫେରିବା କାର୍ଯ୍ୟକ୍ରମ ଥିଲେ ମଧ୍ୟ କରୋନା ଭାଇରସ ପାଇଁ ଯାତ୍ର ଜନିତ କଟକଣା ଯୋଗୁ ଭାରତ ଫେରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri