ଅମୃତ ଯୋଜନାରେ ପାର୍କ ପୁନରୁଦ୍ଧାର କାର୍ଯ୍ୟ ଅଧା: ୧୭ ସରିଛି, ୧୯ ବାକି

ଭୁବନେଶ୍ୱର, ୨୦।୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ରାଜଧାନୀରେ ବିଭିନ୍ନ ପାର୍କର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଚାଲିଛି। ସୌନ୍ଦର୍ଯ୍ୟକରଣ ସହ ନୂତନ ନିର୍ମାଣ ଓ ଉପକରଣ ଲଗାଯାଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପରିଚାଳିତ ପାର୍କଗୁଡ଼ିକରେ ଏସବୁ କାର୍ଯ୍ୟ ୨୦୧୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଅଧା ବି ଶେଷ ହୋଇନି। ଅମୃତକୁ ମୋଟ ୩୬ ପାର୍କର ଦାୟିତ୍ୱ ମିଳିଥିବାବେଳେ ସେଥିମଧ୍ୟରୁ ମୋଟ ୧୭ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ଆଉ ୧୯ ପାର୍କର ପୁନରୁଦ୍ଧାର ବାକି ରହିଛି। ଗୋଟିଏ ପାର୍କ ପିଛା ହାରାହାରି ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ଜଣାପଡିଛି। ଏହି ଯୋଜନାରେ ଖର୍ଚ୍ଚ ଓ ପ୍ୟାକେଜ ଅନୁସାରେ ବିଲ୍‌ ମିଳୁଥିବାରୁ ଜାଣିଶୁଣି କାର୍ଯ୍ୟକୁ ବିଳମ୍ବିତ କରାଯାଉଥିବା ଅଭିଯୋଗ ଉଠୁଛି।
ମିଳିଥିବା ସୂଚନାନୁସାରେ, ସହରରେ ଥିବା ୬୦ରୁ ଊର୍ଦ୍ଧ୍ୱ ପାର୍କରେ ମୁକ୍ତାକାଶ ବ୍ୟାୟାମ ସହ ସୌନ୍ଦର୍ଯ୍ୟକରଣ ପାଇଁ ଲାଇଟ, ଚାରାରୋପଣ ତଥା ଅନ୍ୟାନ୍ୟ ନିର୍ମାଣ କରିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏଥିମଧ୍ୟରୁ ୩୬ ପାର୍କର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଅମୃତକୁ ଦିଆଯାଇଥିଲା। ୨୦୧୫-୧୬ରେ ଅମୃତକୁ ବିଏମ୍‌ସି ୪ ପାର୍କ ଯଥା ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର ସେକ୍ଟର-୫, କାନନ ବିହାର ଫେଜ୍‌-୧ ଓ ଡ଼ୁମଡ଼ୁମା ଓଏସ୍‌ଏଚ୍‌ବି କଲୋନୀ ପାର୍କ ଦାୟିତ୍ୱ ଦେଇଥିଲା। ୨୦୧୬-୧୭ରେ ୧୯ ଓ ୨୦୧୭-୧୮ରେ ୧୩ ପାର୍କର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ୨୦୧୬-୧୭ର ୧୩ ପାର୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆହୁରି ୬ଟି ବାକି ରହିଛି। ପୋଖରୀପୁଟ ବିଡ଼ିଏ କଲୋନୀରେ ଥିବା ପାର୍କଟିର କାର୍ଯ୍ୟ ୯୫ ପ୍ରତିଶତ ସରିଥିବାବେଳେ ଅନ୍ୟଗୁଡ଼ିକ ୫୦ ପ୍ରତିଶତ ବି ଛୁଇଁ ନାହିଁ। ଏପରି କି ବରମୁଣ୍ଡା ଇ-ଟାଇପ୍‌ ଫ୍ଲାଟ୍‌ ପାର୍କ, ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ସନ୍ତୋଷ ବିହାର ପାର୍କ, ବଡ଼ଗଡ଼ ବ୍ରିଟ କଲୋନୀରେ ଥିବା ଇ-ଏ କଲୋନୀ ପାର୍କ, ଆଇଗିଣିଆ ରାଜୀବ ନଗରରେ ଥିବା ପାର୍କ ଓ ନୟାପଲ୍ଲୀ ବ୍ରିଟ କଲୋନୀରେ କରାଯାଇଥିବା ପାର୍କର କାର୍ଯ୍ୟ କେଉଁଠି ୫ ପ୍ରତିଶତ ତ ଆଉ କେଉଁଠି ୧୦ ପ୍ରତିଶତରେ ଅଟକି ରହିଛି।
ସେହିପରି ୨୦୧୭-୧୮ରେ ଆରମ୍ଭ ହୋଇଥିବା ସମସ୍ତ ୧୩ ପାର୍କର ପୁନରୁଦ୍ଧାର କାମ ବାକି ରହିଛି। ଶୈଳଶ୍ରୀ ବିହାରର ଦୁଇଟି, ପ୍ରଶାନ୍ତି ବିହାରର ତିନୋଟି, ସେକ୍ଟର-୩ ହାଉସିଂ ବୋର୍ଡ, ରେଣ୍ଟାଲ କଲୋନୀ, ମୈତ୍ରୀ ବିହାର, ବରମୁଣ୍ଡା ହାଉସିଂ ବୋର୍ଡ, ସେନ୍‌ସସ୍‌ କଲୋନୀ, ବିଡ଼ିଏ ଇଡବ୍ଲ୍ୟୁଏସ୍‌ ହାଉସିଂ ବୋର୍ଡ କଲୋନୀ ଓ ଭରତପୁର ଜିଏ ପ୍ଲଟରେ ଥିବା ପାର୍କଗୁଡିକର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଆହୁରି ୨୦ରୁ ୩୦ ପ୍ରତିଶତ ବାକି ଥିବା ଜଣାପଡିଛି।
ଏ ସମ୍ପର୍କରେ ବିଏମ୍‌ସିର ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କାର୍ଯ୍ୟ ଦାୟିତ୍ୱରେ ଥିବା ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ହେଲେ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ବିଏମ୍‌ସି କାର୍ଯ୍ୟାଳୟରେ କାର୍ଯ୍ୟରତ ଅମୃତ ଯୋଜନାର ସୁପରଭାଇଜର କୁହନ୍ତି, କମ୍‌ ସମୟ ଭିତରେ ଅଧିକ ପାର୍କ କାର୍ଯ୍ୟ କରାଯାଉଥିବାରୁ ବିଳମ୍ବ ହେଉଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri