Posted inରାଜ୍ୟ

ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶକୁ ନେଇ ବିଧାନସଭାରେ ଉଦ୍‌ବେଗ: ସରକାରଙ୍କ କୈଫିୟତ ତଲବ କଲେ ବିରୋଧୀ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୧୮ ସୋସିଆଲ ମିଡିଆରେ ବୁଲୁଛି, ଖବରକାଗଜରେ ପ୍ରକାଶ ପାଇଛି। ହେଲେ ବିଧାୟକମାନଙ୍କୁ ଏପର୍ଯ୍ୟନ୍ତ ଦିଆଗଲା ନାହିଁ। ସରକାରୀ ବିଭାଗର ଓ୍ବେବ୍‌ସାଇଟ୍‌, ଗଣମାଧ୍ୟମ ଏବଂ ସୋସିଆଲମିଡିଆକୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗଲା କେମେିତି? ବଜେଟ ଆଗତ ହେବାର ୨୪ ଘଣ୍ଟା ପୂର୍ବରୁ ଗୃହରେ ସରକାର ଏହି ରିପୋର୍ଟକୁ ଉଲ୍ଲେଖ କରିବା ସହିତ ବିଧାୟକମାନଙ୍କୁ ଦେବା କଥା। ମାତ୍ର ଏ ପର୍ଯ୍ୟନ୍ତ ମିଳିଲା ନାହିଁ। ବିଧାୟକଙ୍କୁ ଦିଆଯାଉ ନାହିଁ, କିନ୍ତୁ ବଜାରରେ ରିପୋର୍ଟ ବୁଲୁଛି। ଏହାର ଜବାବ ବିଭାଗୀୟ ମନ୍ତ୍ରୀ ଗୃହରେ ଦିଅନ୍ତୁ। ବିରୋଧୀ ଦଳର ସଦସ୍ୟମାନେ ଏହାକୁ ନେଇ ବିଧାନସଭାର ଶୁକ୍ରବାର ଶୂନ୍ୟ କାଳରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଭାଜପା ସଭ୍ୟ ମୋହନ ମାଝି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଏ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାଙ୍କ ପାଖକୁ ଆସିଲା ନାହିଁ। ୨୪ ଘଣ୍ଟା ପୂର୍ବରୁ ଏହାକୁ ଗୃହରେ ଉପସ୍ଥାପନ କରିବା କଥା। ଗୃହର ପରମ୍ପରା ଭଙ୍ଗ ହୋଇଛି। ରାଜ୍ୟ ସରକାର ଏହାର ଜବାବ ଦିଅନ୍ତୁ ବୋଲି ସେ କହିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ଓ ବିଧାୟକଙ୍କୁ ନ ମିଳିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏ ନେଇ ବାଚସ୍ପତି ରୁଲିଂ ଦିଅନ୍ତୁ। ବିଭାଗୀୟ ମନ୍ତ୍ରୀ ଗୃହରେ ଏହାର ଜବାବ ରଖନ୍ତୁ ବୋଲି ସେ ଦାବି କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂହ , ମୁକେଶ ମହାଲି, ଖୁଣ୍ଟିଆ, କୁସୁମ ଟେଟେ, ସୁଭାଷ ପାଣିଗ୍ରାହୀ, ବିଜେଡି ସଭ୍ୟ କିଶୋର ଚନ୍ଦ୍ର ନାୟକ, ମଦନ ମୋହନ ଦତ୍ତ, ପ୍ରଫୁଲ୍ଳ ସାମଲ, ଶୌଭିକ ବିଶ୍ୱାଳ, ରମେଶ ଚନ୍ଦ୍ର ପରିଜା, ସୁଧାଂଶୁ ଶେଖର ପରିଡ଼ା, ମୁକେଶ କୁମାର ପାଲ୍‌ ପ୍ରମୁଖ ନିଜ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନା କରିବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri