ଅର୍ଥନୈତିକ ଆହ୍ବାନ

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା
ଅର୍ଥନୀତିରେ ଏବେ ଉପୁଜିଥିବା ନୈରାଶ୍ୟଜନକ ସ୍ଥିତି ଆଡ଼କୁ ବାଟ କଢାଇ ନେଇଥିବା ଅର୍ଥନୀତିଜ୍ଞମାନଙ୍କ କଥା ଯଦି ସରକାର ଶୁଣିବା ଜାରି ରଖନ୍ତି ତେବେ ଚଳିତ ନୂତନ ବର୍ଷ ଅଧିକ ସମସ୍ୟା ଦେଖାଦେବ। ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ଙ୍କ ପୂର୍ବାନୁମାନ ଏହାର ଉଦାହରଣ। ତାଙ୍କ ମତରେ ରିୟଲ୍‌ ଇଷ୍ଟେଟ୍‌ ସେକ୍ଟରରେ ଉପୁଜିଥିବା ମାନ୍ଦାବସ୍ଥା ଯୋଗୁ ଅର୍ଥନୀତିର ଅଧୋଗତି ହୋଇଛି। ଏହା ଯୋଗୁ ଇନ୍‌ଫ୍ରାଷ୍ଟକ୍‌ଚର ଲିଜିଙ୍ଗ (ଆଇଏଲ୍‌) ଏବଂ ଫାଇନାନ୍ସିଆଲ ସର୍ଭିସ (ଏଫ୍‌ଏସ୍‌) ଭୁଶୁଡି ପଡିଛି। ଏହା ମଧ୍ୟ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌କୁ ଏକ ପ୍ରକାର ନଷ୍ଟ କରିଦେଇଛି। କିନ୍ତୁ କାହିଁକି ରିୟଲ ଇଷ୍ଟେଟ୍‌ ସେକ୍ଟରରେ ମାନ୍ଦାବସ୍ଥା ଆସିଲା ସେ ସମ୍ପର୍କରେ ସୁବ୍ରମଣ୍ୟନ୍‌ କିଛି କହିନାହାନ୍ତି।
ଅର୍ଥନୀତିରେ ଉପୁଜିଥିବା ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ ଓ ଜିଏସ୍‌ଟି ହିଁ ଦାୟୀ। ସରକାରଙ୍କ ଏହି ପଦକ୍ଷେପ ବହୁ ସଂଖ୍ୟାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ୍‌)ଗୁଡିକୁ ବନ୍ଦ କରିଦେଇଛି। ଯେଉଁଗୁଡିକ କେବଳ ନଗଦ ଅର୍ଥରେ କାରବାର କରୁଥିଲେ ସେଗୁଡିକୁ ବିମୁଦ୍ରୀକରଣ ପୂରା ଶେଷ କରିଦେଇଛି। ଜିଏସ୍‌ଟି ଯୋଗୁ ବଡ଼ ବଡ଼ କମ୍ପାନୀ ଦେଶସାରା ସେମାନଙ୍କ ଉପତ୍ାଦ ବିକ୍ରି କରିବା ସମ୍ଭବ ହୋଇଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ତିଷ୍ଠି ରହିବା କଷ୍ଟକର ହୋଇପଡିଛି। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି କରି ଆସୁ୍‌ଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ କର୍ମଚାରୀ ସଂଖ୍ୟା କମାଇଦେଲେ। ତେଣୁ ମାର୍କେଟରେ ଚାହିଦା କମିଗଲା। କାରଣ ନିଯୁକ୍ତି ବା ରୋଜଗାର ନ ଥେିଲେ ଲୋକେ ଜିନିଷ କିଣିବେ କେମିତି? ସେହି କାରଣରୁ ରିୟଲ ଇଷ୍ଟେଟରେ ମାନ୍ଦାବସ୍ଥା ଦେଖାଗଲା କାରଣ ସାଧାରଣ ଲୋକଙ୍କ ପାଖରେ ଘର କିଣିବା ଲାଗି ଟଙ୍କା ନାହିଁ। ଏହା ହିଁ ଆଇଏଲ୍‌ ଓ ଏଫ୍‌ଏସ୍‌ ଭୁଶୁଡିପଡିବାର କାରଣ। ଏହାଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରୁ ଋଣ କରିଥିବା କମ୍ପାନୀଗୁଡିକର କ୍ଷତି ହୋଇଛି, କାରଣ ଚାହିଦା ଅଭାବରୁ ସେମାନଙ୍କ ଉପତ୍ାଦଗୁଡ଼ିକ ବିକ୍ରି କମିଗଲା। ଏହା ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଅନାଦେୟ ଋଣ ପରିମାଣ ବୃଦ୍ଧି ପାଇଛି। ଆମ ଅଭିବୃଦ୍ଧି ହାର କମୁଥିବାବେଳେ ଶେୟାର ମାର୍କେଟ ବଢ଼ିବା ହେଉଛି ସୁବ୍ରମଣ୍ୟନ୍‌ଙ୍କ ପୂର୍ବାନୁମାନର ପ୍ରମାଣ। ବଡ଼ ବଡ଼ କମ୍ପାନୀର ଯୋଗଦାନ ବୃଦ୍ଧି ପାଉଥିବାବେଳେ ସାମଗ୍ରିକ ଅର୍ଥନୀତିିର କଳେବର ହ୍ରାସ ପାଉଛି। ଧରାଯାଉ, ସମୁଦାୟ ଅର୍ଥନୀତିର ଆକାର ଥିଲା ୧୦୦ ଟଙ୍କା ଏବଂ ବଡ଼ କମ୍ପାନୀ ଓ ଏସ୍‌ଏମ୍‌ଇ ପ୍ରତ୍ୟେକର ଯୋଗଦାନ ଥିଲା ୫୦ ଟଙ୍କା। ଏବେ ସାମଗ୍ରିକ ଅର୍ଥନୀତି ହ୍ରାସ ପାଇଛି ୮୦ ଟଙ୍କାକୁ ଓ ସେହି ଅନୁପାତରେ ଏସ୍‌ଏମ୍‌ଇଗୁଡ଼ିକର ଯୋଗଦାନ ୫୦ ଟଙ୍କାରୁ ୨୦ ଟଙ୍କାକୁ ହ୍ରାସ ପାଇଥିବାବେଳେ ବଡ଼ ବଡ଼ କମ୍ପାନୀର ଯୋଗଦାନ ୫୦ରୁ ୬୦ଟଙ୍କାକୁ ବୃଦ୍ଧି ପାଇଛି। ସାମଗ୍ରିକ ଅର୍ଥନୀତି ୧୦୦ ଟଙ୍କାରୁ ୮୦ ଟଙ୍କାକୁ ହ୍ରାସ ପାଇବା ଅଭିବୃଦ୍ଧି ହାରରେ ହ୍ରାସ ପାଇବାର ସୂଚନା ଦେଉଥିବାବେଳେ ବଡ଼ କମ୍ପାନୀଗୁଡିକର ଯୋଗଦାନରେ ବୃଦ୍ଧି ଶେୟାର ମାର୍କେଟର ଅତ୍ୟଧିକ ବୃଦ୍ଧି କରିଛି। ଏହା ପ୍ରମାଣ କରୁଛି ଯେ, ଅର୍ଥନୀତିର ଏବକାର ମାନ୍ଦାବସ୍ଥା ଏସ୍‌ଏମ୍‌ଇଗୁଡ଼ିକ ସାମ୍‌ନା କରିଥିବା ସମସ୍ୟାଗୁଡିକ ପାଇଁ ସୃଷ୍ଟି ହୋଇଛି।
ଅର୍ଥନୀତିରେ ଉପୁଜିଥିବା ମାନ୍ଦାବସ୍ଥାର ଦ୍ୱିତୀୟ କାରଣଟି ହେଉଛି ସାମାଜିକ ସ୍ତରରେ ଦେଖାଦେଇଥିବା ସମସ୍ୟା। ଭାରତୀୟମାନେ ପ୍ରତିଦିନ ରାସ୍ତାରେ ବସ୍‌ ପୋଡିବାରେ ମାତିଛନ୍ତି। ଏଭଳି ପରିସ୍ଥିତିରେ ବହୁଦେଶୀୟ କମ୍ପାନୀଗୁଡିକ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆସିବେ ନାହିଁ। ଗୋ-ସୁରକ୍ଷା, ରାମ ମନ୍ଦିର ଏବଂ ନାଗରିକତ୍ୱ ସଂଶୋଧନ ଆଇନ ପ୍ରସଙ୍ଗ ଏବେ ସାମାଜିକ ସ୍ଥିତିକୁ ଏପାଖ ସେପାଖ କରିଦେଇଛି। ଏହା ଯୋଗୁ କେତେକାଂଶରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ବି ଦେଶ ଛାଡି ଚାଲିଯାଉଛନ୍ତି। ଏସବୁ ସମସ୍ୟା ଦ୍ୱାରା ଭାରତୀୟ ଅର୍ଥନୀତି କଣା ଥିବା ଏକ ମାଠିଆ ପାଲଟିଯାଇଛିି, ଯାହା ବାଟ ଦେଇ ଦେଶର ସମ୍ପଦ ବାହାରକୁ ଚାଲିଯିବାରେ ଲାଗିଛି।
୨୦୨୦ରେ ପ୍ରଥମେ ଆମକୁ ଏସ୍‌ଏମ୍‌ଇଗୁଡ଼ିକୁ ଚାଲୁ କରିବାକୁ ପଡିବ, ନିଯୁକ୍ତି ସୃଷ୍ଟି କରି ସାଧାରଣ ଲୋକଙ୍କ ଆୟ ବୃଦ୍ଧି କରିବାକୁ ହେବ। ଏସ୍‌ଏମ୍‌ଇର ସୁରକ୍ଷା ସରକାର ନିଶ୍ଚିତ କରିବା ଉଚିତ। ଦ୍ୱିତୀୟରେ ସରକାର ମେକ୍‌ ଇନ୍‌ ଇଣ୍ଡିଆକୁ ଛାଡିଦେଇ ସର୍ଭିସ ସେକ୍ଟରର ସମ୍ପ୍ରସାରଣ ଉପରେ ନଜର ଦେବା ଆବଶ୍ୟକ। ତୃତୀୟରେ ସରକାର ଦେଶର ସାମାଜିକ ସମସ୍ୟାଗୁଡିକୁ ସମାଧାନ କରିବା ଦରକାର। ଚତୁର୍ଥରେ ସରକାର ମୁଦ୍ରାସ୍ଫୀତିରେ ବୃଦ୍ଧି ଆଣିବା ଲାଗି ଅନୁମତି ଦେବା ଉଚିତ। ଏସ୍‌ଏମ୍‌ଇ ଗଠନ କରିବା ପାଇଁ ଟଙ୍କା ବିନିଯୋଗ କରିବା ଉଚିତ। ଏଥିଲାଗି ଓ୍ବାଇଫାଇ, ରାସ୍ତା ଏବଂ ଛୋଟ ସହରଗୁଡ଼ିକରେ ବିଦ୍ୟୁତ୍‌ ଯୋଗାଣ ଭଳି ଆବଶ୍ୟକ ଭିତ୍ତିଭୂମି ଉପରେ ଜୋର୍‌ ଦେବାକୁ ପଡିବ। ଏହି ଭିତ୍ତିଭୂମି ଗଠନ ବଜାରରେ ଚାହିଦା ବୃଦ୍ଧି କରିବ ଓ ଏସ୍‌ଏମ୍‌ଇ ଦ୍ୱାରା ନିଯୁକ୍ତି ସୃଷ୍ଟି ହୋଇପାରିବ। ଏଣୁ ସରକାର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୁବ୍ରମଣ୍ୟନ୍‌ଙ୍କ ଭଳି ଅନ୍ୟ ଅର୍ଥନୀତିଜ୍ଞମାନଙ୍କ କଥା ଶୁଣିବା ଉଚିତ ନୁହେଁ, ଯାହା ଅର୍ଥନୀତିକୁ ମାନ୍ଦାବସ୍ଥାକୁ ନେଇଯାଇଛି। ଉଲ୍ଲେଖନୀୟ ଯେ, ଏହି ଅର୍ଥନୀତିଜ୍ଞମାନେ ନୀରବ ରହି ବିମୁଦ୍ରୀକରଣ ଓ ଜିଏସ୍‌ଟି ଲାଗୁ କରାଇବାରେ ସାହାଯ୍ୟ କରିଥିଲେ, ଯାହା ଏବକାର ମାନ୍ଦାବସ୍ଥା ସୃଷ୍ଟିର ପ୍ରମୁଖ କାରଣ। ଏଣୁ ଅର୍ଥନୀତିକୁ ସୁଧାରିବା ଲାଗି ନିଜ ମୁଣ୍ଡ ଖଟାଇବା ଦରକାର।
Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri