Posted inଖେଳ

ଅଲିମ୍ପିକ୍ସ ଓ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା : ପଦକ ବିଜେତା ଦମ୍ପତି

ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ଇଭେଣ୍ଟରେ କେତେଜଣ କ୍ରୀଡ଼ାବିତ୍‌ ଦମ୍ପତି ପଦକ ହାସଲ କରି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏମିଲ ଜାଟୋପେକ ଏବଂ ଡାନା ଜାଟୋପେକଙ୍କଠାରୁ ୧୯୫୨ ଅଲିମ୍ପିକ୍ସରୁ ଆରମ୍ଭ ହୋଇଥିବା ଏହି ଧାରାକୁ ୨୦୧୯ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ମାଇକେଲ ଉଇବୋ ଏବଂ ସଓନ ମିଲର ଉଇବୋ ଆଗେଇ ନେଇଛନ୍ତି।

ଚଳଚ୍ଚିତ୍ର ବା ମନୋରଞ୍ଜନ ଜଗତରେ ତାରକାମାନଙ୍କ ମଧ୍ୟରେ ପ୍ରେମ ଏବଂ ବିବାହ ପ୍ରାୟତଃ ଏକ ସାଧାରଣ ଘଟଣା ଭାବେ ବିବେଚିତ ହୋଇଥାଏ। ଅଧୁନା କ୍ରୀଡ଼ା ମଧ୍ୟ ମନୋରଞ୍ଜନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଲୋକପ୍ରିୟତା, ପ୍ରଶଂସକଙ୍କ ସମର୍ଥନ, ବ୍ରାଣ୍ଡ ଭାଲ୍ୟୁ ଏବଂ ଅର୍ଥ ରୋଜଗାର କ୍ଷେତ୍ରରେ ଅନେକ କ୍ରୀଡ଼ାବିତ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଜଗତର ସୁପରଷ୍ଟାରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ପର୍ତ୍ତୁଗୀଜ୍‌ ଫୁଟବଲ ସୁପରଷ୍ଟାର ଖ୍ରିଷ୍ଟିଆନୋ ରୋନାଲ୍‌ଡୋ। ଯାହାଙ୍କୁ ପ୍ରାୟ ୮ କୋଟି ପ୍ରଶଂସକ ଟୁଇଟରରେ ଅନୁସରଣ କରିଥାନ୍ତି ଏବଂ ସେ ବିଶ୍ୱର ସର୍ବାଧିକ ଅନୁସରଣ (ଟୁଇଟର୍‌) ତାଲିକାରେ ୬ଷ୍ଠ ସ୍ଥାନରେ ରହିଛନ୍ତି। ମନୋରଞ୍ଜନ କ୍ଷେତ୍ରରେ ଯଶ ଓ ଖ୍ୟାତି ଅର୍ଜନ କରିଥିବା ପ୍ରସିଦ୍ଧ ତାରକାମାନଙ୍କ ମଧ୍ୟରେ ପ୍ରେମ ବା ବିବାହ ସର୍ବଦା ଏକ ନିଆରା ପରମ୍ପରା ସୃଷ୍ଟି କରିଥାଏ। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପ୍ରସିଦ୍ଧ କ୍ରୀଡ଼ାବିତ୍‌ମାନେ ସହ କ୍ରୀଡ଼ାବିତ୍‌ଙ୍କ ସହିତ ବିବାହ ବନ୍ଧନରେ ବନ୍ଧା ହେବାର ବିରଳ ନଜିର ରହିଛି।
ଦୌଡ଼କୁଦ (ଆଥ୍‌ଲେଟିକ୍ସ) ଶୃଙ୍ଖଳାରେ ବିଶ୍ୱସ୍ତରରେ ଯେଉଁ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଦମ୍ପତିମାନେ ପଦକ ହାସଲ କରି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି ତାହାର ସଦ୍ୟତମ ଉଦାହରଣ ହେଉଛନ୍ତି ଇସ୍ତୋନିଆନ୍‌ ଆଥଲେଟ ମାଇକେଲ ଉଇବୋ ଏବଂ ତାଙ୍କ ପନତ୍ୀ ବାହାମାସର ସଓନ୍‌ ମିଲର ଉଇବୋ। ନିକଟରେ ସମାପ୍ତ ହୋଇଥିବା ବିଶ୍ୱ ଆଥ୍‌ଲେଟିକ୍ସ ପ୍ରତିଯୋଗିତା (ଦୋହା)ର ଡେକାଥଲନ୍‌ ଇଭେଣ୍ଟରେ ମାଇକେଲ ରୌପ୍ୟ ପଦକ ଜିତିଥିବାବେଳେ ସଓନ ୪୦୦ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ପ୍ରକାଶଯୋଗ୍ୟ ଯେ, ସଓନ୍‌ ୨୦୧୬ ରିଓ ଅଲିମ୍ପିକ୍ସର ୪୦୦ମିଟର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଅଲିମ୍ପିିକ୍ସ ବା ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାର ସର୍ବୋଚ୍ଚ ସ୍ତରରେ ଏପରି ସ୍ବତନ୍ତ୍ର ଏବଂ ବିରଳ କୃତିତ୍ୱ ହାସଲ କରିବାରେ ପ୍ରଥମ କ୍ରୀଡ଼ାବିତ୍‌ ଦମ୍ପତି ହେଉଛନ୍ତି ଚେକୋସ୍ଲୋଭାକିଆର ଏମିଲ୍‌ ଜାଟୋପେକ୍‌ ଏବଂ ଡାନା ଜାଟୋପେକ୍‌। ସର୍ବକାଳୀନ ଶ୍ରେଷ୍ଠ ଲମ୍ବଦୌଡ଼ କ୍ରୀଡ଼ାବିତ୍‌ର ମାନ୍ୟତା ପାଇଥିବା ଏମିଲ୍‌ ଜାଟୋପେକ୍‌ ୧୯୫୨ ହେଲେସିଙ୍କି ଅଲିମ୍ପିକ୍ସରେ ୫୦୦୦ ମି, ୧୦୦୦୦ ମି ଏବଂ ମାରାଥନରେ (ଅଲିମ୍ପିକ୍ସ ଇତିହାସରେ ଏକମାତ୍ର ଆଥ୍‌ଲେଟିକ୍‌) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ତାଙ୍କ ସ୍ତ୍ରୀ ଡାନା ଜାଟୋପେକ୍‌ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ବିଜୟୀ ହୋଇ ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଗୋଟିଏ ଅଲିମ୍ପିକ୍ସ କ୍ରୀଡ଼ାରେ କୌଣସି ଦମ୍ପତି ତାଙ୍କ ନିଜ ନିଜ ଶୃଙ୍ଖଳାରେ ସ୍ବର୍ଣ୍ଣ ପଦକ ଜିତିବା ଏହାଥିଲା ପ୍ରଥମ ଘଟଣା। ୧୨୩ ବର୍ଷର ଅଲିମ୍ପିକ୍ସ କ୍ରୀଡ଼ା ଇତିହାସରେ ଆଉ ମାତ୍ର ଥରେ ଏପରି ବିରଳ ପ୍ରଦର୍ଶନର ପୁନରାବୃତ୍ତି ହୋଇଥିଲା। ୧୯୫୬ ମେଲ୍‌ବୋର୍ନ ଅଲିମ୍ପିକ୍ସରେ ଯୁକ୍ତରାଷ୍ଟ୍ର ଆମେରିକାର ହାରଲଡ୍‌ କନୋଲି ହାମର ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କର ପ୍ରେମିକା/ସ୍ତ୍ରୀ (ପର ବର୍ଷ ୧୯୫୭ରେ ତାଙ୍କର ବିବାହ ହୋଇଥିଲା) ଚେକୋସ୍ଲୋଭାକିଆର ଓଲଗା ଫୁକୋଟୋଭା ଡିସକସ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଏହା ବ୍ୟତୀତ ଆଉ ଏକ ବିଖ୍ୟାତ କ୍ରୀଡ଼ାବିତ ଦମ୍ପତି ହେଉଛନ୍ତି ଆମେରିକାର ଡେକାଥଲନ୍‌ ଡବଲ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା (୨୦୧୨ ଲଣ୍ଡନ, ୨୦୧୬ ରିଓ-ବିଶ୍ୱ ରେକର୍ଡ) ଏବଂ ବିଶ୍ୱ ଚାମ୍ପିୟନ (୨୦୧୫) ଆଥ୍‌ଲେଟ୍‌ ଆଷ୍ଟନ ଇଟ୍‌ନ୍‌ ଏବଂ ତାଙ୍କ ସ୍ତ୍ରୀ କାନାଡ଼ାର ହେପ୍‌ଟାଥଲେଟ୍‌ ବ୍ରେନି ଥିସେନ୍‌ ଇଟନ୍‌ (Brianee Theisen Eton) (ଯିଏକି ୨୦୧୩ ଏବଂ ୨୦୧୫ ବିଶ୍ୱ ଚାମ୍ପିୟନଶିପ୍‌ର ହେପଟାଥଲନରେ ରୌପ୍ୟ ପଦକ ଜିତିବା ସହିତ, ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ, ୨୦୧୬ ବିଶ୍ୱ ଇନ୍‌ଡୋର ଚାମ୍ପିୟନଶିପ୍‌ରେ ପେଣ୍ଟାଥଲନରେ ସ୍ବର୍ଣ୍ଣ ଏବଂ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହେପଟାଥଲନରେ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ)।
ଅନ୍ୟାନ୍ୟ କ୍ରୀଡ଼ା ଇଭେଣ୍ଟଗୁଡ଼ିକରେ ଏକାଧିକ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଦମ୍ପତି ରହିଥିବା ବେଳେ ବିଶ୍ୱସ୍ତରୀୟ ଦୌଡ଼କୁଦ (ଆଥ୍‌ଲେଟିକ୍ସ)ର ସର୍ବୋଚ୍ଚ ସ୍ତରରେ ଉପରୋକ୍ତ କିଛି ହାତଗଣତି କ୍ରୀଡ଼ାବିତ ଦମ୍ପତି ଏଭଳି ବିରଳ କୃତିତ୍ୱର ଅଧିକାରୀ ତାଲିକାରେ ସ୍ବତନ୍ତ୍ର ସ୍ଥାନ ପାଇ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରି ପାରିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାରେ କେତେକ ନୂଆ କ୍ରୀଡ଼ାବିତ ପଦକ ବିଜେତା ଦମ୍ପତି ଭାବେ ଉଭା ହୋଇ ଏହି ନିଆରା ପ୍ରଥାକୁ ଉଜ୍ଜୀବିତ କରିବେ ବୋଲି ଆଶା।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri