ଅମାନିଆ ଗାଡ଼ିଚାଳକଙ୍କୁ ପୋଲିସ ଛାଟ

କେନ୍ଦୁଝର,୮ା୪ (ସ୍ବ.ପ୍ର.)- କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସରକାର ଜନସାଧାରଣଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ଏହା ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ବିଭିନ୍ନ ବଜାର ଓ ଛକମାନଙ୍କରେ ବାଇକ୍‌ ଧରି ଲୋକେ ଭିଡ଼ ଜମାଉଥିଲେ। ତେବେ ଅମାନିଆ ଗାଡ଼ି ଚାଳକମାନଙ୍କୁ ସାବାଡ଼ କରିବା ପାଇଁ କେନ୍ଦୁଝର ସଦର ପୋଲିସ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି। ସଦର ଥାନା ଅଞ୍ଚଳର ସମସ୍ତ ମୁଖ୍ୟ ଛକ, ରାସ୍ତା ଏବଂ ଗାଁ ଗହଳିର ଗଳି କନ୍ଦିରେ ପୋଲିସ ପଇଁନ୍ତରା ମାରି କଟକଣା ଉଲ୍ଲଂଘନକାରୀଙ୍କୁ ସାବାଡ କରୁଛି। ଛକ ବଜାରକୁ ବିଭିନ୍ନ ଆଳ ଦେଖାଇ ଯାଉଥିବା ବ୍ୟକ୍ତିଙ୍କୁ ପୋଲିସ ଘଉଡାଇବା ସହ ରାଇସୁଆଁ, ପଦ୍ମପୁର, ପଳାଶପଙ୍ଗା ଆଦି ଅଞ୍ଚଳରୁ ୨୫ରୁ ଊର୍ଦ୍ଧ୍ୱ ବାଇକ ଓ ଚାରିଚକିଆ ଯାନ ଜବତ କରିଛି। ସୋମବାର ମଧ୍ୟ ପ୍ରାୟ ୨୩ଟି ବାଇକ ଜବତ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଧରପଗଡ଼କୁ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ

ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା...

ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଜମନକିରା,୨।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଛେମୁଣ୍ଡା ଗାଁର ଜଣେ ମହିଳାଙ୍କ ଦଗ୍ଧ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ସେ ହେଲେ କ୍ଷମାନିଧି ନାଏକଙ୍କ ସ୍ତ୍ରୀ...

ଛାତ୍ରୀ ଅଶ୍ଳୀଳ ଭିଡ଼ିଓ ଶୁଟିଂ ଘଟଣା: ତାଳସାରୀରେ ମହିଳା, ପୁରୁଷଙ୍କ ମେଳି

ଭୋଗରାଇ, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା, ଅଶ୍ଳୀଳ ଭିଡ଼ିଓ ଶୁଟିଂ ଓ ବ୍ଲାକମେଲିଂ ଘଟଣାରେ ମାସେ ବିତିଥିଲେ...

କଟକ @୯୪୯: ଆଜି ଚିହ୍ନଟ ହେଲେ ଆଉ ୪୩ ଆକ୍ରାନ୍ତ

କଟକ ଅଫିସ,୧।୮: କଟକ ସହରରେ ଶନିବାର ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି...

ଯୁବତୀଙ୍କୁ ବିବାହ କରିବାକୁ ଜିଦ୍‌, ଯୁବକ ଗିରଫ

ବାଲିକୁଦା,୧୬ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ତିତିରା ପଞ୍ଚାୟତର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଜିଦ୍‌ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏପରି କି...

ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ...

ଉପଜିଲାପାଳଙ୍କ ପାଖରେ ଫେରାଦ ହେଲେ ଚାଷୀ: ଧାନ କିଣୁନାହାନ୍ତି ମିଲର, ନଷ୍ଟ ହେଉଛି ଟୋକନ

ପୁରୁଷୋତ୍ତମପୁର,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀଙ୍କ ଧାନକୁ ମିଲର ଓ ସମବାୟ ସମିତି କିଣୁ ନ ଥିବା ଅଭିଯୋଗ ହୋଇଛି। ଏ...

୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ, ଗାଇଡ୍ସ ମେଳା :‘ଯୁଦ୍ଧର ଭୟ ବେଳେ ଶିବିର ଗୁରୁତ୍ୱପୂର୍ଣ୍ଣ’

ଜଗତ୍‌ସିଂହପୁର ଅଫିସ୍‌,୧୩ା୧: ମାନବ ସମ୍ବଳର ସଫଳ ପରିଚାଳନାରେ ଯେଉଁ ଦେଶ ଯେତେ ପାରଙ୍ଗମ ସେ ଦେଶ ସେତେ ସମୃଦ୍ଧ। ସାମ୍ପ୍ରତିକ ବିଶ୍ୱରେ ଏବେ ଏକ ଯୁଦ୍ଧର...

Coronavirus Update


Archives

Model This Week

Why Dharitri