ଅର୍ଥ ଯୋଗାଡରେ ବାହାରିଛନ୍ତି ସରକାର;ଲିଜ୍‌ ଦିଆଯିବ ଖାଲି ପଡିଥିବା ସରକାରୀ ଜମି, ଘର

ନୂଆଦିଲ୍ଲୀ,୧୦-୭: ନିବେଶ ବୃଦ୍ଧି ମାଧ୍ୟମରେ ଅର୍ଥନୀତିର ପ୍ରଗତିକୁ ଦ୍ରୁତତର କରିବା ଲାଗି କେନ୍ଦ୍ରରେ ମୋଦି ସରକାର ୨.୦ ଏବେ କାର୍ଯ୍ୟରେ ଲାଗିପଡିଛନ୍ତି। ନିବେଶ ଲାଗି ଅର୍ଥ ଆବଶ୍ୟକ ଥିବାରୁ ସରକାର ବିଭିନ୍ନ ଉପାୟରେ ଏହା ଯୋଗାଡ କରିବାକୁ ଉଦ୍ୟମ କରୁଛନ୍ତି। ଏହିକ୍ରମରେ ସରକାରୀ ସମ୍ପତ୍ତିକୁ ଲିଜ୍‌ରେ ଦେବାକୁ ସରକାର ବିଚାର କରୁଛନ୍ତି। ଏଥିପାଇଁ ବ୍ୟାପକ ସ୍ତରରେ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସରକାରୀ ଆବାସ, ଜମି, ଭବନ ଆଦି ଦୀର୍ଘଦିନ ହେବ ଅବ୍ୟବହୃତ ଅବସ୍ଥାରେ ପଡିରହିଛି ସେଗୁଡ଼ିକୁ ଲିଜ୍‌ରେ ଦେଇ ସରକାର ଅର୍ଥ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
କେନ୍ଦ୍ର କ୍ୟାବିନେଟ ସଚିବାଳୟ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ପ୍ରତିଷ୍ଠାନ, ପିଏସ୍‌ୟୁ, ସ୍ବାୟତ୍ତଶାସନ ସଂସ୍ଥାକୁ ପତ୍ର ଲେଖାଯାଇ ସେମାନଙ୍କ ନିକଟରେ ଖାଲି ପଡିଥିବା ଅଥବା ଅବ୍ୟବହୃତ ଅବସ୍ଥାରେ ଥିବା ଆବାସ, ଭବନ, ଜମିର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିକଟରେ କେତେ ପରିମାଣର ଅବ୍ୟବହୃତ ସମ୍ପତ୍ତି ପଡିରହିଛି ତାହା ଜାଣିବା ସରକାରଙ୍କ ଉଦ୍ଦେଶ୍ୟ।
କେନ୍ଦ୍ର ପକ୍ଷରୁ ପଠାଯାଇଛି ୨ଟି ପ୍ରୋଫର୍ମା
କ୍ୟାବିନେଟ ସଚିବାଳୟ ପକ୍ଷରୁ ଜୁନ ୧୨ରେ ପତ୍ର ଲେଖାଯାଇଛି। ସମ୍ପତ୍ତିଗୁଡ଼ିକର ସ୍ବତନ୍ତ୍ର ତଥ୍ୟ ପ୍ରଦାନ କରିବା ଲାଗି ସଚିବାଳୟ ପକ୍ଷରୁ ମନ୍ତ୍ରଣାଳୟ, ବିଭାଗଗୁଡ଼ିକୁ ଦୁଇଟି ଭିନ୍ନ ପ୍ରୋଫର୍ମା ପଠାଯାଇଛି। ଏଥିରେ ବିଭାଗଗୁଡ଼ିକ ସେମାନଙ୍କ ନିକଟରେ ଥିବା ଘରର ଲୋକେଶନ, ଘର ଆବାସୀୟ ଅଥବା କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିବା, ମିକ୍ସଡ ଲ୍ୟାଣ୍ଡ ୟୁଜ୍‌, ସ୍ବାୟର ମିଟରରେ ବିଲ୍ଟଅପ୍‌ ଏରିଆ, ଫ୍ଲୋର୍‌ ଏରିଆ, ଆବାସ ସମ୍ପୂର୍ଣ୍ଣ ବ୍ୟବହାର କରାଯାଉଛି କି ନା, ବଳକା ଅଂଶବିଶେଷ ଓ ଜମି ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି।
ତିନୋଟି ମଡେଲ ଉପରେ ବିଚାର
ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, ସରକାରୀ ସମ୍ପତ୍ତିକୁ ଠିକ୍‌ ଭାବେ ବ୍ୟବହାର କରାଯିବା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଖାଲି ପଡିଥିବା ଜମି, ଆବାସରୁ ରାଜସ୍ବ ଆଦାୟ କରିବା କେନ୍ଦ୍ରର ଉଦ୍ଦେଶ୍ୟ। ଅବ୍ୟବହୃତ ଜମି, ଆବାସ, କୋଠାର ବ୍ୟବହାର ଦ୍ୱାରା କିଭଳି ରାଜସ୍ବ ଆଦାୟ ହେବ ସେ ନେଇ ସରକାର ୩ଟି ମଡେଲ ଉପରେ ବିଚାର କରୁଛନ୍ତି।
ଆଫୋର୍ଡେବଲ ହାଉସିଂ କମ୍ପ୍ଲେକ୍ସ ନିର୍ମାଣ
ପ୍ରଥମ ମଡେଲରେ ଖାଲି ପଡିଥିବା ସରକାରୀ ଜମିକୁ ସରକାର ଘରୋଇ ଡେଭଲପରଙ୍କୁ ଲିଜ୍‌ରେ ଦେଇ ଆଫୋର୍ଡେବଲ ହାଉସିଂ କମ୍ପ୍ଲେକ୍ସ ନିର୍ମାଣ ଲାଗି ଯୋଜନା କରୁଛନ୍ତି। ଦ୍ୱିତୀୟ ମଡେଲ ଅନୁଯାୟୀ ଅବଶିଷ୍ଟ ଜମିକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହାକୁ ଡେଭଲପ୍‌ କରି ଲୋକେଶନ ଭିତ୍ତିରେ ସପିଂ ମଲ୍‌ ଆଦି ନିର୍ମାଣ କରାଯିବ। ଏଗୁଡ଼ିକ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ରୂପରେ ଡେଭଲପ୍‌ କରିବା ତୃତୀୟ ମଡେଲର ଅଂଶବିଶେଷ ବୋଲି କୁହାଯାଉଛି।
ବଜେଟରେ ହୋଇଛି ଉଲ୍ଲେଖ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ବଜେଟ ଭାଷଣରେ ସରକାରୀ ଜମି ଆଦିର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରିଥିଲେ। ସାରା ଦେଶରେ ଥିବା କେନ୍ଦ୍ର ମନ୍ତ୍ରଣାଳୟ, ବିଭାଗ ଓ ସରକାରୀ କମ୍ପାନୀ ଜମିରେ ବଡ଼ ବଡ଼ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ନିର୍ମାଣ ହେବ ବୋଲି ସେ କହିଥିଲେ। ଜଏଣ୍ଟ ଡେଭଲପ୍‌ମେଣ୍ଟ ଏବଂ କନ୍‌ସେଶନ ଭଳି ଇନୋଭେଟିଭ ଇନ୍‌ଷ୍ଟ୍ରୁମେଣ୍ଟସ ଜରିଆରେ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଓ ଆଫୋର୍ଡେବଲ ହାଉସିଂ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri