ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର ଭୋର୍‌ ୩ଟାରୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଲାଗିରହିଛି। ଜିଲାର ୨୬ଟି ବ୍ଲକ ମଧ୍ୟରୁ ରାସଗୋବିନ୍ଦପୁର, ମୋରଡ଼ା, ବାରିପଦା, ବେତନଟୀ, ଉଦଳା, କପ୍ତିପଦା, ଶୁଳିଆପଦା ଓ ବଡ଼ସାହି ଆଦି ୮ଟି ବ୍ଲକ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ସ୍ବତନ୍ତ୍ର ନଜର ରଖାଯାଇଛି। ସେହିଭଳି ଜିଲା ପ୍ରଶାସନ ପକ୍ଷରୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି। ବାତ୍ୟା ଅମ୍ଫନ ବିଷୟରେ କୌଣସି ସୂଚନା ପାଇଁ ଜିଲାର କଣ୍ଟ୍ରୋଲ ରୁମ୍‌ ନମ୍ବର ୦୬୭୯୨ – ୨୫୨୯୪୨କୁ ଯୋଗାଯୋଗ ପାଇଁ କୁହାଯାଇଛି। ଜିଲାର ସମସ୍ତ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବନ ହୋଇଥିବା ବେଳେ ଖୁଣ୍ଟା, ବାରିପଦା ବ୍ଲକର କେତେକ ସ୍ଥାନରେ ପବନ ଯୋଗୁ ଗଛ ରାସ୍ତାରେ ପଡ଼ିଛି। ବାରିପଦା ସହର ବେଲଗାଡ଼ିଆଠାରେ ଏକ ଗଛ ଭାଙ୍ଗି ଜଣକ ଘର ଉପରେ ପଡ଼ିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ। ଜିଲାର ପାଖାପାଖି ୮୦୦ ଆଶ୍ରୟସ୍ଥଳୀରେ ୮୫୦୦ ଲୋକଙ୍କୁ ରଖାଯାଇଥିବା ନେଇ ଜିଲା ଜରୁରିକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି।
ବାତ୍ୟା ଅମ୍ଫନ୍‌ ମୁକାବିଲା ପାଇଁ ଜିଲାର ୨୦ ଜଣିଆ ଟିମ୍‌କୁ ନେଇ ଏକ ଏନ୍‌ଡିଆରଏଫ୍‌ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ସେହିଭଳି ୪ଟି ଓଡ଼୍ରାଫ ଟିମ୍‌ ଓ ଜିଲାର ୨୫ଟି ଅଗ୍ନ୍ନିଶମର କେନ୍ଦ୍ରର କର୍ମଚାରୀମାନେ ସଜାଗ ହୋଇ ରହିଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ବେଳେ ତାହାକୁ କଟା ଯାଇ ରାସ୍ତାକୁ ସଫା କରାଯାଉଛି। ସେହିଭଳି ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଗୃହପାଳିତ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖାଯାଇ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି। ଜିଲାରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଞ୍ଜିପାଣି ଆଶ୍ରମ ସ୍କୁଲ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର ୨୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିବା...

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ:୨୪।୮: ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲୀଲତା ଦାସଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ...

ବର୍ଷକ ମଧ୍ୟରେ ହୋଇନି ନୂତନ କାର୍ଯ୍ୟ

ଯାଜପୁର ଟାଉନ,୨ା୯(ଡିଏନଏ) : ଯାଜପୁର ପୌର ପରିଷଦ ୨୦୧୮ରେ ୧୫୦ବର୍ଷ ପୂର୍ତ୍ତି ପାଳନ କରିଛି। ମାତ୍ର ଏବେବି ସହରର ବିଭିନ୍ନ ସ୍ଥାନରେ ଲୋକେ ମୌଳିକ ସୁବିଧାରୁ...

କଟକରେ ପ୍ରଥମ କରୋନା ଆକ୍ରାନ୍ତ : ପଟାପୋଲ ଅଞ୍ଚଳ ସିଲ କଲା ସିଏମସି

କଟକ ଅଫିସ,୪। ୪- କଟକ ସହରର ପଟାପୋଲ ଅଞ୍ଚଳକୁ ସିଲ କରିଛି କଟକ ମହାନଗର ନିଗମ(ସିଏମସି )। ଶନିବାର ସନ୍ଧ୍ୟାରେ ସିଏମ୍ସି ପକ୍ଷରୁ ଏହା ଘୋଷଣା...

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୮ା୭: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଅଞ୍ଚଳରୁ ଗୁରୁବାର ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ, ଢେଙ୍କାନାଳ ଅବକାରୀ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୪୦...

ଗାଁରେ ବ୍ୟାପୁଛି ଜ୍ୱର, ଟେଷ୍ଟିଂ ବ୍ୟବସ୍ଥା ନାହିଁ

ପୁରୀ ଅଫିସ,୧୪।୫: ପୁରୀ ଜିଲାର ଗ୍ରାମାଞ୍ଚଳରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ତଥାପି ପ୍ରଶାସନ ପକ୍ଷରୁ ମୋବାଇଲ୍‌ ଟେଷ୍ଟିଂ ଭ୍ୟାନ୍‌ ବୁଲୁଥିବା ଦେଖିବାକୁ ମିଳୁନାହିଁ।...

ଜିଲାପରିଷଦ ସଦସ୍ୟଙ୍କ ପରଲୋକ

ବାରିପଦା ଅଫିସ,୧୭ା୧୦-ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ୫୬ନଂ.ଜୋନର ଜିଲାପରିଷଦ ସଦସ୍ୟ ଭୁବନେଶ୍ୱର ମହାନ୍ତ(୬୭)ଙ୍କ ଶୁକ୍ରବାର ପରଲୋକ ଘଟିଛି। ସନ୍ଧ୍ୟାରେ ଏକ ମେଡିସିନ ଦୋକାନରେ ବସିଥିବା ସମୟରେ...

୫୬୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଗାଏବ

ନବରଙ୍ଗପୁର,୫ା୩(ବି.ପ୍ର.) ନବରଙ୍ଗପୁର ଜିଲାର କେତେକ ବିଦ୍ୟାଳୟର ଶିକ୍ଷକଙ୍କ ଜାଲ ଦସ୍ତଖତ କରି ଚାଉଳ ଯୋଗାଣ ଏଜେନ୍ସି ମଧ୍ୟାହ୍ନ ଭୋଜନ ଚାଉଳ ଉଭାନ କରି ଦେଇଛନ୍ତି। ବିଦ୍ୟାଳୟକୁ କମ...

Advertisement
Archives

Model This Week