‘ଅମ୍ଫନ’ ଦେଇଗଲା ଦୁଃଖ: ଧରାଶାୟୀ ପାନବରଜ

ଭୋଗରାଇ,୨୨।୫(ଡି.ଏନ.ଏ.)-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଭୋଗରାଇ, ବାଲିଆପାଳ ବ୍ଲକରେ ଚାଷଜମିକୁ ଉଜାଡିଦେବା ସହ ପାନବରଜକୁ ଧରାଶାୟୀ କରିଛି। ପାଚିଲା ଧାନ ପାଣିରେ ଭାସୁଥିବା ଦେଖି ଚାଷୀକୁଳ ଦୁଃଖରେ ଭାଙ୍ଗି ପଡିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବାତ୍ୟା ଚାଷୀଙ୍କୁ ପାଇଁ ବେଡି ଉପରେ କରୋଡ଼ା ମାଡ଼ ସଦୃଶ ପାଲଟିଛି। ମାସ ମାସ ଧରି ପାନଚାଷୀମାନେ ଉଚିତ୍‌ ମୂଲ୍ୟରେ ପାନ ବିକ୍ରି କରିପାରୁ ନ ଥିବା ବେଳେ ବାତ୍ୟାରେ ପାନବରଜ ଧୂଳିସାତ୍‌ ହୋଇଯାଇଛି। ଏବେ ପରିବାର ଚଳାଇବା ଚିନ୍ତା ପାନଚାଷୀଙ୍କୁ ଘାରିଛି।
ଭୋଗରାଇ ବ୍ଲକରେ ୧୩ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ ୫୦ଶତାଂଶ ପାଚିଲା ଧାନ ନଷ୍ଟ ହୋଇଛି। ସେହିଭଳି ଭୋଗରାଇ ଓ ବାଲିଆପାଳ ବ୍ଲକରେ ୨୪ହଜାରରୁ ଉର୍ଦ୍ଧ୍ୱ ପାନଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏତଦ୍‌ ଭିନ୍ନ ତୈଳବୀଜ ଚାଷ ଉପରେ ବର୍ଷା ପାଣି ଢ଼େଉ ଖେଳୁଛି। ପନିପରିବା ଚାଷକୁ ବାତ୍ୟା ଉଜାଡ଼ି ଦେଇଛି। ବାତ୍ୟାର ପ୍ରକୋପରେ ଗାଁଗହଳିରେ ବଡ଼ ବଡ଼ ଗଛ ଉପୁଡି ପଡିଥିବାରୁ ଗୁରୁବାର ଗାଁ ବାସୀ ଓ ଏନ୍‌ଡ଼ିଆର୍‌ଏଫ୍‌, ଅଗ୍ନିଶମ ବିଭାଗ ରାସ୍ତାକୁ ସଫା କରୁଛନ୍ତି। ବହୁ ଗ୍ରାମାଞ୍ଚଳରେ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇ ନ ପାରିବାରୁ ପାନୀୟଜଳ ବନ୍ଦ ରହିଛି। ପୁରପଲ୍ଲୀରେ ରାସ୍ତାରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ଗମନାଗମନରେ ବ୍ୟାଘାତ ଘଟିଛି। ଭୋଗରାଇ ବ୍ଲକରେ ୧୨୮ ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିବା ବେଳେ ଭାଙ୍ଗିରୁଜି ଯାଇଥିବା ଘରଗୁଡ଼ିକର ଆକଳନ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତା ଲାଗି ଆଗେଇ ଆସିଲା ଯୁବ ସ୍ବାଭିମାନ ମଞ୍ଚ

ଖଇରା, ୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡରେ ସମାଜକଲ୍ୟାଣ ତଥା ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଯୁବ ସ୍ବାଭିମାନ ମଞ୍ଚ ମହାମାରୀ କରୋନା...

ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୪।୧୨: ନାବାଳିକାଙ୍କୁ ବଳାତ୍କାର କରି ୭ ମାସ ଗର୍ଭବତୀ କରିବା ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା...

ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୧।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଜାମୁଝାଡିଠାରେ ମଙ୍ଗଳବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨...

ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ...

ରାସ୍ତାରେ ଜଳ ପ୍ରବାହ, ଭାଙ୍ଗିଲା କଲଭର୍ଟ

ବନ୍ତ, ୧୩ା୬ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ତ୍ରିକୋଣା-ପଡ଼ିଆପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ଅତ୍ୟଧିକ ଜଳ ପ୍ରବାହ ଯୋଗୁ...

ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ...

ଅନ୍ଧାରରେ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ

ସଜନାଗଡ଼, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ୧୯ନଂ. ରାଜ୍ୟ ରାଜପଥ ସଜନାଗଡ଼ ପଞ୍ଚାୟତ ରାସ୍ତା ପାର୍ଶ୍ୱରେ ଥିବା ୩୩ କେଭି ବିଦ୍ୟୁତ୍‌ଖୁଣ୍ଟକୁ ଏକ ଅଜଣା...

Advertisement
Archives

Model This Week