Posted inଖେଳ

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଲକ୍ଷ୍ୟ

ଭୁବନେଶ୍ୱର, ୧୨।୧୦(ତପନ ସ୍ବାଇଁ)-
ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ରେସ୍‌ରେ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଟେଲିଫୋନ୍‌ ଯୋଗେ ସାକ୍ଷାତ ଅବସରରେ ପ୍ରକାଶ କରିଛନ୍ତି ଏହି ତାରକା ଆଥଲେଟ୍‌।
ପ୍ର:ଜାତୀୟ ରେକର୍ଡ ଭାଙ୍ଗିବା ପାଇଁ କିଛି ଯୋଜନା ଥିଲା କି ?
ଉ: ରାଞ୍ଚତ୍ର ପାଗ ଓ ପରିବେଶ ବହୁତ ଭଲ ରହିଛି। ବେଶୀ ଗରନ ନ ଥିବାରୁ ମୋ ଶରୀରକୁ ସୁହାଇଲା। ଟ୍ରାକ୍‌ ବି ବହୁତ ଫାଷ୍ଟ ଅଛି। ସେମିଫାଇନାଲ ଅପରାହ୍ନ ୫ଟା ୧୦ରେ ଥିଲେ ହେଁ ମୁଁ ୩ଟାରୁ ଟ୍ରାକ୍‌କୁ ଆସି ଓ୍ବାର୍ମଅପ୍‌ କରିଥିଲି। ଭ୍ରମଣ ଯୋଗୁ ଶରୀର ଟାଇଟ୍‌ ଥିବାରୁ ଓ୍ବାର୍ମଅପ୍‌ ଅତ୍ୟନ୍ତ ଜରୁରୀ ଥିଲା। ଜାତୀୟ ସ୍ତରରେ ମୁଁ ପ୍ରାୟତଃ କେବେହେଲେ ନିରାଶ ହୋଇନାହିଁ, ତେଣୁ ପଦକ ଆଶା ରହିଥିଲା। ସେମିଫାଇନାଲରେ ୧୧.୨୦ ସେକେଣ୍ଡ କରିବାର ଟାର୍ଗେଟ ଯୋଗୁ ହିଁ ମୁଁ ୧୧.୨୨ ସେକେଣ୍ଡ ସ୍ପର୍ଶ କରିପାରିଲି ଏବଂ ଜାତୀୟ ରେକର୍ଡ ଭାଙ୍ଗିଲି। ୪୦ ମିନିଟ ପରେ ଫାଇନାଲ ରେସ୍‌ ହୋଇଥିଲା। ତେଣୁ ମୁଁ ଟାଇମିଂରେ ଆହୁରି ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିଲେ ହେଁ ତାହା ସମ୍ଭବ ହୋଇ ନ ଥିଲା। ତେବେ ପ୍ରଦର୍ଶନରେ ମୁଁ ଅତ୍ୟନ୍ତ ଖୁସି ଅଛି। ୧୧.୨୫ ସେକେଣ୍ଡ ଦେଖିବାକୁ ଗଲେ କିଛି ଖରାପ ନୁହେଁ।
ପ୍ର: ରେକର୍ଡ ଭାଙ୍ଗିବାର ଅନୁଭୂତି କିପରି ଥିଲା ?
ଉ: ନିଜ ରେକର୍ଡ ଭାଙ୍ଗିଥିବାରୁ ବହୁତ ଖୁସି ଲାଗିଲା। କାରଣ ଭାରତ ବର୍ଷରେ ଏକମାତ୍ର ଆଥଲେଟ୍‌ ଭାବେ ମୁଁ ନିଜ ରେକର୍ଡକୁ ପାଖାପାଖି ୧୦ ଥର ଭାଙ୍ଗି ସାରିଲିଣି। ଏହା ପାଖାପାଖି ଆଉ କେହି ପ୍ରଦର୍ଶନ ଦେଇପାରି ନାହାନ୍ତି। ୨୦୦୨ ମସିହାରେ ସରସ୍ବତୀ ଶାହଙ୍କ ନାମରେ ଥିବା ୧୭ ବର୍ଷର ମିଟ୍‌ ରେକର୍ଡ(୧୧.୪୩ ସେକେଣ୍ଡ)କୁ ଭାଙ୍ଗିଲି। ଭାରତର ଦ୍ରୁତତମ ଧାବିକା ହୋଇପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ମୁଁ ଆହୁରି କମ୍‌ ସମୟରେ ରେସ୍‌ ଶେଷ କରି ପାରିବି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ସେ ବିଶ୍ୱାସକୁ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରି ଆସୁଛି। ଦିନେନାଦିନେ ୧୧.୦୦ ସେକେଣ୍ଡରେ ମୁଁ ରେସ୍‌ ଶେଷ କରିବାକୁ ଲକ୍ଷ୍ୟ ରଖିଛି।
ପ୍ର: ଟ୍ରେନିଂ କେଉଁଠାରେ ଜାରି ରଖିବେ ?
ଉ: ମୁଁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ଜାରି ରଖିବି। ସେଠାରେ ଅଭ୍ୟାସ ପାଇଁ ମୋତେ ଓଡ଼ିଶା ସରକାର ଓ କିଟ୍‌ ପକ୍ଷରୁ ସବୁପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ମୋ ବ୍ୟକ୍ତିଗତ କୋଚ୍‌, ସହକାରୀ କୋଚ୍‌, ମାଲିସବାଲା ଏବଂ ଟ୍ରେନର ସମସ୍ତେ ଉପଲବ୍ଧ ହେଉଛନ୍ତି। ଟ୍ରେନିଂ ପାଇଁ ମୋତେ ଏହି ଟ୍ରାକ୍‌ ବେଶ୍‌ ସୁହାଉଛି। ତେଣୁ ଏବେ ଓଡ଼ିଶା ବାହାରେ ଟ୍ରେନିଂ କରିବି ନାହିଁ। ତେବେ ଯଦି ବିଦେଶରେ ଟ୍ରେନିଂ ପାଇଁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚିତ ତାହାକୁ ଗ୍ରହଣ କରିବି।
ପ୍ର: ରେକର୍ଡ ଭାଙ୍ଗିବାର ଶ୍ରେୟ କାହାକୁ ଦେବାକୁ ଚାହିଁବ ?
ଉ: ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେବାକୁ ଚାହିଁବି। କାରଣ ସେ ମୋତେ ଆର୍ଥିକ ସହାୟତା ଦେଇଥିବାରୁ ମୁଁ ବ୍ୟକ୍ତିଗତ ଟ୍ରେନିଂ ନେଇପାରୁଛି। ଏହା ବ୍ୟତୀତ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଶ୍ରେୟ ଦେବି। ସେ ମୋତେ ବହୁତ ସୁବିଧା ସୁଯୋଗ ଯୋଗାଇଛନ୍ତି। ଏହା ବ୍ୟତୀତ ବ୍ୟକ୍ତିଗତ କୋଚ୍‌ ନାଗାପୁରୀ ରମେଶ, ନିଯୁକ୍ତି ସଂସ୍ଥା ଓଏମ୍‌ସି, କୋଚ୍‌ ଶିବ ପ୍ରସାଦ ମିଶ୍ର, ଫିଜିଓ ଅଜୟ ମହାନ୍ତି, ସହକାରୀ ଟ୍ରାକ୍‌ ଅମ୍ପାୟର ପ୍ରଶାନ୍ତ କୁମାର ଦେବତାଙ୍କୁ ଶ୍ରେୟ ଦେବାକୁ ନିଶ୍ଚିତ ଚାହିଁବି।
ପ୍ର: ଆଗାମୀ ଲକ୍ଷ୍ୟ କ’ଣ ?
ଉ: ଏବେ ନିକଟରେ କିଛି ପ୍ରତିଯୋଗିତା ନାହିଁ। ଆଗକୁ ଅଲିମ୍ପିକ୍ସ ଆସୁଛି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ଏହା ମଧ୍ୟରେ ବିଦେଶରେ ଯଦି କିଛି ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳେ ତେବେ ମୁଁ ତାହା ବିଚାର କରିବି। ୧୧.୧୫ ସେକେଣ୍ଡ ସମୟରେ ରେସ୍‌ ଶେଷ କରିପାରିଲେ ମୋତେ ଅଲିମ୍ପିକ୍ସରେ ଭାଗ ନେବାର ସୁଯୋଗ ସୃଷ୍ଟି ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri