Posted inଖେଳ

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ପାଇଁ ଭାରତୀୟ ବକ୍ସିଂ ଦଳରେ ସ୍ଥାନ ପାଇଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ଓ ଏସିଆନ ଗେମ୍ସ ପଦକ ବିଜେତା ବିକାଶ ୭୫ କେ.ଜି. ମିଡିଲଓ୍ବେଟ ବର୍ଗରେ ଦୀର୍ଘଦିନ ଧରି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ଆସୁଥିଲେ। ତେବେ ସେ ବର୍ତ୍ତମାନ ବ୍ୟାକ୍‌ ଇଞ୍ଜୁରୀରୁ ସୁସ୍ଥ ହୋଇ ୬୯ କେ.ଜି.କୁ ପ୍ରତ୍ୟାବର୍ତ୍ତନ କରି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଛନ୍ତି।
ଦୁଇଥର ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ୨୬ ବର୍ଷୀୟ ବିକାଶ ଟ୍ରାଏଲ ଫାଇନାଲ୍ସରେ ଜାତୀୟ ପଦକ ବିଜେତା ଦୁର୍ଯ୍ୟୋଧନ ସିଂ ନେଗୀଙ୍କୁ ସର୍ବସମ୍ମତି ନିଷ୍ପତ୍ତିରେ ପରାସ୍ତ କରି ଏସିଆ/ ଓସେନିଆ ଜୋନ୍‌ କ୍ୱାଲିଫାୟର୍ସ ଚାଇନାରେ ଆସନ୍ତା ଫେବୃୟାରୀ ୩ରୁ ୧୪ ତାରିଖ ମଧ୍ୟରେ ଆୟୋଜନ ହେବ। ବିକାଶଙ୍କ ସମେତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଗୌରବ ସୋଲାଙ୍କି (୫୭ କେ.ଜି.) ଓ ନମନ ତନଓ୍ବାର (୯୧ କେ.ଜି.) ମଧ୍ୟ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଛନ୍ତି। ସୋଲାଙ୍କି ମହମ୍ମଦ ହୁସାମୁଦ୍ଦିନଙ୍କୁ ଓ ତନଓ୍ବାର ନବୀନ କୁମାରଙ୍କୁ ହରାଇଛନ୍ତି। ବିଭାଜିତ ନିଷ୍ପତ୍ତି ବା ସ୍ପ୍ଲିଲ୍ଟ ଭର୍ଡିକ୍ଟ ବା ବିଭାଜିତ ନିଷ୍ପତ୍ତିରେ ଦୁହେଁ ବାଉଟ୍‌ରେ ବିଜୟୀ ହୋଇଥିଲେ।
ପୂର୍ବରୁ ରବିବାର ୭୫ କେ.ଜି. ବର୍ଗରେ ଆଶିଷ କୁମାର ଓ + ୯୧ କେ.ଜି. ବର୍ଗରେ ଅଭିଜ୍ଞ ସତୀଶ କୁମାର ଓ ୮୧ କେ.ଜି. ବର୍ଗରେ ସଚିନ କୁମାର ଅଲିମ୍ପିକ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଥିଲେ। ଆଶିଷ ଜାତୀୟ ଚାମ୍ପିୟନ ତଥା ସାଉଥ୍‌ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଙ୍କିତ ଖାଟାନାଙ୍କୁ ହରାଇଥିଲେ। ସେହିପରି ରାଜ୍ୟଗୋଷ୍ଠୀ ଓ ଏସିଆନ ଗେମ୍ସ ପଦକ ବିଜେତା ସତୀଶ ପ୍ରତିପକ୍ଷ ନରେନ୍ଦରଙ୍କୁ ହରାଇଛନ୍ତି। ଅନ୍ୟପଟେ ସଚିନ ବ୍ରିଜେଶ ଯାଦବଙ୍କୁ ହରାଇ ଅଲିମ୍ପିକ କ୍ୱାଲିଫାୟର୍ସ ଦଳରେ ସ୍ଥାନ ପାଇଛନ୍ତି।
ଏସିଆ- ଓସେନିଆ ଅଲିମ୍ପିକ କ୍ୱାଳିଫାୟର୍ସ ପାଇଁ ଭାରତୀୟ ଦଳ:
ଅମିତ ପଙ୍ଘାଲ (୫୨ କେ.ଜି.), ଗୌରବ ସୋଲାଙ୍କି (୫୭ କେ.ଜି.), ମନୀଷ କୌଶିକ (୬୩ କେ.ଜି.), ବିକାଶ କ୍ରିଷନ (୬୯ କେ.ଜି.), ଆଶିଷ କୁମାର (୭୫ କେ.ଜି.), ସଚିନ କୁମାର (୮୧ କେ.ଜି.), ନମନ ତନଓ୍ବାର (୯୧ କେ.ଜି.) ଓ ସତୀଶ କୁମାର (+୯୧ କେ.ଜି.)।


Enter your email to get our daily news in your inbox.

All Right Reserved By Dharitri.Com

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri