Posted inଖେଳ

ଅଲ୍‌ବିଦା ଲି

ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ତଥା ଚାଇନା ମହିଳା ବ୍ୟାଡ୍‌ମିଣ୍ଟନ ତାରକା ଲି ଜୁଇରୁଇ ମାତ୍ର ୨୮ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ସଫଳତାର ଶୀର୍ଷକୁ ଛୁଇଁଥିବା ଲି ଇଞ୍ଜୁରି କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ପ୍ରାୟ ସବୁ ଟପ୍‌ ଟାୟାର ଟୁର୍ନାମେଣ୍ଟରେ ଟାଇଟଲ ଜିତିଥିବା ଲିଙ୍କ ପାଇଁ ଅବସର ନିଷ୍ପତ୍ତି ବେଶ୍‌ କଷ୍ଟକର ଥିଲା…

ଆଉ ଜଣେ ମହିଳା ବ୍ୟାଡମିଣ୍ଟନ ଖେଳାଳି ଅବସର ନେଇଛନ୍ତି। ସେ ହେଉଛନ୍ତି ଚାଇନାର ପୂର୍ବତନ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି ଜୁଇରୁଇ। ମାତ୍ର ୨୮ ବର୍ଷ ବୟସରେ ଏହି ମହାନ୍‌ ଆକ୍ରମଣାତ୍ମକ ଖେଳାଳି ଜଣକ ବ୍ୟାଡ୍‌ମିଣ୍ଟନକୁ ଅଲବିଦା କରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଏହି ମହିଳା ତାରକା ତାଙ୍କ ପେସାଦାର କ୍ୟାରିୟରରେ ସବୁ ପ୍ରକାର ସଫଳତା ଅର୍ଜନ କରିଛନ୍ତି। ନିଜ ସମୟରେ ସେ ଆଧିପତ୍ୟ ବିସ୍ତାର କରି ବେଶ୍‌ ସଫଳତା ହାସଲ କରିଛନ୍ତି। ରିଓ ଅଲିମ୍ପିକ୍ସରେ ଆହତ ହେବା ପରେ ଅବଶ୍ୟ ତାଙ୍କ କ୍ୟାରିୟର ଭିନ୍ନ ମୋଡ଼ ନେଇଥିଲା। ୨୦୧୦ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ମାତ୍ର ୧୯ ବର୍ଷରେ ନିଜର ଉପସ୍ଥିତି ଜାହିର କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ସାଇନା ନେହ୍ବାଲ ଓ ନିଜ ଦେଶର ଲିଓ ଜିନଙ୍କୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶ୍ୱ ଶ୍ରେଷ୍ଠ ଇଭେଣ୍ଟଗୁଡିକରେ ଲିଙ୍କର ଆଧିପତ୍ୟ ଦେଖିବାକୁ ମିଳିଥିଲା। ତାଙ୍କୁ ହରାଇବା ନିହାତି କଷ୍ଟକର ଥିଲା। ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପୂର୍ବରୁ ସେ ୨୦୧୨ ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ମଧ୍ୟ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ୨୦୧୩ ଓ ୨୦୧୪ରେ ବିଶ୍ୱଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ରିଓ ଅଲିମ୍ପିକ୍ସରେ ସେ ଫେଭରାଇଟ ବିବେଚିତ ହେଉଥିଲେ। ତେବେ ଇଞ୍ଜୁରି କାରଣରୁ ସେ ସେମିରେ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ସେ ଗୋଟିଏ ବର୍ଷ ବ୍ୟାଡମିଣ୍ଟନରୁ ଦୂରେଇ ରହିଥିଲେ। ଏହାପରେ ଅବଶ୍ୟ ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ବ୍ୟାଡମିଣ୍ଟନକୁ ଫେରିବା ପରେ ଲିଙ୍ଗ୍‌ସୁଇ ଚାଇନା ମାଷ୍ଟର୍ସ, ୟୁଏସ୍‌ ଓପନ୍‌ ଓ କାନାଡ଼ା ଓପନ ଟାଇଟଲ ହାସଲ କରିଥିଲେ। ତେବେ ସେ ତାଙ୍କ ପୂର୍ବ ଚମକ ହରାଇଥିଲେ। ଟପ୍‌ ଟାୟାର ଇଭେଣ୍ଟରେ ତାଙ୍କର ଚମକ ଦେଖିବାକୁ ମିଳି ନ ଥିଲା। ଗତମାସରେ ସେ କୋରିଆ ଓପନ ଖେଳିଥିଲେ। ତେବେ ପ୍ରଥମ ରାଉଣ୍ଡରେ ହିଁ ତାଙ୍କୁ ରିଟାୟାର୍ଡ ହେବାକୁ ପଡିଥିଲା। ସ୍ବଳ୍ପ ସମୟର ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ୧୪ଟି ସୁପର ସିରିଜ ଟାଇଟଲ ଜିତିଥିଲେ। ୨୦୧୩ରେ ସେ ବିଡବ୍ଲ୍ୟୁଏଫ୍‌ ଫିମେଲ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ।
ମାତ୍ର ୭ ବର୍ଷ ବୟସରୁ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ନିଜ ହୋମଟାଉନ ଚୋନଗିଙ୍ଗ୍‌ରେ ସେ ସ୍ଥାନୀୟ କ୍ଲବ୍‌ରେ ଟ୍ରେନିଂ ଓ ଖେଳ ଆରମ୍ଭ କରିଥିଲେ। ସେ ମୋଟ ଉପରେ ମହିଳା ସିଙ୍ଗଲ୍ସରେ ୨୭ଟି ଟାଇଟଲ ଜିତିଛନ୍ତି। ୨୦୧୨ ଡିସେମ୍ବରରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। କ୍ୟାରିୟରରେ ସେ ୩୩୦ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୭୯ଟି ପରାଜୟ ବରଣ କରିଛନ୍ତି। ତାଙ୍କ ସଫଳତା ଆଗାମୀ ପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ…

ICC ଟି-୨୦ ରାଙ୍କିଂରେ ବଡ଼ ଅଦଳବଦଳ: ନମନ ଧୀରଙ୍କୁ ପଛରେ ପକାଇ ଏହି ସ୍ଥାନକୁ ଉଠିଲେ ବୈଭବ, ତାଲିକା ଦେଖିଲେ…

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଏଠାରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଟିମ…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଜୟ ଅମୃତ କୁଲାଙ୍ଗେ, ୬ ବର୍ଷର ସମ୍ପର୍କକୁ ମନେ ପକାଇ…

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ଗଞ୍ଜାମ ମାଟି ସହ ପୁଣି ଯୋଡ଼ିହେଲା ପୁରୁଣା ସମ୍ପର୍କ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏଏସ୍‌…

ବକ୍ରୀ ହେବେ ବୁଧ : ୩ ରାଶିଙ୍କ ଅଧୁରା ସ୍ବପ୍ନ ହେବ ପୂରଣ, ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୪ ଅକ୍ଟୋବର ୨୦୨୬ରେ ବୁଧ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ବୁଧଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ…

୪ ବର୍ଷ ପରେ କମ୍‌ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ…

ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର…

କେଉଁ ଧନ ପାଖରେ ସ୍ଥାୟୀ ହୋଇ ରହେ, ଆଉ କେଉଁ ଧନ ରହେ ନାହିଁ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ମହାନ ରାଜନେତା, ଅର୍ଥନୀତିଜ୍ଞ ଏବଂ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ, ଜୀବନରେ ସଫଳତା ହାସଲ କରିବା ପାଇଁ ଯୁବାବସ୍ଥା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?