Posted inଖେଳ

ଅମ୍ପାୟରଙ୍କ ଭୁଲ୍‌ ନିଷ୍ପତ୍ତି ପରେ ଗ୍ରାଉଣ୍ଡ ଛାଡ଼ିଲେ ନାହିଁ ୟୁସୁଫ ପଠାନ

ଭଦୋଦରା,୧୩।୧୨- କ୍ରିକେଟରେ ଅମ୍ପାୟରମାନେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେବା ଏବେ କିଛି ନୂଆ ଘଟଣା ନୁହେଁ। ମାତ୍ର ଖେଳାଳିମାନେ ଏହାକୁ ବିରୋଧକରି ଗ୍ରାଉଣ୍ଡ ଛାଡ଼ିବାକୁ ମନାକରିବା ହୁଏତ ପ୍ରଥମ ଘଟଣା ହୋଇପାରେ। ଏଭଳି ଘଟଣା ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଓ ବରୋଦା ମଧ୍ୟରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ର ୪ର୍ଥ ତଥା ଅନ୍ତିମ ଦିନ ଦେବାକୁ ମିଳିଛି। ଘଟଣାଟି ଏପରି ଥିଲା କି, ମୁମ୍ବାଇ ଅଫ୍‌ ସ୍ପିନର ଶଶାଙ୍କ ଆଟର୍ଡେଙ୍କ ବଲକୁ ବରୋଦା ଅଲରାଉଣ୍ଡର ୟୁସୁଫ ପଠାନ ଡିଫେନ୍ସ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବଲ ବାଉନ୍ସ ହେବାରୁ ପଠାନଙ୍କ ଛାତିରେ ବାଜି ଶର୍ଟ ଲେଗ୍‌ ଫିଲ୍ଡରଙ୍କ ହାତକୁ ଚାଲିଯାଇଥିଲା। ଫିଲ୍ଡର ଓ ବୋଲରଙ୍କ ଅପିଲ ପରେ ଫିଲ୍ଡ ଅମ୍ପାୟର ହାତ ଟେକି ଦେଇଥିଲେ। ଏଥିରେ ଚକିତ ହୋଇଯାଇଥିବା ୟୁସୁଫ କ୍ରିଜ୍‌ରେ ଛିଡ଼ାହୋଇ ଅମ୍ପାୟରଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିବାର ଅପେକ୍ଷା କରିଥିଲେ। ଏହାପରେ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ତଥା ମୁମ୍ବାଇ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ, ୟୁସୁଫ୍‌ଙ୍କ ସହ କଥା କଟାକଟି ହୋଇଥିଲେ। ମୁମ୍ବାଇ ଉଇକେଟକିପର ଉଭୟଙ୍କୁ ଅଲଗା କରିବା ପରେ ୟୁସୁଫ ପ୍ୟାଭିଲିଅନ ଫେରିଥିଲେ। ଏହି ମ୍ୟାଚ୍‌କୁ ମୁମ୍ବାଇ ୩୦୯ ରନ୍‌ର ବଡ଼ ବ୍ୟବଧାନରେ ଜିତିନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ କୀର୍ତ୍ତିମାନ ହାସଲ କଲେ କୋହଲି

ଡୋମିନିକା, ୧୪ା୭: ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ବିରାଟ...

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ...

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା...

ଟିମ୍‌ ଇଣ୍ଡିଆକୁ ଏମିତି ପରାମର୍ଶ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୭।୬: ୟୁକେର ସାଉଥାମ୍ପଟଠାରେ ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍‌ ପୂର୍ବରୁ...

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ: ରାଜେଶ ବିଜୟୀ, ଡ୍ର’ ରଖିଲେ ଦେବାଶିଷ

ଭୁବନେଶ୍ୱର, ୩।୬(ସ୍ପୋଟର୍‌ସ ବ୍ୟୁରୋ)- କିଟ୍‌ ବିଶ୍ୱବିଦ୍ୟାଳୟ ଓ ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ରବିବାର ଥିଲା...

ଅବସରର ୧୧ ବର୍ଷ ପରେ ସଚିନଙ୍କୁ ୨ଥର ଭୁଲ୍‌ ଆଉଟ୍‌ ଦେଇଥିବା ସ୍ବୀକାର କଲେ ବକ୍‌ନର

ନୂଆଦିଲ୍ଲୀ, ୨୧।୬- ବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରେ ଜାମାଇକାର ଷ୍ଟିଭ ବକ୍‌ନର ଅନ୍ୟତମ ଥିଲେ। କିନ୍ତୁ ବକ୍‌ନରଙ୍କ କେତେକ...

ୟୁରୋପିଆନ ଚାମ୍ପିୟନଶିପ୍‌: ଭାରତୀୟ ଶୁଟରଙ୍କ ଦମ୍‌ଦାର ପ୍ରଦର୍ଶନ

ଓସିଜେକ୍‌(କ୍ରୋଏସିଆ), ୨୭।୫: ଏଠାରେ ଚାଲିଥିବା ୟୁରୋପିଆନ ଚାମ୍ପିୟନଶିପ୍‌ରେ ତାରକା ଶୁଟର ସୌରଭ ଚୌଧୁରୀଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଶୁଟରମାନେ ମିକ୍ସଡ...

ବାୟୋ ବବଲ ଅଧିକ ସୁରକ୍ଷିତ : ଏମ୍‌ଆଇ ଖେଳାଳି

ମୁମ୍ବାଇ,୨୬।୪ : ଅଷ୍ଟ୍ରେଲିଆର ୩ ଖେଳାଳି ଭାରତରେ ବଢ଼ୁଥିବା ସଂକ୍ରମଣ ହାର ଭୟରେ ଆଇପିଏଲରୁ ଓହରି ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଘରକୁ ଫେରିବାଠାରୁ ବାୟୋ ବବଲରେ...

Advertisement
Archives

Model This Week