Posted inଖେଳ

ଅଲ ଇଂଲଣ୍ଡ ଟୁର୍ନାମେଣ୍ଟରୁ ଓହରିଲେ ଭାରତୀୟ ବ୍ୟାଡ୍‌ମଣ୍ଟନ ଖେଳାଳି

ନୂଆଦିଲ୍ଲୀ,୬।୩(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି କରୋନା ଭାଇରସ ଭୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ ଇଭେଣ୍ଟରୁ ଓହରି ଯାଇଛନ୍ତି। ଏଚ୍‌ଏସ୍‌ ପ୍ରଣୟଙ୍କ ସମେତ ବିଶ୍ୱର ୧୦ମ ମାନ୍ୟତା ପ୍ରାପ୍ତ ପୁରୁଷ ଡବଲ୍ସ ଚିରାଗ ଶେଟି ଓ ସାତ୍ୱିକ ସାଇରାଜଙ୍କ ଯୋଡ଼ି ସମ୍ମାନଜନକ ଇଭେଣ୍ଟରେ ଖେଳିବେ ନାହିଁ। ଚଳିତ ସିଜନର ପ୍ରଥମ ସୁପର ୧୦୦୦ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଚଳିତ ମାସ ୧୧ ତାରିଖଠାରୁ ଆରମ୍ଭ ହେବ। କିଛି ଖେଳାଳି ନିଜ ନିଷ୍ପତ୍ତି ସମ୍ପର୍କରେ ବାଇ (ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ)କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଏପର୍ଯ୍ୟନ୍ତ ଡବଲ୍ସ ଖେଳାଳି ଚିରାଗ ଶେଟି ଓ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ, ମନୁ ଅତ୍ରୀ ଓ ବି. ସୁମିଥ ରେଡ୍ଡୀ, ଏଚ୍‌ଏସ୍‌ ପ୍ରଣୟ, ସମୀର ବର୍ମା ଓ ସୌରଭ ବର୍ମା ଇଭେଣ୍ଟରୁ ଓହରି ଯାଇଛନ୍ତି। ଦେଶର ଟପ ସିଙ୍ଗଲ୍ସ ଖେଳାଳି ସାଇନା ନେହ୍ବାଲ, ପିଭି ସିନ୍ଧୁ, କିଡାମ୍ବି ଶ୍ରୀକାନ୍ତ, ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକି ରେଡ୍ଡୀ-ପ୍ରଣବ ଜେରୀ ଚୋପ୍ରା ଅଂଶଗ୍ରହଣ କରିବେ। କରୋନା ଭାଇରସ ଯୋଗୁ ୩,୧୦୦ ଲୋକେ ପ୍ରାଣ ହରାଇ ସାରିଥିବାବେଳେ ପ୍ରାୟ ୯୧ହଜାର ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମରେ ଆକ୍ରାନ୍ତ ସଂଖ୍ୟା ୯୦ରେ ପହଞ୍ଚିଛି। ସମସ୍ତ ଖେଳାଳି ଦୁବାଇ ଦେଇ ଇଂଲଣ୍ଡ ଗସ୍ତ କରିବାକୁ ଡରୁଛନ୍ତି। କାରଣ ଦୁବାଇ ବିଶ୍ୱର ଅନ୍ୟତମ ବ୍ୟସ୍ତ ବହୁଳ ବିମାନ ବନ୍ଦର। ଏଣୁ ସମ୍ଭାବନା ଅଧିକ ରହିଛି। କାନ୍ଧଜନିତ ଆହତ ସମସ୍ୟା ଯୋଗୁ ଚିରାଗ ଓ ସାତ୍ୱିକ ଗତ ୨୦୧୯ ସଂସ୍କରଣରେ ମଧ୍ୟ ଖେଳି ନ ଥିଲେ। ସମୀର, ପ୍ରଣୟ, ମନୁ-ସୁମିଥ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ। ସେହିଭଳି ସୌରଭ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri