Posted inଖେଳ

ଅଲିମ୍ପିକରେ ପଦକ ଜିତିବା ଲକ୍ଷ୍ୟ: ପାର୍ଥନା

ଭୁବନେଶ୍ୱର, ୨୭।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ବୁଧବାର ପଞ୍ଜାବର ତୀରନ୍ଦାଜ ପାର୍ଥନା ସୋଲାଙ୍କି ରୌପ୍ୟ ପଦକ ଜିତିଛନ୍ତି। ମହିଳା ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ପାର୍ଥନା ଫାଇନାଲରେ ଅଳ୍ପକେ ପରାଜୟବରଣ କରିଥିଲେ। ଫାଇନାଲରେ ପାର୍ଥନାଙ୍କ ମୁକାବିଲା ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ଚର୍ଚ୍ଚିତ ତୀରନ୍ଦାଜ ପ୍ରିୟଙ୍କା ଥାକରନଙ୍କ ସହ ହୋଇଥିଲା। ଏଥିରେ ପ୍ରିୟଙ୍କା ୧୨୯-୧୨୮ ସ୍କୋରରେ ଜିତି ସ୍ବର୍ଣ୍ଣ ପଦକ ବାଜିମାତ୍‌ କରିନେଇଥିଲେ। ପୂର୍ବରୁ ପ୍ରିୟଙ୍କା ପୂର୍ବତନ ବିଶ୍ୱ ତୀରନ୍ଦାଜୀ ୟୁଥ୍‌ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକା ବାରିଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ। ପରାଜୟ ସତ୍ତ୍ୱେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାକୁ ଦେଖିଥିବା ସ୍ବପ୍ନରୁ ଓହରି ନାହାନ୍ତି ପାର୍ଥନା।
ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିବା ପାର୍ଥନା ଏକ କୃଷକ ପରିବାରରୁ ଆସିଛନ୍ତି। ପ୍ରଥମେ ଇଣ୍ଡିଆନ ଆର୍ମିରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ପାର୍ଥନା ପରେ ତୀରନ୍ଦାଜୀ କ୍ରୀଡ଼ାରେ ପ୍ରବେଶ କରନ୍ତି। ଗତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ ସ୍ବର୍ଣ୍ଣ ପଦକ ସଫଳତା ପାଇଥିଲେ। ବୁଧବାର ସେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ରୌପ୍ୟ ଜିତି ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ‘ଇଣ୍ଡିଆନ ଆର୍ମିରେ ଯୋଗ ଦେଇ ଦେଶ ପାଇଁ ସେବା ପାଇଁ ଲକ୍ଷ୍ୟ ରଖିଥିଲି। ଏବେ କିନ୍ତୁ ଅଲିମ୍ପିକରେ ଅଂଶଗ୍ରହଣ କରିବା ସହ ପଦକ ଜିତି ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛି’ ବୋଲି ୨୧ ବର୍ଷୀୟା ଏହି ଉଦୀୟମାନ ତୀରନ୍ଦାଜ କହିଛନ୍ତି। ତୀରନ୍ଦାଜୀରେ ଆଗକୁ ବଢ଼ିବା ପାଇଁ ପରିବାର ପକ୍ଷରୁ ସମର୍ଥନ ମିଳୁଥିବା କଥା ମଧ୍ୟ ସେ କହିଛନ୍ତି। ‘ମୋ ବାପା ଜଣେ କୃଷକ ଓ ମା ଜଣେ ଗୃହିଣୀ। ସେମାନେ ମୋତେ ସମସ୍ତ ପ୍ରକାର ଆବଶ୍ୟକୀୟ ଜିନିଷ ଯୋଗାଇ ଦେଇଥାନ୍ତି। କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରୁଥିଲେ ମଧ୍ୟ ଏହି ଖେଳରେ ଆଗକୁ ବଢ଼ିବା ଲାଗି ସମସ୍ତ ପ୍ରକାର ସହଯୋଗ ମୋ ପରିବାରରୁ ମିଳୁଛି। ଚଳିତ ବର୍ଷ ହେବାକୁ ଥିବା ସିନିୟର ପ୍ରତିଯୋଗିତାରେ ପଦକ ଜିତି ଅଲିମ୍ପିକରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି’ ବୋଲି ପଦକ ଜିତିବା ପରେ ପାର୍ଥନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri